ETV Bharat / state

ଏଥର ରଜ ବଜାରରେ ‘ଟିକେ ଟିକେ ଅଚିହ୍ନା ତୁ’ ରିଲିଜ, ପୁଣି ରୋମାନ୍ସ ତଡକା ଲଗାଇବେ ସ୍ବରାଜ-ଭୂମିକା - TIKE TIKE ACHINHA TU FILM

author img

By ETV Bharat Odisha Team

Published : Jun 5, 2024, 7:13 PM IST

Odia Film Tike Tike Achinha Tu Release: ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ଓଡ଼ିଆ ତାରକା ସ୍ୱରାଜ ବାରିକ ଏବଂ ଭୂମିକା ଦାଶ । 'ଟିକେ ଟିକେ ଅଚିହ୍ନା ତୁ' ଫିଲ୍ମ ସହ ଉଭୟ ପୁଣି କମବ୍ୟାକ କରୁଛନ୍ତି । ଏହି ଫିଲ୍ମ କେବେ ଆସିବ ଏବଂ ଏହି ଫିଲ୍ମର କାହାଣୀ କ'ଣ ରହିଛି? ଜାଣନ୍ତୁ,

ଜୁନ ୭ରେ  ରିଲିଜ ଓଡ଼ିଆ ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ'
ଜୁନ ୭ରେ ରିଲିଜ ଓଡ଼ିଆ ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ' (ETV Bharat Odisha)

ଭୁବନେଶ୍ୱର: ପ୍ରି-ରଜରେ ବା ଜୁନ ୭ରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ' । ଏହି ଫିଲ୍ମରେ ଲୋକପ୍ରିୟ ଓଡ଼ିଆ ତାରକା ସ୍ୱରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ପୁଣିଥରେ ପରଦାରେ ଏକାଠି ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ପୁଣି ଏହି ଯୋଡିକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏଥିସହ ଏହି ଫିଲ୍ମ ରଜ ମାହୋଲରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ ମନକୁ ଛୁଇଁବ ବୋଲି ଫିଲ୍ମର ପୁରା ଟିମ ଆଶାବାଦୀ ରହିଛନ୍ତି ।

ଟିକେ ଟିକେ ଅଚିହ୍ନା ତୁ (ETV Bharat Odisha)

'ଟିକେ ଟିକେ ଅଚିହ୍ନା ତୁ' କାହାଣୀ

ଆମର ଷ୍ଟୁଡିଓ ଓ ଡିକେ ମୁଭି ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ଫାମିଲି ଡ୍ରାମା ଲଭ ରୋମାନ୍ସ ସହ ଭରପୁର ମନୋରଞ୍ଜନକୁ ନେଇ ଗତିଶୀଳ ହୋଇଛି । ଏଥିରେ ତ୍ରିକୋଣୀୟ ଲଭଷ୍ଟୋରୀ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଯୁବ ପିଢିଙ୍କ ଜୀବନଚର୍ଯ୍ୟା ଓ ପରିବାରର ମୂଲ୍ୟକୁ ନେଇ ଗତିଶୀଳ ହୋଇଥିବା ବେଳେ ସବୁ ଗୀତ ଗୁଡିକ ବେଶ ସୁନ୍ଦର ହୋଇଛି ।

'ଟିକେ ଟିକେ ଅଚିହ୍ନା ତୁ' ଫିଲ୍ମର ଷ୍ଟାରକାଷ୍ଟ

ଏହି ଫିଲ୍ମରେ କେବଳ ଯେ ଭୂମିକା ଏବଂ ସ୍ୱରାଜ ନୁହଁ ବରଂ ଅନ୍ୟତମ ନାୟକ ଶୁଭମଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ଗୀତ ମଧ୍ୟ ସାନଦାର ରହିଛି । ତେବେ ଲୋକପ୍ରିୟ ଗୀତିକାର ପ୍ରେମ ଆନନ୍ଦ ଗୀତଗୁଡିକୁ ଲେଖିଥିବା ବେଳେ ଗୀତ ସହ ଦମଦାର କାହାଣୀକୁ ନେଇ ରଜରେ ଫିଲ୍ମଟି ରାଜ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ । ଆମର ଷ୍ଟୁଡିଓ ଏବଂ ଆନ୍ନା ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ସେହିପରି ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ।

ପୂର୍ବରୁ ମଧ୍ୟ ଏହି ଫିଲ୍ମରେ ସ୍ୱରାଜ-ଭୂମିକା ନଜର ଆସିଥିଲେ

'ଟିକେ ଟିକେ ଅଚିହ୍ନା ତୁ' ଏହି ଫିଲ୍ମ ପୂର୍ବରୁ ଭୂମିକା ଦାଶ ଏବଂ ସ୍ୱରାଜ ବାରିକଙ୍କ ଯୋଡି ବେଶ ଲୋକପ୍ରିୟ ହାସଲ କରିଥିଲେ । ଉଭୟ ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ 'ତୁ ମୋ ଲଭ ଷ୍ଟୋରୀ' ସହ ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିଥିଲେ । ଏହି ଫିଲ୍ମ ଦର୍ଶକଙ୍କ ବେଶ ମନ ଜିତିଥିଲା । ଏହା ପରେ ଉଭୟ ପୁଣି 'ତୁ ମୋ ଲଭ ଷ୍ଟୋରୀ ୨'ରେ ନଜର ଆସିଥିଲେ । ଏହି ଫିଲ୍ମ ମଧ୍ୟ ହିଟ ହେବା ସହ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏହି ଯୋଡିଙ୍କ ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ' ମଧ୍ୟ ପୁଣି ସୁପରହିଟ ହେବ ବୋଲି ନିର୍ମାତା ଆଶାବାଦୀ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଜରେ ଧମାକା କରିବେ ବାବୁସାନ, ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.