ETV Bharat / state

ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ

ବାଲିପାଟଣାରେ ଚୋରଙ୍କ ଆତଙ୍କ । 20 ଦିନରେ 3 ମନ୍ଦିରରେ ବୁଲାଇଲେଣି କଳାକନା । ଗ୍ରହରାଜ ଶନିଦେବଙ୍କୁ ବି ଛାଡିଲେନି ।

TEMPLE THEFT
TEMPLE THEFT (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ନିଆଳି: ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଚୋର । ଚୋରଙ୍କ ଆଖିରୁ ବର୍ତ୍ତିପାରୁନି ମନ୍ଦିର । ଗତ 20 ଦିନ ଭିତରେ 3 ମନ୍ଦିରରୁ ଚୋରି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳର ଥିବା ବିଭିନ୍ନ ଦେବଦେବୀ ମନ୍ଦିରରୁ ଚୋରି ହେଉଥିବା ବେଳେ ଗତକାଲି ଚୋରଙ୍କ ନଜରରୁ ବର୍ତ୍ତିପାରିନି ଗ୍ରହରାଜ ଶନିଶ୍ଚରଙ୍କ ମନ୍ଦିର । ଶନି ମନ୍ଦିରରୁ ରୂପା ମୁକୁଟ ଓ ସୁନା ଆଖି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଆଉ ଚୋରିର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।

ଗ୍ରହରାଜଙ୍କୁ ବି ଛାଡିଲେନି:

TEMPLE THEFT (ETV Bharat Odisha)

ଗତକାଲି ଥିଲା ଶନିବାର । ଶନିବାର ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିରହେ । ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତସ୍ଥିତ କୁଦପାଟଣା ନିକଟରେ ପୂଜା ପାଉଥିବା ଶନିଶ୍ଚର ଦେବଙ୍କ ମନ୍ଦିରରୁ ଚୋରି ହୋଇଛି । କିଛି ଦୁର୍ବୃତ୍ତ ମନ୍ଦିରରୁ ରୂପା ମୁକୁଟ ଓ ସୁନା ଆଖି ଚୋରି କରିନେଇଛନ୍ତି । ଗତକାଲି ଭୋର ପ୍ରାୟ 4ଟା40 ମିନିଟରେ ସମୟରେ ଦୁଇ ଜଣ ଦୁର୍ବୃତ୍ତ ମନ୍ଦିରରେ ପଶି କଳାକନା ବୁଲାଇ ଦେଇଛନ୍ତି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତାଲା ଭାଙ୍ଗି ଲୁଟି ନେଲେ ଚୋର:

ମନ୍ଦିରରୁ ଚୋରି
ମନ୍ଦିରରୁ ଚୋରି (ETV Bharat Odisha)

ମନ୍ଦିରର ପୂଜକ ପ୍ରହଲ୍ଲାଦ ପଣ୍ତା କହିଛନ୍ତି, ‘ପ୍ରତ୍ୟେକ ଦିନ ପରି ଶନିଶ୍ଚର ଦେବଙ୍କ ପୂଜା କରିବା ପାଇଁ ଭୋର ସମୟରେ ଆସେ । ଆସିବା ସମୟରେ ମହିଳା ଥିଲେ । ମନ୍ଦିର ଭିତରେ ଅନ୍ଧାର । ଗ୍ରୀଲ ଗେଟ ତାଲା ଭାଙ୍ଗିଛି ଶନିଶ୍ଚରଙ୍କ ରୂପା ମୁକୁଟ ଏବଂ ସୁନାର ଦୁଇ ଆଖି ଚୋର ଚୋରି କରି ନେଇଛନ୍ତି । ଗ୍ରାମବାସୀମାନଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।’

ଚୋରଙ୍କ ଟାର୍ଗେଟରେ ମନ୍ଦିର:

ମନ୍ଦିରରୁ ଚୋରି
ମନ୍ଦିରରୁ ଚୋରି (ETV Bharat Odisha)

ସ୍ଥାନୀୟ ଅଞ୍ଚଳର ସନାତନ ବେହେରା, କହିଛନ୍ତି, ‘ଏ ଅଞ୍ଚଳର ଗ୍ରହରାଜ ଶନିଶ୍ଚର ଦେବ ଏକ ମାତ୍ର ମନ୍ଦିର । ଏଠାକୁ ପୂଜିବା ପାଇଁ ବିଭିନ୍ନ ଆଡୁ ଭକ୍ତଙ୍କ ସମାଗମ ହୁଏ । ଶନିବାର ହୋଇଥିବାରୁ ଭୋର ସମୟରେ ଦୁଇ ଜଣ ଚୋର ମନ୍ଦିର ଗେଟ ତାଲା ଭାଙ୍ଗି ରୂପା ଓ ସୁନା ଚୋରି କରି ନେଇଛନ୍ତି । ମନ୍ଦିର ଭିତରକୁ ଚପଲ ପିନ୍ଧି ପସିଛନ୍ତି। ମୁହଁରେ ମାସ୍କ ପିନ୍ଧିଛନ୍ତି । ଏବେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର ।’

20 ଦିନରେ 3 ମନ୍ଦିରରୁ ଚୋରି:

ମନ୍ଦିରରୁ ଚୋରି
ମନ୍ଦିରରୁ ଚୋରି (ETV Bharat Odisha)

ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମାତିଛନ୍ତି ଚୋର । ଆଉ ଚୋରଙ୍କ ଟାର୍ଗେଟରେ ମନ୍ଦିର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ଗତ 5ରେ ତ୍ରିବେଣୀସ୍ଥିତ ବେଲେଶ୍ବର ମହାଦେବ ମନ୍ଦିର ଓ ବନମାଳିପୁର ସ୍ଥିତ ଦିଓ୍ବାନପାଟଣାର ଅଧିଷ୍ଠାତ୍ରୀ ମା' ଦୁଲ୍ଲାଦେବିଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଗ୍ରାମବାସୀଙ୍କ ହାବୁଡରେ ଜଣେ ଧରାପଡିବା ପରେ ଚୋର ଗ୍ୟାଙ୍ଗ ଧରାପଡିଥିଲେ । ଏବେ ୨୦ ଦିନ ପରେ ଶନିଶ୍ଚର ଦେବଙ୍କ ମନ୍ଦିରରୁ ଚୋରି ହେବା ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ:

ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିଲେନି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ

ନନା ବେଶରେ ବୁଲୁଥିଲେ ମନ୍ଦିରରୁ ଲୁଟୁଥିଲେ, ଧରାପଡିଲେ ଦୁଇ ଭାଇ - two TEMPLE THIEF ARRESTED

ପାର୍ବଣରେ ମାତିଲେ ଚୋର, ମନ୍ଦିରରେ ବୁଲାଇଲେ କଳାକନା - THEFT FROM beleswar temple

ଭଗବାନଙ୍କୁ ବି ଛାଡିଲେନି, ମା' କନକ ଦୁର୍ଗା ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ - Stolen From Maa Kanak Durga Temple

ସେହିପରି ଶ୍ରଦ୍ଧାଳୁ ଚିତ୍ତରଞ୍ଜନ ମାଣିକ କହିଛନ୍ତି ," ମନ୍ଦିରରେ ଚୋରି ଘଟଣା ଆମକୁ ଭଲ ଲାଗୁନି । ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।’

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.