ETV Bharat / state

ପର୍ଯ୍ୟବେକ୍ଷଣ ଗୃହରେ ଜୀବନ ହାରିଲେ ନାବାଳକ; କାରଣ ଅସ୍ପଷ୍ଟ - suspicious death Of minor boy

author img

By ETV Bharat Odisha Team

Published : Jul 5, 2024, 8:19 PM IST

Student Suicide In Hostel: ଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହ ତଥା ସ୍ୱତନ୍ତ୍ର ଆବାସରେ ଜୀବନ ହାରିଲେ ନାବାଳକ । ମୃତ୍ୟୁର କାରଣ ଜଣାପଡନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ,

ପର୍ଯ୍ୟବେକ୍ଷଣ ଗୃହରେ ଜୀବନ ହାରିଲେ ନାବାଳକ; କାରଣ ଅସ୍ପଷ୍ଟ
ପର୍ଯ୍ୟବେକ୍ଷଣ ଗୃହରେ ଜୀବନ ହାରିଲେ ନାବାଳକ; କାରଣ ଅସ୍ପଷ୍ଟ (ETV Bharat Odisha)

ଅନୁଗୋଳ: ପର୍ଯ୍ୟବେକ୍ଷଣ ଗୃହରେ ଜୀବନ ହାରିଲେ ନାବାଳକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ୱତନ୍ତ୍ର ଆବାସରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବଢି ଭୋରୁ ଏହି ଘଟଣା ଘଟିଛି । ବାଥରୁମରେ ଜୀବନ ହାରିଛନ୍ତି ନାବାଳକ । କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ ଜରିଆରେ ଆସି ଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହରେ ଥିଲେ । ଗତ ୮ ମାସ ହେବ ଅନୁଗୋଳରେ ରହୁଥିଲେ ନାବାଳକ । ମୃତ ନାବାଳକ ଜଣକ ଏକ ଚୋରି ମାମଲାରେ ସମ୍ପୃର୍କ୍ତ ଥିବା ବେଳେ ସେ ଏଠାରେ ୮ ମାସ ହେବ ରହିଆସୁଥିଲେ ବୋଲି ସୂଚନା ଦେଇଛନ୍ତି ଅଧିକାରୀ ଅମିୟ କୁନାର ନାଥ ଶର୍ମା । ଆତ୍ମହତ୍ୟାର ସ୍ପଷ୍ଟ କାରଣ ଜଣାପଡି ନଥିଲେ ମଧ୍ୟ ସେ ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିବା ଏବଂ ଏଠାରେ ଚିକିତ୍ସିତ ହେଉଥିବା ପର୍ଯ୍ୟବେକ୍ଷଣ ଗୃହର ପରିବିକ୍ଷଣ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରେମ ହେଲା କାଳ; ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ମୃତ ନାବାଳକ ଜଣକ ଜଗତସିଂହପୁର ଅଞ୍ଚଳରେ ତାଙ୍କୁ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଧୀନରେ ଧରାଯାଇ ଏଠାରେ ରଖାଯାଇଥିଲା । ଏଠାରେ ପ୍ରାୟ ୮ମାସ ହେଲା ରହୁଥିଲେ । ଆଜି ସକାଳେ ହଠାତ ଏଭଳି କାଣ୍ଡ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନା ପଠାଯାଇଥିବା ବେଳେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପର୍ଯ୍ୟବେକ୍ଷଣ ଗୃହରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ତାଙ୍କ କହିବା କଥା ପିଲାଟିର ପୂର୍ବରୁ ବାପା ମରିଯାଇଚିନ୍ତି । ମାଆଙ୍କ ମାନସିକ ଭାରସାମ୍ୟ ଠିକ ନାହଁ। ପିଲାଟି ମଧ୍ୟ ସାମନ୍ୟ ମାନସିକ ରୋଗୀ । ସେଥିପାଇଁ ତାଙ୍କୁ ଚିକିତ୍ସା କରାଯାଉଥିଲା । ତେବେ ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ତାର ତଦନ୍ତ ଚାଲିଛି । ପୋଷ୍ଟମାର୍ଟମ ରିପୋର୍ଟ ଆସିଲେ ଘଟଣାର ଖୁଲାସା ହେବ ।

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.