ETV Bharat / state

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ ! - MURDER IN BHUBANESWAR - MURDER IN BHUBANESWAR

Bhubaneswar Murder: ରାଜଧାନୀରେ ମର୍ଡର । ତମାଣ୍ଡୋ ଥାନା ସିଭି ରମଣ କଲେଜ ପାଖରେ ହତ୍ୟାକାଣ୍ଡ । ଘର ମାଲିକକୁ ଭଡାଟିଆ ହତ୍ୟା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ..

Bhubaneswar Murder
Bhubaneswar Murder (ETV Bharat Odisha)
author img

By ETV Bharat Odisha Team

Published : Jun 21, 2024, 8:49 AM IST

Updated : Jun 21, 2024, 11:56 AM IST

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ମାଲିକକୁ ହତ୍ୟା କଲା ଭଡାଟିଆ । ତମାଣ୍ଡୋ ଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି । ରାସ୍ତା ଉପରୁ ମୃତଦେହ ଜବତ କରିଛି ପୋଲିସ୍ । ମୃତକ ସୁଶାନ୍ତ ଶତପଥି ହୋଇଥିବା ସୂଚନା ମିଳିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି ।

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ ! (ETV Bharat Odisha)

ସରପଞ୍ଚଙ୍କ ସ୍ବାମୀଙ୍କ ଅଫିସରେ ହତ୍ୟା: ନପୁଟ ସରପଞ୍ଚଙ୍କ ସ୍ୱାମୀଙ୍କ ଅଫିସରେ ଏହି ହତ୍ୟା ହୋଇଛି । ନପୁଟ ପଞ୍ଚାୟତର ମହୁରା ଗାଁର ଏକ ଦୁଇ ମହଲା ଘରର ପଛପଟ ପାଇଖାନା ଟାଙ୍କି ପାଖରେ ମୃତଦେହ ମିଳିଛି । ମୃତକ ସୁଶାନ୍ତ ଶତପଥିଙ୍କ ଘର ଖୋର୍ଦ୍ଧା ପାଟପୁର ଅଞ୍ଚଳରେ । ବିଗତ କିଛି ଦିନ ହେବ ସେହି ଘରେ ସେ ପ୍ରଥମ ମହଲାରେ ରହୁଥିଲେ । ସେହିଠାରେ ଆଉ ଜଣେ କଣ୍ଟ୍ରାକ୍ଟରର କିଛି କର୍ମଚାରୀ ମଧ୍ୟ ତଳମହଲାରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ ନାମକ ଜଣେ କର୍ମଚାରୀ ଘରର ଛାତ ଉପରେ ଶୁଏ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା । ଏହାପରେ ରଞ୍ଜନ ଦୀପ ଏକ ଲୁହା ରଡରେ ପିଟି ହତ୍ୟା କରିଥିବା ନେଇ ସୂଚନା ରହିଛି ।

ହତ୍ୟା ଲୁଚାଇବା ପାଇଁ ସାଂଘାତିକ ପ୍ରୟାସ: ମୃତଦେହକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲା ଅଭିଯୁକ୍ତ । ପ୍ରଥମେ ମୃତଦେହକୁ ସିଡିରେ ଘୋଷାରି ଘୋଷାରି ଆଣି ଘରର ତଳ ମହଲାର ପଛପଟେ ଥିବା ପାଇଖାନା ଟାଙ୍କି କଣରେ ଲୁଚାଇ ଦେଇଥିଲା । ଏହାପରେ ଛାତର ପ୍ରଥମ ମହଲାରେ ତାଜା ଡେଇଁ ପଳାଇଥିଲା ।

ଦିଆସିଲି ଖୋଜୁ ଖୋଜୁ ଜଣାପଡ଼ିଲା ହତ୍ୟା: ହତ୍ୟା ପରେ ଅଭିଯୁକ୍ତ ଛୁ ମାରିଥିବା ବେଳେ ଘରର ଅନ୍ୟ ପିଲା ସକାଳୁ ଉଠି ଡିଆସିଲି ଖୋଜୁ ଖୋଜୁ ରକ୍ତ ଛିଟା ଓ ରକ୍ତ ପୋଛା ଯାଇଥିବା ଦାଗ ଦେଖିବାକୁ ପାଇଥିଲେ । ଏହାପରେ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା ।

ରାସ୍ତାରୁ ଧରାପଡ଼ିଲା ଅଭିଯୁକ୍ତ: ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କେବଳ ରଞ୍ଜନ ଦୀପ ଘଟଣାସ୍ଥଳକୁ ଫେରାର ମାରିଥିବା ବେଳେ ତାହା ଉପରେ ସନ୍ଦେହ କରି ତାକୁ ଖୋଜିବା ପାଇଁ ପୋଲିସ ୨ ଟି ଟିମ ଗଠନ କରିଥିଲା । ଓଗାଳପଡା ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ତାକୁ ଗିରଫ କରିଛି ।

ଘରର ମାଲିକାନା ସନ୍ଦେହରେ ହତ୍ୟା: କୁହାଯାଉଛି ଘରଟି ଏକ ବେସରକାରୀ ଜାଗା ଉପରେ ହୋଇଛି । ସେଠାରେ ଆଗରୁ ସୁଶାନ୍ତ ଶତପଥିଙ୍କ ଭାଇ ରହୁଥିଲେ । ପରେ ପରେ ସୁଶାନ୍ତ ରହି ସବୁ କିଛି ବୁଝାଶୁଝା କରୁଥିଲା । ହେଲେ ସେହି ଘରକୁ ନଫୁଟ ପଞ୍ଚାୟତର ସରପଞ୍ଚ ସୁଚରିତା ପାତ୍ରଙ୍କ ସ୍ୱାମୀ କମ୍ବୁ ପାଣି ପାତ୍ର ନେଇ ସେଠାରେ ନିଜର କଣ୍ଟ୍ରାକ୍ଟର କାମ କରୁଥିବା ବେଳେ ସେ ସେଠାରେ ନିଜର ଅଫିସ କରିଥିଲେ । ଆଉ ତାଙ୍କର କିଛି କର୍ମଚାରୀ ମଧ୍ୟ ସେଠାରେ ରହୁଥିଲେ ।ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- ଭଦ୍ରକ ଟ୍ରିପଲ ମର୍ଡର, ହତ୍ୟା ପଛରେ ନାବାଳକ !

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 21, 2024, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.