ETV Bharat / state

ଓଡ଼ିଶାରେ ବାଂଲାଦେଶୀ ଟେନସନ; ଅନୁପ୍ରବେଶକାରୀ ସନ୍ଦେହରେ ଆଇନ ହାତକୁ ନେଉଛନ୍ତି ଲୋକେ, କମିଶନରଙ୍କୁ ଭେଟିଲା ସଂଖ୍ୟାଲଘୁ ସଂଗଠନ - Suspect Bangladeshi infiltrators

author img

By ETV Bharat Odisha Team

Published : Aug 11, 2024, 1:47 PM IST

Suspect Bangladeshi infiltrators: ରାଜ୍ୟରେ ବଢିଲା ବାଂଲାଦେଶୀ ଅନୁପ୍ରବେଶକାରୀ ଚିନ୍ତା । ବାଂଲାଦେଶୀ ସନ୍ଦେହରେ ବୁଲାବିକାଳିଙ୍କୁ ଅଟକାଉଛନ୍ତି ଲୋକେ । ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ । ଆଲର୍ଟ ଅଛି କମିଶନରେଟ ପୋଲିସ ।

ଓଡ଼ିଶାରେ ବାଂଲାଦେଶୀ ଟେନସନ; ଅନୁପ୍ରବେଶକାରୀ ସନ୍ଦେହରେ ଆଇନ ହାତକୁ ନେଉଛନ୍ତି ଲୋକେ
ଓଡ଼ିଶାରେ ବାଂଲାଦେଶୀ ଟେନସନ; ଅନୁପ୍ରବେଶକାରୀ ସନ୍ଦେହରେ ଆଇନ ହାତକୁ ନେଉଛନ୍ତି ଲୋକେ (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭୟ । ରାଜଧାନୀରେ ବିଭିନ୍ନ ସ୍ଥାନରେ ଛୋଟ ମୋଟ ବ୍ୟବସାୟ କରି ଚଳୁଛନ୍ତି କିଛି ବ୍ୟକ୍ତି । ଭୁବନେଶ୍ୱର ବିଭିନ ଗଳିକନ୍ଦିରେ ବୁଲି ବୁଲି ଜରି ଗୋଟାଇବାଠୁ ଆରମ୍ଭ କରି ଫେରିବାଲା ଓ କବାଡିଆ ଭାବେ ପ୍ରତିପୋଷଣ କରୁଛନ୍ତି । ହେଲେ ଅନେକ ସ୍ଥାନରେ ସେମାନଙ୍କୁ କିଛି ଲୋକ ହଇରାଣ ହରକତ କରୁଛନ୍ତି । ବାଂଲାଦେଶୀ ସନ୍ଦେହରେ ପରିଚୟ ପତ୍ର ଯାଞ୍ଚ ଆଳରେ ସେମାନଙ୍କୁ ବ୍ୟବସାୟ କରିବାରେ ବାଧା ଦେଉଛନ୍ତି । ଫଳରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ଓ ଉଦବେଗ ସୃଷ୍ଟି ହେଉଛି । ଖଣ୍ଡଗିରି ଥାନା ଡୁମୁଡୁମା ରହମଦ ନଗରରେ ଏପରି ଘଟଣା ସାମ୍ନାକୁ ଆସିଥିବାବେଳେ ଆଳୁଗଦି, ଏମ୍ସ ପାଖ ପାତ୍ରପଡା, ଇନଫୋସିଟି ଥାନା ଶିଖର ଚଣ୍ଡିରେ ମଧ୍ୟ ସମାନ ଘଟଣା ଘଟିଥିବା ନେଇ ନଜରକୁ ଆଣିଛି ସଂଖ୍ୟାଲଘୁ ସଂଗଠନ । ଯାହାକୁ ନେଇ ସଂଗଠନର ସଦସ୍ୟ ଭୁବନେଶ୍ୱର ପୋଲିସ ସେବା ଭବନରେ ପହଞ୍ଚି କମିଶନରଙ୍କୁ ଭେଟିଛନ୍ତି । ଏନେଇ ଦାବିପତ୍ର ଦେବା ସହ କିଛି ଅଞ୍ଚଳରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ''କମିଶନରେଟ ପୋଲିସର ସବୁ ଅଫିସର ଆଲର୍ଟ ଅଛନ୍ତି । ସବୁ ଥାନା ଏହି ପରିସ୍ଥିତି ଉପରେ ନଡର ରଖୁଛନ୍ତି । ଯଦି କୌଣସି ସ୍ଥାନରେ ଏମିତି ରିପୋର୍ଟ ହେଉଛି ପୋଲିସ ତୁରନ୍ତ ଏହାକୁ ନେଇ କ୍ରିୟାଶୀଳ ହେଉଛି । ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ଅଛି ଲୋକଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛୁ । କୌଣସି ରିପୋର୍ଟ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ଯେଉଁଠି ରିପୋର୍ଟ ଆସିବ ଅଫିସର ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନକୁ କାହାକୁ ହାତକୁ ନେବା କଥା ନୁହେଁ । ଆଇନକୁ ପାଳନ କରିବା କଥା ଯାହା ଗାଇଡଲାଇନ ରହିଛି ସମସ୍ତେ ପାଳନ କରନ୍ତୁ ।''

