ETV Bharat / state

ଧାରଣାରେ ବିଏମସିର ସ୍ୱଚ୍ଛ ସାଥି, ସର୍ବନିମ୍ନ ମଜୁରୀ ପାଇଁ ମେୟର ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର

author img

By ETV Bharat Odisha Team

Published : Mar 15, 2024, 6:02 PM IST

Swachha Sathi Stage Protest: ସର୍ବନିମ୍ନ ମଜୁରୀ ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସିର ସ୍ବଚ୍ଛସାଥି । ଦାବି ପୁରଣ ନେଇ ଲୋୟର ପିଏମଜିରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ,

ଧାରଣାରେ ବିଏମସିର ସ୍ୱଚ୍ଛ ସାଥି
ଧାରଣାରେ ବିଏମସିର ସ୍ୱଚ୍ଛ ସାଥି
ଧାରଣାରେ ବିଏମସିର ସ୍ୱଚ୍ଛ ସାଥି

ଭୁବନେଶ୍ବର: ସର୍ବନିମ୍ନ ମଜୁରୀ ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସିର ସ୍ବଚ୍ଛସାଥି । ଦାବି ପୁରଣ ନେଇ ଲୋୟର ପିଏମଜିରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ବଚ୍ଛସାଥି ମେୟର ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରି ଦରମା ବୃଦ୍ଧି ପାଇଁ ନିବେଦନ କରିଛନ୍ତି । ୪ ବର୍ଷ ହେବ ମାନେ ବିଏମସି ଅଧିନରେ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କୁ ମାସିକ ୭ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଗତ ମାର୍ଚ୍ଚ ୧୨ ତାରିଖରେ ଏମାନଙ୍କ ଦରମା ବଢିଥିବା ବେଳେ ମାତ୍ର ୧ ହଜାର ଟଙ୍କା ବୃଦ୍ଧି କରଯାଇଛି । ଏହି ବର୍ଦ୍ଧିତ ଦରମାରେ ଅସନ୍ତୁଷ୍ଟ ହୋଇ ସର୍ବନିମ୍ନ 12-15 ହଜାର ଟଙ୍କା ପ୍ରଦାନ ଦାବି କରି ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି ସ୍ବଚ୍ଛସାଥି ।

ଦାବିପତ୍ର ଦେବା ସହ ସ୍ବଚ୍ଛସାଥି ଅଭିଯୋଗ ଆଣିଛନ୍ତି, ‘‘ଆମେ ବିଏମସି ଅଞ୍ଚଳର ଅନେକ କାମ ସକାଳୁ ସଞ୍ଜ ଯାଏଁ କରୁଛୁ, ଯେଉଁଠିକି ଆମ ଦରମା ୧ ହଜାର ବଢୁଛି । ଯେଉଁଠିକି ଗ୍ରାମାଞ୍ଚଳର ସ୍ବଚ୍ଛସାଥି ଆମ ପରି କାମ ନକରୁଥିଲେ ମଧ୍ୟ ତାଙ୍କର ଦରମା ୪୦୦୦ ବଢ଼ିଲା । ଯାହାଦ୍ବାରା ଉଭୟଙ୍କ ଦରମା ସମାନ ହେଲା କିନ୍ତୁ କାମ ସମାନ ହେଲା ନାହିଁ । ଯେଉଁଠିକି ସମାନ କାମ ପାଇଁ ସମାନ ଦରମା ସରକାରଙ୍କର ଅଧିନିୟମ ରହିଛି । ସେହିକ୍ରମରେ ଆମ ପ୍ରତି ଅନ୍ୟାୟ ହୋଇଛି । ଆମେ ମେୟରଙ୍କ ସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଆମକୁ ୧୨ ହଜାରରୁ ୧୫ ହଜାର ଦିଆଯାଉ। ସର୍ବନିମ୍ନ ଦରମା ଦିଆଯାଉ ଯାହାଦ୍ୱାରା ଆମେ ଆମ କାମର ସଠିକ ପାରିଶ୍ରମିକ ପାଇପାରିବୁ ଆଉ ସହରର ସ୍ବଚ୍ଛତାର ଦାୟିତ୍ବ ଭାର ଠିକ ଭାବରେ ପାଳନ କରିପାରିବୁ ।’’

ଏହା ମଧ୍ୟ ପଢ଼ନ୍ତୁ... ବିସ୍ଥାପିତଙ୍କୁ କରାଯାଉନି ଥଇଥାନ, ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ ନେଇ ଧମକ ଦେଲା ବିସ୍ଥାପିତ ମଞ୍ଚ

ଏଠାରେ ସୂଚନା ଥାଉକି, ସ୍ବଚ୍ଛସାଥି ସହର ସ୍ବଚ୍ଛତାର ତଦାରଖ କରୁଥିବା ବେଳେ ଲୋକଙ୍କୁ ଅଳିଆ ପୃଥିକରଣର ସଚେତନ କରାଇବା, ଅଳିଆ ଗାଡି ୱାର୍ଡରୁ ଅଳିଆ ନେଲା କି ନାହିଁ ୱାର୍ଡ ୱାର୍ଡ ବୁଲି ପଚାରିବା, ଡ୍ରାଇଭର ଓ ଗାଡିର ଖବର ରଖିବା, ସ୍ବଚ୍ଛତା ଆପକୁ ଯାଞ୍ଚ କରିବା, ଅଳିଆ ଗଦାକୁ ଅଳିଆ ଯାଉଛି କି ନାହିଁ ଓ ରାସ୍ତା ସଫା ହେଉଛି କି ନାହିଁ ସେ ସବୁର ସୂଚନା, ଡ୍ରେନ ସମସ୍ୟା, ରାତ୍ରିର ଅଳିଆ ସଂଗ୍ରହ, ଗାରିମା ଯୋଜନାର କାର୍ଯ୍ୟ ହେଉଛି କି ନାହିଁ ତାର ଖବର ଏହିଭଳି ଅନେକ କାର୍ଯ୍ୟ ସେମାନଙ୍କ ଦ୍ବାରା କରାଯାଉଛି । ଏପରିକି ସହର ସ୍ବଚ୍ଛତା ପାଇଁ ସ୍ବଚ୍ଛସାଥିଙ୍କୁ ରାତିଦିନ କାମରେ ଲଗାଉଥିବା ବେଳେ ତାଙ୍କୁ ଛୁଟି ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.