ETV Bharat / state

'AI ବ୍ୟବହାରରେ ଓଡ଼ିଆ ଭାଷାକୁ କରିହେବ ବିଶ୍ୱସ୍ତରୀୟ'

author img

By ETV Bharat Odisha Team

Published : Feb 6, 2024, 7:50 AM IST

First World Odia Language Conference: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ । ଅଧିକ ପଢନ୍ତୁ

First World Odia Language Conference
ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ 'ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା, ସୁଯୋଗ ଓ ଭବିଷ୍ୟତ' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପ୍ରଯୁକ୍ତି ବିଶେଷଜ୍ଞ ସେନ୍ଥୀଲ ଶଙ୍କର ସୁବ୍ରମନିୟାନଙ୍କ ଅଧ୍ୟକ୍ଷତାରେ ଆଲୋଚନା ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷା ହେଉଛି ସର୍ବପ୍ରାଚୀନ ଭାଷା । ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଭାଷାର ସୁରକ୍ଷା ପାଇଁ ସୂଚନା ପ୍ରଯୁକ୍ତିର ଉପଯୋଗୀ ବ୍ୟବହାର ନିତାନ୍ତ ଆବଶ୍ୟକ । ଏଥିସହ ବିଭିନ୍ନ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଓଡ଼ିଆ ଭାଷାକୁ କିପରି ବିଶ୍ୱସ୍ତରରେ ପହଞ୍ଚାଇହେବ, ସେନେଇ ଅଧିକ ଗବେଷଣା ଜରୁରୀ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

ଓଡ଼ିଆ ଭାଷା ସମ୍ମିଳନୀ
ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ସାରଳା ଦାସଙ୍କ ଉଦାହରଣ ଦେଇ ସେନ୍ଥୀଲ ଶଙ୍କର ସୁବ୍ରମନିୟାନ କହିଥିଲେ, ''ଓଡ଼ିଆ ଭାଷାର ଗୌରବ ଏହାର ସଂରକ୍ଷଣରେ ନିହିତ ଅଛି । ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରସାର ଦିଗରେ ନେଉଥିବା ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ ।'' ଆଇଏସଜିର ମୁଖ୍ୟ ରେଖା ଆଚାର୍ଯ୍ୟ କହିଛନ୍ତି, ''ବର୍ତ୍ତମାନ ଯୁଗ ହେଉଛି ‘ଏଆଇ’ର ଯୁଗ । ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଖୁବ କମ ସମୟରେ ଓଡ଼ିଆ ଭାଷାକୁ ଇଂରାଜୀ ତଥା ଅନ୍ୟ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି । ଓଡ଼ିଆରେ ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ପାଇଁ କୁତ୍ରିମତା ବୁଦ୍ଧିମତ୍ତା ପ୍ରୟୋଗର ଆବଶ୍ୟକତା ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିର ଭାଷା ହୋଇପାରିବ ।''

ଏହା ମଧ୍ୟ ପଢନ୍ତୁ-ନାରୀ ହେଉଛି ସମାଜର ଧ୍ୱଜା: ପଦ୍ମଭୂଷଣ ପ୍ରତିଭା ରାୟ

ରିଲାଏନ୍ସ ଜିଓ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଡାଟା ବୈଜ୍ଞାନିକ ଡାକ୍ତର ଶୈଳେନ୍ଦ୍ର କୁମାର ଭାଷାକୁ ଷଷ୍ଠ ଇନ୍ଦ୍ରିୟ ଭାବରେ ଅଭିହିତ କରିଥିଲେ । ଏହାସହ ଭାଷାର କ୍ରମବିକାଶ ବିଷୟରେ କହିଥିଲେ, ''ବର୍ତ୍ତମାନ କୁତ୍ରିମ ବୁଦ୍ଧିମତାର ପରିଭାଷା ବଦଳିଛି । ଏହା ସହିତ ଆଗାମୀ ଦିନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ । ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ଶୀର୍ଷସ୍ତରରେ ପହଞ୍ଚିବ ।'' କେପିଏମଜି ଇଣ୍ଡିଆର ସହଭାଗୀ ବିଜେନ୍ଦ୍ର କୁମାର କହିଥିଲେ, ''ଭାରତରେ ମାତ୍ର ୧୦ ପ୍ରତିଶତ ଲୋକ ଇଂରାଜୀ ଭାଷାରେ ଯୋଗାଯୋଗ କ୍ଷମତା ରଖୁଛନ୍ତି । ଓଡ଼ିଆ ଭାଷାରେ ଜ୍ଞାନ ଆହରଣରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛି । ଇଂରାଜୀ ଭାଷାରେ ଅଧିକ ନିର୍ଭରଶୀଳ ଓଡ଼ିଆ ଭାଷାକୁ ସଙ୍କୁଚିତ କରୁଛି । ତେଣୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ।''

ରେଭରି ଲାଙ୍ଗୁଏଜ ଟେକ୍ନୋଲୋଜିର ସହପ୍ରତିଷ୍ଠାତା ବିବେକାନନ୍ଦ ପାଣି କହିଛନ୍ତି, ''ଅନଲାଇନ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଛି । ଏଥି ସହିତ ଇଣ୍ଟରନେଟରେ ଓଡ଼ିଆ ତଥ୍ୟର ଅନୁପସ୍ଥିତି ପରିଲକ୍ଷିତ ହେଉଛି । ତେଣୁ ଓଡ଼ିଆ ଭାଷାର ବିକାଶ ପାଇଁ ଏହାର ନିରାକରଣ ଆବଶ୍ୟକ ।'' ଆଲୋଚନାରେ ଅରବିନ୍ଦ ପାଣି ଓଡ଼ିଆ ଭାଷାର ବିକାଶ ପାଇଁ ମାନସିକ ପ୍ରସ୍ତୁତି ଏବଂ ଭାଷା ପ୍ରତି ଆନ୍ତରିକତା ଜରୁରୀ ବୋଲି କହିଥିଲେ । ଛାତ୍ରବକ୍ତା ଭାବେ ଋତିକ କୁମାର ପଣ୍ଡା ଓଡ଼ିଆ ଭାଷାର ବିକାଶ ପାଇଁ ସୂଚନା ପ୍ରଯୁକ୍ତି ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଇଲେକଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଯୋଗଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.