ETV Bharat / state

ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ ! - EC Notice On DS Kutte And Ashish Singh

author img

By ETV Bharat Odisha Team

Published : Jun 8, 2024, 7:24 PM IST

EC Notice On DS Kutte And Ashish Singh: ଓଡି଼ଶା କ୍ୟାଡର ବରିଷ୍ଠ ଆଇପିଏସ ଡିଏସ କୁଟ୍ଟେଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ହୋଇଛି । ଅନ୍ୟପଟେ ଛୁଟିରେ ଥିବା ଆଇପିଏସ ଆଶିଷ ସିଂଙ୍କ ଅଡୁଆ ବଢିଛି । ପଢନ୍ତୁ ପୁରା ଖବର

EC Notice
EC Notice (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି । ନିର୍ବାଚନ କମିଶନର ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କିନ୍ତୁ ମେଡ଼ିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଇପିଏସ ଆଶିଷ ସିଂଙ୍କ ଉପରେ ବର୍ଷିଛନ୍ତି ନିର୍ବାଚନ କମିଶନ । ଆଶିଷ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥାଇ ମିଛରେ ଛୁଟିରେ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

EC Notice
EC Notice (ETV Bharat Odisha)

ସୂଚନା ଅନୁସାରେ, ଓଡି଼ଶା କ୍ୟାଡର 1997 ବ୍ୟାଚର ଆଇପିଏସ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି । ନିର୍ବାଚନ କମିଶନର ତାଙ୍କ ଚାକିରିରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି । ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ମେ 28 ରେ ଡିଏସ କୁଟ୍ଟେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଇସିଆଇ । କୁଟ୍ଟେ ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଯାହାର ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ନିର୍ବାଚନ କମିଶନର।

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

ଅପରପକ୍ଷେ 2010 ବ୍ୟାଚ ଆଇପିଏସ ଆଶିଷ ସିଂଙ୍କ ଚିନ୍ତା ବଢିଛି । ସେଣ୍ଟ୍ରାଲ ରେଞ୍ଜ ଆଇଜି ଭାବେ ସେ ଦାୟିତ୍ୱରେ ଥିବାବେଳେ ନିର୍ବାଚନ ପରିଚାଳନାରେ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ ସମ୍ପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟ ସମସ୍ୟା ଆଳ କରି ଛୁଟିରେ ରହି ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା । ଆଶିଷଙ୍କ ସ୍ୱାସ୍ଥ୍ୟ ଖରାପ ଅଛି କି ନାହିଁ ସେନେଇ ଯାଞ୍ଚ କରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର । ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଆଶିଷ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମିଛରେ ଛୁଟିରେ ଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.