ETV Bharat / state

ଆକ୍ସନ ମୋଡ୍‌ରେ ବନ ବିଭାଗ, ସ୍କାନରରେ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ - No pictures with wild animals

No pictures with wild animals: ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ । ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 26, 2024, 12:32 PM IST

FOREST DEPARTMENT
FOREST DEPARTMENT

ଭୁବନେଶ୍ବର: ସାବଧାନ ! ସୋସିଆଲ ମିଡିଆରେ ଛାଡ଼ି ନାହାନ୍ତି ତ ବନ୍ୟଜନ୍ତୁଙ୍କ ଫଟୋ କି ଭିଡିଓ ? ମହଙ୍ଗା ପଡ଼ିପାରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ । ୭ ବର୍ଷ ଯାଏଁ ଜେଲଦଣ୍ଡ ସହ ଗଣିବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । କାରଣ ଏବେ ସୋସିଆଲ ମିଡ଼ିଆ ଘାଣ୍ଟୁଛି ବନ ବିଭାଗ । ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ । ଗିରଫ ହୋଇଛନ୍ତି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ।

ତେବେ ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି ମିର୍ଜା ମହମ୍ମଦ ଆରିଫ ବେଆଇନ ଭାବେ ସାପ ଧରୁଥିଲେ । ଆଉ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର୍ସ ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଛନ୍ତି ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ । ତେବେ ବନ୍ୟପ୍ରାଣୀଙ୍କ ଏଭଳି ଭିଡିଓ ଦ୍ୱାରା ଅନ୍ୟ ବ୍ୟକ୍ତି ପ୍ରଭାବିତ ହେଉଛନ୍ତି ଓ ବନ୍ୟପ୍ରାଣୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ଅନେକ ସାପ ଉଦ୍ଧାରକାରୀ ରହିଛନ୍ତି, ଯେଉଁମାନେ ସାପ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଘରେ ରଖିଥିବାର ନଜିର ମଧ୍ୟ ରହିଛି ।

ସେହିପରି ବନ୍ୟଜନ୍ତୁଙ୍କ ଫଟୋ କିମ୍ବା ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ବନ ବିଭାଗ ଏକ ବଡ଼ ଚାଲେଞ୍ଜ ନେଇଛି । ଏହାରି ମଧ୍ୟରେ ଜଣଙ୍କୁ ଗିରଫ କରିବା ସହ ଯାଜପୁର ଜହଳ ସ୍ଥିତ ୟୁଟ୍ୟୁବର ମୋନାଲିସାଙ୍କ ବାସଭବନରେ ବନ ବିଭାଗ ଚଢ଼ାଉ ମଧ୍ୟ କରିଛି । ବହୁଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ବେଆଇନ ଭାବରେ କିଛି ବନ୍ୟଜନ୍ତୁଙ୍କ ଘରେ ରଖିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଆସୁଥିଲେ । ତେବେ ବନ୍ୟଜନ୍ତୁ ଅଧିକାର ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଚଢ଼ାଉ କରିଥିଲା ବନ ବିଭାଗ । କିନ୍ତୁ ମୋନାଲିସା ଏବଂ ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ବନ ବିଭାଗ 275/24ରେ ଏକ ମାମଲା ରୁଜୁ କରିଛି ।

ଏହା ମଧ୍ୟ ପଢନ୍ତୁ- ସଫା ହେଲାଣି ଜଙ୍ଗଲ, ଚେଇଁ ଶୋଇଛି ବୌଦ୍ଧ ବନ ବିଭାଗ ! ତାତିଲେ ଲୋକେ

ଆକ୍ସନ ମୋଡ୍‌ରେ ରହିଛି ବନ ବିଭାଗ । ଏବେ ବନ ବିଭାଗର ନଜର ସୋସିଆଲ ମିଡ଼ିଆ ଉପରେ । ୟୁଟ୍ୟୁବ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ଅନେକ ସୋସିଆଲ ମିଡ଼ିଆ ଉପରେ ରହିଛି ନଜର । କେତେବେଳେ ଆଉ କେଉଁ ସମୟରେ ଚଢ଼ାଉ କରିବ ସେନେଇ ଚାଲିଛି ଅଙ୍କକଷା । ଯଦି କେହି ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଛାଡ଼ିଥାନ୍ତି ତେବେ ସେମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଏପରିକି ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା । ଏହାସହ ସୋସିଆଲ ମିଡ଼ିଆ ଆକାଉଣ୍ଟ ସସପେଣ୍ଡ ହୋଇଯିବ । ବନ୍ୟଜନ୍ତୁଙ୍କ ଫଟୋ କିମ୍ବା ଭିଡ଼ିଓ ପୋଷ୍ଟ କରାଯାଉଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟ ସଂପର୍କରେ ବନ ବିଭାଗର ଜେଟିଏଫ୍ କ୍ରାଇମ ସେଲ୍ ତଦନ୍ତ କରୁଛି । ଯେଉଁମାନଙ୍କ ଆକାଉଣ୍ଟରେ ବନ୍ୟପ୍ରାଣୀଙ୍କ ଭିଡ଼ିଓ ଅଛି, ତାହାକୁ ତୁରନ୍ତ ହଟାନ୍ତୁ ବୋଲି ଚେତାବନୀ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.