ETV Bharat / state

ଯୌଥ ପରିବାର ବ୍ୟବସ୍ଥା ପ୍ରତି ଆକର୍ଷିତ ବିଦେଶୀ, ଆପଣାଇନେଉଛନ୍ତି ପୋଷ୍ୟ ସନ୍ତାନ - Foreigners adopted Divyang child

Special Adoption Center in Koraput: କୋରାପୁଟସ୍ଥିତ ସ୍ବତନ୍ତ୍ର ଆଡପ୍ସନ୍‌ ସେଣ୍ଟରରୁ ଦିବ୍ୟାଙ୍ଗ ଶିଶୁ ରାଜେନ୍ଦ୍ର ମୁଣ୍ଡାଗାଡିଆକୁ ପୋଷ୍ୟ ଭାବେ ଗ୍ରହଣ କଲେ ସ୍ବିଡେନର କ୍ଲିଫୋର୍ଡ ଲ୍ୟୁକ୍‌ ଥୋମାସ ପରିବାର । ଅଧିକ ପଢ଼ନ୍ତୁ

Special Adoption Center in Koraput
Special Adoption Center in Koraput
author img

By ETV Bharat Odisha Team

Published : Feb 20, 2024, 4:06 PM IST

Special Adoption Center in Koraput

କୋରାପୁଟ: ଭାରତବର୍ଷରେ 'ଛୋଟ ପରିବାର ସୁଖୀ ପରିବାର' ମନ୍ତ୍ର ଆଦୃତ ହୋଇଥିବା ବେଳେ ବିଦେଶୀଙ୍କ ମଧ୍ୟରେ ଭାରତରେ ରହିଥିବା ପୁରାତନ ଯୌଥ ପରିବାର ବ୍ୟବସ୍ଥା ପ୍ରତି ଆକର୍ଷଣ ସୃଷ୍ଟି ହୋଇଛି । ଏହି କଥାର ପ୍ରାସଙ୍ଗିକତା କୋରାପୁଟରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ବିଦେଶୀଙ୍କ ପରିବାରକୁ ଦେଖିଲେ ଜାଣିହେଉଛି ବୋଲି କୋରାପୁଟସ୍ଥିତ ସ୍ବତନ୍ତ୍ର ଆଡପ୍ସନ୍‌ ସେଣ୍ଟରର ପରିଚାଳକ ସୌମ୍ୟରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି ।

ଏହି କେନ୍ଦ୍ରରେ ସଦ୍ୟତମ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପର୍ବରେ ସ୍ବିଡେନର କ୍ଲିଫୋର୍ଡ ଲ୍ୟୁକ୍‌ ଥୋମାସ ପରିବାର ନିଜର ୩ଟି ସନ୍ତାନ ଥିବା ସତ୍ତ୍ବେ କୋରାପୁଟରେ ଥିବା ଆଇଡିଏସ୍‌ ସଂସ୍ଥା ଦ୍ବାରା ପରିଚାଳିତ ଆଡପ୍ସନ୍‌ ସେଣ୍ଟରରୁ ଏକ ଦିବ୍ୟାଙ୍ଗ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ପିଲାଟିବେଳୁ ମାଆ ବାପାଙ୍କୁ ହରାଇ ଏକ ଅନିଶ୍ଚିତ ଭବିଷ୍ୟତ ଆଡକୁ ନିଜ ଅଜାଣତରେ ଏହି ଆଡପ୍ସନ୍‌ ସେଣ୍ଟରରେ ବଢୁଥିବା ରାଜେନ୍ଦ୍ର ମୁଣ୍ଡାଗାଡିଆକୁ ଏକ ନୂତନ ଜୀବନ ପ୍ରଦାନ କରିବା ପାଇଁ ଥୋମାସ ପରିବାର ସହାୟତାର ହାତ ବଢାଇଛନ୍ତି । ରାଜେନ୍ଦ୍ରକୁ ସମାଜରେ ଭଲ ମଣିଷ ଭାବେ ଗଢିବା ପ୍ରତିଶ୍ରୁତି ଦେଇ ସ୍ବିଡେନ୍‌ ନେଇ କୋରାପୁଟ ମାଟିକୁ କୃତଜ୍ଞତା ଜଣାଇ ବାହାରି ଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୫ ମାସର ଶିଶୁକନ୍ୟାକୁ ମିଳିଲା ପରିବାର, ପୋଷ୍ୟ ଭାବେ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି

କୋରାପୁଟ ଜିଲ୍ଲା ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ରକୁ ଥୋମାସ ପରିବାରକୁ ହସ୍ତାନ୍ତର କରିଛନ୍ତି । ନିଜର 3ଟି ସନ୍ତାନ ଥିବାବେଳେ ବୃହତ ପରିବାରରେ ସାମୁହିକ ଭାବେ ପରସ୍ପରକୁ ସହଯୋଗ କରି ଏକ ନୂତନ ଆନନ୍ଦକୁ ଉପଭୋଗ କରିବା ଉଦ୍ଦେଶ୍ୟରେ ଏହି ଦମ୍ପତ୍ତି ନିଜର 3ଟି ସନ୍ତାନ ଥିବା ସତ୍ତ୍ବେ ଏକ ଅଜଣା ଦେଶର ଅଜଣା ସ୍ଥାନରେ ନୂତନ ଦୁନିଆ ପାଇବା ପାଇଁ ଅପେକ୍ଷା କରୁଥିବା ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ 5 ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ । ବର୍ତ୍ତମାନ କୋରାପୁଟରୁ ରାଜେନ୍ଦ୍ରକୁ ପାଇ ସମଗ୍ର ପରିବାର ଆନନ୍ଦିତ ବୋଲି ଥୋମାସଙ୍କ ପତ୍ନୀ ଜଣାଇଛନ୍ତି ।

