ETV Bharat / state

ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ କରିଛି ସ୍ୱତନ୍ତ୍ର: ପାଣ୍ଡିଆନ - ଓଡ଼ିଶା ନବଦିଗନ୍ତର ସମ୍ଭାବନା

World Odia Language Conference: ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଆଲୋଚନା ଚକ୍ର ଅନୁଷ୍ଠିତ । ଅଧିକ ପଢନ୍ତୁ

World Odia Language Conference
ଓଡିଆ ଭାଷା ସମ୍ମିଳନୀ
author img

By ETV Bharat Odisha Team

Published : Feb 6, 2024, 8:25 AM IST

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବ ପୁରୁଷମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟ କଲେ ୨୦୩୬ର ଓଡ଼ିଶା ବିକାଶ, ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି କହିଥିଲେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଛନ୍ତି, ''ନିରବଚ୍ଛିନ୍ନ ବିକାଶ ଓ ଅଦ୍ଭୁତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱଧୀନ ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ୱାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ଆମ ସରକାର କାର୍ଯ୍ୟ କରି ଆସୁଛି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଆମକୁ ଅନ୍ୟ ରାଜ୍ୟଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛି । ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୃଷ୍ଟି କରିଛନ୍ତି ନୂଆ ପରିଚୟ । ଲୋକମାନଙ୍କ ସମ୍ମାନକୁ ଗୁରୁତ୍ୱ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-'AI ବ୍ୟବହାରରେ ଓଡ଼ିଆ ଭାଷାକୁ କରିହେବ ବିଶ୍ୱସ୍ତରୀୟ'

ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ନିର୍ମାଣର ମୁଖ୍ୟ ପରାମର୍ଶଦାତା ସୁବ୍ରତୋ ବାଗଚୀ କହିଛନ୍ତି, ''ଆମେ ଦେଶ ଓ ଜାତି ପାଇଁ ସ୍ୱପ୍ନ ଦେଖିବାକୁ ପଡିବ । ସେହି ସ୍ୱପ୍ନର ସମ୍ଭାବନାକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ଓ ଜାତି ପାଇଁ ବାଟ ଖୋଜି ନଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ସେହିପରି ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ପ୍ରମୁଖ ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ହେବ ଆଦର୍ଶ, ସମୃଦ୍ଧ ଓ ପ୍ରଭାବୀ ।''

ମୁଖ୍ୟ ନିର୍ବାହୀ ଅଧିକାରୀ ବିର୍ଲା କାର୍ବନ ନିର୍ଦ୍ଦେଶକ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ, ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର, ମୋନିଟାରି ଅଥୋରିଟି ଅଫ ସିଙ୍ଗାପୁରର ମୁଖ୍ୟ ଫିଟେକ ଅଧିକାରୀ ସ୍ୱପ୍ନେନ୍ଦୁ ମହାନ୍ତି, ସାନ-ଡିଏଗୋର ଅଧ୍ୟକ୍ଷ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ବକ୍ତବ୍ୟ ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.