ସଂଖ୍ୟାଲଘୁ ରହୁଥିବା ସ୍ଥାନରେ ପୋଲିସ ସୁରକ୍ଷା:

ଭୁବନେଶ୍ୱରର ଯେଉଁ ସ୍ଥାନରେ ସଂଖ୍ୟାଲଘୁ ଲୋକ ବସବାସ କରୁଛନ୍ତି ସେଠାରେ‌ ପୋଲିସ ମୁତୟନ କରାଯାଇଛି । ସେମାନଙ୍କୁ ସୁରକ୍ଷାର ବାତାବରଣ ଦେବା ଉଦ୍ଦେଶ୍ୟରେ ବନ୍ଧୁକ ଧାରି ପୋଲିସ ପ୍ରହରା ଦେଉଛନ୍ତି । ଭୟଭୀତ ନହେବାକୁ ପୋଲିସ ଲୋକଙ୍କୁ ସଚେତନ କରୁଛି । ପୋଲିସ ସହ ସମନ୍ବୟ ରଖି କିଛି ସମସ୍ୟା ହେଲେ ଜଣାଇବାକୁ କୁହାଯାଇଛି । ଖାରବେଳ ନଗର ଅଞ୍ଚଳ, ଲକ୍ଷ୍ମୀସାଗର, ଖଣ୍ଡଗିରି ଓ ଇନଫୋସିଟି ଥାନା ଅଞ୍ଚଳରେ ପୋଲିସ ମୁତୟନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାଂଲାଦେଶୀଙ୍କଠୁ ରୋହିଙ୍ଗ୍ୟା: ନଜର ପକାନ୍ତୁ ଇତିହାସରେ ଭାରତ ସାମ୍ନା କରିଥିବା ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ - REFUGEE CRISIS FACED BY INDIA

ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ:

ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ନଜରକୁ ଆସୁଛି । ଯେଉଁଠି ଗାଁ ଗାଁକୁ ବୁଲିବାକୁ ଯାଉଥିବା ଫେରିବାଲା ବା ବୁଲା ବିକାଳିଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ଲୋକେ କିଛି କିଛି ସ୍ଥାନରେ ଅଟକାଉଛନ୍ତି । ସେମାନଙ୍କର ପରିଚୟ ପତ୍ର ମଧ୍ୟ ଯାଞ୍ଚ କରୁଛନ୍ତି । କିଛି ବ୍ୟବସାୟୀ ପଶ୍ଚିମବଙ୍ଗର ହୋଇଥିବାରୁ ତାଙ୍କୁ ବ୍ୟବସାୟ ପାଇଁ ମଧ୍ୟ ବାରଣ କରାଯାଉଛି । ଆଇନକୁ ଭୟ ଥାଇ ବି ଏଭଳି ପରିସ୍ଥିତରେ ଲୋକେ ଆଇନକୁ ହାତକୁ ନେଉଛନ୍ତି । ପୋଲିସକୁ ସୂଚନା ଦେବା ପରିବର୍ତ୍ତେ ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ବିରୋଧ କରୁଛନ୍ତି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ମଧ୍ୟ ଗୁଜବ ଓ ଅପପ୍ରଚାର ମଧ୍ୟ କରାଯାଉଛି । ଏହାଠାରୁ ଦୂରେଇ ରହିବା ବର୍ତ୍ତମାନ ଜରୁରୀ ହୋଇପଡିଛି ।

ପୂର୍ବରୁ ସତର୍କ କରାଇଥିଲେ ପୋଲିସ ଡିଜି:

କିଛି ଦିନ ତଳେ ପୋଲିସ ଡିଜି ଏନେଇ ପ୍ରତିକ୍ରିୟା ରଖିଥିଲେ । ସାମୁଦ୍ରିକ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ଦ୍ବାରା ଅନୁପ୍ରବେଶ ଉପରେ ନଜର ଖାଯାଉଥିବା କହିଥିଲେ । ଏପରିକି ରାଜ୍ୟ ଭିତରେ ବିଭିନ୍ନ ଧର୍ମାନୁଷ୍ଠାନ ଓ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିବା କହିଥିଲେ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଲୋକଙ୍କ ମନରେ ଥିବା ଗୁଜବ ଓ ଅପ୍ରପରଚାର‌‌ ଏକ ସମ୍ବେଦନଶୀଳ ବିଷୟ ହୋଇଛି । ଏସବୁ ଦିଗରେ ପୋଲିସର ଆଲର୍ଟ ରହିଲେ କୌଣସି ଅପ୍ରିତିକର ପରିସ୍ଥିିତି ଏଡାଇ ଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.