ETV Bharat / state

ସନ୍ଦେହ ଘେରରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି - ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟ

Suspicious Death Of School Girl: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ । ଅଧିକ ପଢ଼ନ୍ତୁ

ସନ୍ଦେହ ଘେରରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Mar 4, 2024, 8:15 AM IST

ସନ୍ଦେହ ଘେରରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ: ସନ୍ଦେହ ଘେରରେ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରୀ ନିବାସରେ ଜୀବନ ହାରିଲେ ଛାତ୍ରୀ । ମୃତ୍ୟୁର ପଛର କାରଣ ଅସ୍ପଷ୍ଟ । ଯାହାକୁ ନେଇ ବିଦ୍ୟାଳୟ ଆଗରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଅର୍ପିତା ବେହେରା ନାମକ ଜଣେ ଛାତ୍ରୀ ସକାଳ କ୍ଲାସ ସାରି ରହୁଥିବା ଛାତ୍ରୀ ନିବାସକୁ ଯାଇଥିଲେ । ହେଲେ ପରବର୍ତ୍ତୀ ଆସେମ୍ଲିରେ ଅର୍ପିତା ଅନୁପସ୍ଥିତ ରହିଥିଲେ । ତେବେ ଅର୍ପିତା କାହିଁକି ଅନୁପସ୍ଥିତ ରହିଲେ ସେନେଇ ଛାତ୍ରୀ ନିବାସରେ ମେଟ୍ରନ ଯାଇ ଦେଖିବା ବେଳକୁ ଅର୍ପିତା ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ସୂଚନା ମିଳିଛି । ଏହା ଜଣାପଡିବା ପରେ ଅର୍ପିତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରାଥମିକ ପରୀକ୍ଷା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ମୃତ ଅର୍ପିତାଙ୍କ ଘର ଧାମନଗର ବ୍ଳକ ଅନ୍ତର୍ଗତ କୁଟୁରିଆ ଗ୍ରାମରେ ସୁରେନ୍ଦ୍ର ବେହେରାଙ୍କ ଝିଅ ବୋଲି ଜଣାପଡିଛି । ଏନେଇ ଖବର ପାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଅବିଭାବକମାନେ ଜବାହାର ନବୋଦୟ ବିଦ୍ୟାଳୟ ଫାଟକ ଆଗରେ ଭିଡ ଜମାଇ ଥିଲେ । ଯାହାକି ନିଜ ପିଲାମାନଙ୍କୁ ଦେଖିବାକୁ ଅଭିଭାବକମାନେ ଭିଡ ଜମାଇଥିଲେ ବୋଲି ଜଣାପଡିଛି । ଏଥିସହ ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଅର୍ପିତାଙ୍କ ମୃତ୍ୟୁର ପ୍ରକୃତ କାରଣ ସନ୍ଦେହ ଜନକ ଥିବାରୁ ଘଟଣାସ୍ଥଳରେ ସାର୍ଣ୍ଟିଫିକ ଟିମ ପହଞ୍ଚି ନବୋଦୟ ବିଦ୍ୟାଳୟ ପରିସରରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଏଥିସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଦ୍ୟାଳୟରେ ପୋଲିସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର 3 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଅନ୍ୟପକ୍ଷେ ମୃତ ଛାତ୍ରୀଙ୍କ ମାଆ ଏନେଇ ଖବର ପାଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତାଙ୍କ ଝିଅକୁ ମାରିଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ହେଲେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ପୋଲିସ ଏବଂ ସାଇଣ୍ଟଫିକ ଟିମର ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.