ସ୍ବିଡେନ ଫେରିବାପରେ ରାଜେନ୍ଦ୍ରର ସଠିକ ଯତ୍ନ ନେଇ ପାଠ ପଢାଇ ଭଲ ମଣିଷ କରିବାକୁ ସ୍ବପ୍ନ ରହିଛି ବୋଲି ପରିବାର ବର୍ଗ କହିଥିଲେ । ପୂର୍ବରୁ ଥୋମାସ ଅନେକ ଥର ଭାରତ ଆସିଛନ୍ତି ହେଲେ ପ୍ରଥମ କରି ସପରିବାର ଭାରତ ଆସିଥିବା ଥୋମାସଙ୍କ ସହ ପରିବାରର ନୂତନ ସଦସ୍ୟକୁ ସାଥିରେ ନେବା ପାଇଁ କୋରାପୁଟ ପହଞ୍ଚିଥିବା ତାଙ୍କ ପୁଅ ଝିଅ ଜଣାଇଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିବାପରେ ସମସ୍ତ ଆଇନଗତ ଦିଗକୁ ତର୍ଜମା କରି କୋରାପୁଟ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ପୋଷ୍ୟ ସନ୍ତାନ ହସ୍ତାନ୍ତର ସମୟରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ପୋଷ୍ୟ ସନ୍ତାନ ନିୟମାବଳୀର ଯଥାର୍ଥ ଭାବରେ ଯାଞ୍ଚ କରିବା ପରେ ରାଜେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପିତାମାତା ପାଇଲେ ଦୁଇ କନ୍ୟାରତ୍ନ, ସ୍ପେନ୍ ଦମ୍ପତିଙ୍କ ପୂରା ହେଲା ପରିବାର

ଗତ 10 ବର୍ଷ ମଧ୍ୟରେ କୋରାପୁଟ ସ୍ବତନ୍ତ୍ର ଆଡପ୍ସନ କେନ୍ଦ୍ରରୁ ସମୁଦାୟ 95 ଜଣ ଶିଶୁ ବିଭିନ୍ନ ପରିବାର ଦ୍ବାରା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ବେଳେ 3ଟି ଦିବ୍ୟାଙ୍ଗ ଶିଶୁଙ୍କ ସମେତ 13 ଜଣ ପୁଅଝିଅଙ୍କୁ ବିଦେଶୀ ପରିବାର ପୋଷ୍ୟ ସନ୍ତାନ ଭାବେ ନେଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ କହିଛନ୍ତି । ବିଦେଶୀ ପରିବାରଙ୍କ ଆବେଦନ ପତ୍ରକୁ ଯେପରି ଭାବେ ବିଭିନ୍ନସ୍ତରରେ ପରୀକ୍ଷା ନିରୀକ୍ଷା କରି ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ସୁଯୋଗ ଦିଆଯାଇଥାଏ, ସେହିପରି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ମଧ୍ୟ ସେମାନେ ପିଲାଙ୍କୁ କିପରି ଲାଳନ ପାଳନ କରିଛନ୍ତି ତା ବିଷୟରେ ସରକାର ସମସ୍ତ ଯତ୍ନ ନେଇଥାନ୍ତି ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ତେବେ ପରିବାରରେ ସନ୍ତାନ ଥିବା ସତ୍ତ୍ବେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଅନ୍ୟ ବିଦେଶୀ ପରିବାରରେ ଏହି ଅଞ୍ଚଳର ଶିଶୁ ସୁରକ୍ଷତ ଭାବେ ଏକ ଉନ୍ନତ ଜୀବନ ଧାରଣ କରୁଥିବା ଯୋଗୁଁ ବିଦେଶରେ ରାଜେନ୍ଦ୍ର ଉତ୍ତମ ପରିବେଶରେ ବଢି ଭଲ ମଣିଷଟିଏ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ଆଡପ୍ସନ୍‌ ସେଣ୍ଟରର ପରିଚାଳକ ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜେନ୍ଦ୍ରର ବିଦେଶକୁ ଯିବା ନେଇ ଆଡପ୍ସନ କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଏପରିକି ତାର କୁନି ସାଙ୍ଗମାନେ କାନ୍ଦି ଉଠିଥିଲେ । ହେଲେ ଥୋମାସଙ୍କ ପରିବାର ସେମାନସଙ୍କ ସହ ଢେମସା ନୃତ୍ୟ କରି ବିଦାୟ ବେଳାକୁ ହାଲୁକା କରିବାର ପ୍ରୟାସ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.