ETV Bharat / state

ହଟିଲା ନିଲମ୍ବନ; ଗୃହ ବିଭାଗର ଓଏସ୍‌ଡି ହେଲେ IPS ଡିଏସ୍‌ କୁଟ୍ଟେ ଓ ରବିକାନ୍ତ - Suspension of IPS DS Kutey Revoked

author img

By ETV Bharat Odisha Team

Published : Jul 15, 2024, 9:21 PM IST

Suspension of IPS DS Kutey Revoked: ବରିଷ୍ଠ ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ଡିଏସ୍‌ କୁଟ୍ଟେଙ୍କ ସମେତ ଆଇପିଏସ ରବିକାନ୍ତଙ୍କୁ ଗୃହ ବିଭାଗରେ ନିଯୁକ୍ତି ଦିଆଯାଇଛି । ଅଧିକ ପଢ଼ନ୍ତୁ

Suspension of IPS DS Kutey Revoked
Suspension of IPS DS Kutey Revoked (ETV Bharat Odisha)

ଭୁବନେଶ୍ବର: ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ଆଦେଶକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ବିଜେଡି ସରକାରରେ ପାୱାରଫୁଲ୍‌ ଥିବା ଡିଏସ୍‌ କୁଟ୍ଟେଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ନୂଆ ସରକାର । ସେହିପରି ବିଜେଡି ସରକାର ସମୟରେ ନୂଆଦିଲ୍ଲୀରେ ଆବାସିକ କମିଶନର ଭାବେ କାର୍ଯ୍ୟ କରୁଥିବା ଆଇପିଏସ ରବିକାନ୍ତଙ୍କୁ ଓଡିଶା ଫେରାଇ ଅଣାଯାଇ ଗୃହ ବିଭାଗରେ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜେଡି ସରକାରରେ ବହୁ କ୍ଷମତାର ଅଧିକାରୀ ଥିଲେ ବହୁ ଚର୍ଚ୍ଚିତ 1997 ବ୍ୟାଚ୍‌ର ଆଇପିଏସ୍‌ ଡିଏସ୍‌ କୁଟ୍ଟେ । ଅଫିସରରୁ ରାଜନେତା ହୋଇଥିବା ଭିକେ ପାଣ୍ଡିଆନଙ୍କ ଅତି ନିକଟତର ଥିଲେ କୁଟ୍ଟେ । ସେଥିପାଇଁ ତ, ସେ ଦୀର୍ଘ ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଥିଲା । ବିଜେପିର ଅଭିଯୋଗ ଆଧାରରେ ଡିଏସ୍‌ କୁଟ୍ଟେଙ୍କୁ ସରକାରୀ କାର୍ଯ୍ୟରୁ ଜାତୀୟ ନିର୍ବାଚନ କମିଶନ ନିଲମ୍ବିତ କରିଥିଲେ । ଏହାସହ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଦର୍ଶ ଆଚରଣ ବିଧି ହଟିବା ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରିପୋର୍ଟ କରିବାକୁ ଡିଏସ୍‌ କୁଟ୍ଟେଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । କିନ୍ତୁ ଏହାପରେ କୁଟ୍ଟେଙ୍କୁ ନେଇ କୌଣସି ସୂଚନା ମିଳିପାରିନଥିଲା । କୁଟ୍ଟେ କେଉଁଠି ବୋଲି ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବଜ୍ଞପ୍ତି ଅନୁସାରେ, ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ହଟାଇବା ପାଇଁ ନିର୍ବାଚନ କମିଶନ ଜୁନ 6ରେ ନିର୍ଦ୍ଦେଶ ଦେଇଥିଲେ । କୁଟ୍ଟେଙ୍କ ନିଲମ୍ବନ ପ୍ରତ୍ୟାହାର ହେବାପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବିଜେଡି ସରକାର ସମୟରେ ନୂଆଦିଲ୍ଲୀ ଆବାସିକ କମିଶନର ଥିବା ଆଇପିଏସ୍‌ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି ମୋହନ ସରକାର । 1998 ବ୍ୟାଚର ରବିକାନ୍ତଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ନୂଆଦିଲ୍ଲୀରେ କାର୍ଯ୍ୟରତ ଓଡିଶା କ୍ୟାଡର ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ଶିଳ୍ପ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ 1998 ବ୍ୟାଚର ଆଇଏଏସ ବିଶାଳ ଗଗନଙ୍କୁ ନୂଆ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ କୁହାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ । ବିଜେଡି ସରକାରର ଗୁଡ୍‌ ବୁକରେ ରବିକାନ୍ତ ମଧ୍ୟ ଥିଲେ । ଡିଏସ୍‌ କୁଟ୍ଟେ ଓ ରବିକାନ୍ତଙ୍କ ପୂର୍ବରୁ ଏସ୍‌ଏମ ନରୱଣେ, ରୀତୁ ଆରୋରା ଓ ଆଶିଷ ସିଂ ଗୃହ ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ ! - EC Notice On DS Kutte And Ashish Singh

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.