ETV Bharat / state

କାର ଧକ୍କାରେ ଚା ଦୋକାନୀ ମୃତ, କଟକର ଚର୍ଚ୍ଚିତ ବିଧାୟକଙ୍କ ସହ କାରର ରହିଛି ଲିଙ୍କ୍‌ - Tea Shop Owner Dies In Car Accident - TEA SHOP OWNER DIES IN CAR ACCIDENT

Tea Shop Owner Dies In Car Accident : କାର ଧକ୍କାରେ ଚାଲିଗଲା ଚା ଦୋକାନୀଙ୍କ ଜୀବନ । ଦୁର୍ଘଟଣା ଘଟାଇଥିବା କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ ଥିବା ସୂଚନା । ଅଧିକ ପଢ଼ନ୍ତୁ

କାର ଧକ୍କାରେ ଚା ଦୋକାନୀ ମୃତ
କାର ଧକ୍କାରେ ଚା ଦୋକାନୀ ମୃତ
author img

By ETV Bharat Odisha Team

Published : Mar 30, 2024, 7:07 PM IST

Updated : Mar 30, 2024, 8:08 PM IST

କାର ଧକ୍କାରେ ଚା ଦୋକାନୀ ମୃତ

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ହିଟ୍ ଆଣ୍ଡ ରନ୍ କେସ । କାର ଧକ୍କାରେ ଚାଲିଗଲା ଚା ଦୋକାନୀଙ୍କ ଜୀବନ । ସହୀଦ ନଗର ଥାନା ପଣ୍ଡା ପାର୍କ କଡ଼ରେ ଘଟିଛି ଘଟଣା । ଦୁର୍ଘଟଣା ଘଟାଇଥିବା କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ ଥିବା ସୂଚନା ମିଳିଛି । ଏନେଇ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଥାନାରେ ଅଟକ ରଖିଛି ପୋଲିସ । ସେପଟେ ମୃତ ଚା ଦୋକାନୀଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଦୋକାନୀଙ୍କ ପରିବାର ।

କମିସନରେଟ ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ, ଯାଜପୁର ଜିଲ୍ଲା ସୁନାପାଳ ବିଞ୍ଝାରପୁର ଅଞ୍ଚଳ ଦୀଲ୍ଲିପ ପରିଡା ଭୁବନେଶ୍ୱର ସହୀଦ ନଗର ପଣ୍ଡା ପାର୍କ କଡ଼ରେ ଏକ ଚା ଦୋକାନ ଚଳାଇଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ସମୟରେ ନିଜ ଦୋକାନକୁ ଯିବା ସମୟରେ ଏକ ଦ୍ରୁତଗାମୀ କାର ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇ କାରଟି ସେଠାରୁ ଖସି ପଳାଇଥିଲା । ଖବର‌ ପାଇ ପୋଲିସ‌ ଘଟଣା ସ୍ଥଳରେ ପହଁଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ପୋଲିସ ଏକ ୧୯୦/୨୪ରେ ଏକ ହିଟ୍ ଆଣ୍ଡ ରନ୍ ମାମଲା କରିଛି । ଦୋକାନୀଙ୍କୁ ଧକ୍କା ଦେଇଥିବା କାରକୁ ମଧ୍ୟ ଜବତ କରିଛି ପୋଲିସ ।

ସେପଟେ ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିବା ବେଳେ ଜଣାପଡିଛି ଯେ, ଦୁର୍ଘଟଣା ଘଟଇଥିବା କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ୍‌ ରହିଛି । OD 33 AK 6888 ନମ୍ବର ଥିବା କାରଟିକୁ ପୋଲିସ ଜବତ ପରେ କାରଟି ଏକ ଘରୋଇ କମ୍ପାନୀ ନାଁରେ ରହିଥିବା ବେଳେ କମ୍ପାନୀଟି କଟକର ଜଣେ ଚର୍ଚ୍ଚିତ ବିଧାୟକଙ୍କ କମ୍ପାନୀ ବୋଲି ଜଣାପଡିଛି । ପୋଲିସ ବେପରୁଆ ଗାଡି ଚାଳନା ଯୋଗୁଁ ମୃତ୍ୟୁ ହେବା ଭଳି ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ଭୁବନେଶ୍ୱର ଆରଟିଓ ମୋଟର ଭେଇକିଲ ଇନସ୍ପେକ୍ଟରଙ୍କୁ ଡକାଇ ଗାଡିର ଯାଞ୍ଚ କରିଛନ୍ତି । କାରଟିକୁ ଜବତ କରି ସହୀଦ ନଗର ଥାନାରେ ରଖାଯାଇଛି । ଗାଡି କିଏ ଚଳାଉଥିଲେ ସେନେଇ ମଧ୍ଯ ଯାଞ୍ଚ ଜାରିରହିଛି । ପୋଲିସ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯାଇ ତଦନ୍ତ କରିବା ସହ କିଛି ନମୁନା ସଂଗ୍ରହ କରିଛି । ସିସିଟିଭି ଫୁଟେଜ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତାରେ ଚାଲି ଚାଲି ଯାଉଥିଲେ, ପଛପଟୁ ମାଡ଼ିଗଲା କାର: 2 ମୃତ, ଜଣେ ଗୁରୁତର

ଅନ୍ୟପକ୍ଷେ ମୃତଦେହ ବ୍ୟବଚ୍ଛେଦ ପରେ ଦୋକାନୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଓ ଝିଅ ଥିବା ବେଳେ ଚା ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ ଦୀଲ୍ଲିପ । ଦୀଲ୍ଲିପଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡ଼ିଛନ୍ତି । ସେପଟେ ସହୀଦନଗର ଥାନା ପୋଲିସ ଘଟଣାର ତଦନ୍ତ ଚଳାଉଥିବା ବେଳେ କାର ଚାଲାଉଥିବା ଡ୍ରାଇଭରକୁ ଅଟକ ରଖିଛି । କାର ଧକ୍କାରେ ନୀରିହ ଜୀବନ ଯିବା ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।

ସେହିପରି କିଛିଦିନ‌ ତଳେ ଗତ ୨୪ ତାରିଖରେ ମଧ୍ୟ ସେହି ବିଧାୟକଙ୍କ ମାଲିକାନାରେ ଥିବା ଆଉ ଏକ କମ୍ପାନୀର OD33AJ 9888 ନମ୍ବର ଥିବା ଏକ ବିଏମଡବ୍ଲୁ କାର ବ୍ଲକି ଚେକିଂ ବେଳେ ଧରାପଡିଥିଲା । ସୁସାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ମାତ୍ରାଧିକ ମଦ୍ୟପାନ କରି ଏହି ଗାଡି ଚଳାଉଥିବା ବେଳେ ଧରାପଡ଼ି ପୋଲିସ ଦ୍ବାର ଗିରଫ ହୋଇଥିଲେ । ପରେ ଲାଇସେନ୍ସ ନଥାଇ କାରକୁ କିପରି ଡ୍ରାଇଭ୍ ପାଇଁ ଦିଆଯାଇଥିଲା ସେନେଇ ଯାଞ୍ଚ ବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସ୍କାନରକୁ ଆସିଥିଲା ବିଧାୟକଙ୍କ ସଂସ୍ଥା । ତେବେ ନିର୍ବାଚନୀ ସମୟରେ ବିଧାୟକଙ୍କ ଲିଙ୍କ୍‌ ଆସିବା ପରେ କିଏ ସେହି ବିଧାୟକ ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 30, 2024, 8:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.