ETV Bharat / state

SUBHADRA Yojana; ସୁଭଦ୍ରା ଫର୍ମ, ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼; ଭୁବନେଶ୍ୱରରେ ବିମୁଦ୍ରାକରଣ ଭଳି ସ୍ଥିତି ! ସୋରରେ ଡାକଘର ଆଗରେ ପରିସ୍ଥିତି ଅଣାୟତ - SUBHADRA Yojana Aadhaar card update

author img

By ETV Bharat Odisha Team

Published : Sep 4, 2024, 4:14 PM IST

Updated : Sep 4, 2024, 6:25 PM IST

Hundreds of women queuing up to update and correct Aadhaar cards at Aadhaar Seva Kendras for Subhadra scheme: ଆଧାର ଲିଙ୍କ୍ ପାଇଁ ଆଧାର ସେବା ସେଣ୍ଟରରେ ଚାଲିଲା ପ୍ରତିଯୋଗିତା । ଠେଲାପେଲା କରି ଲୋକଙ୍କ ଉପରେ ଚଢିଲେ ଲୋକ । ମହିଳାଙ୍କ ମଧ୍ୟରେ ଘମାଘୋଟ୍ ମାଡ଼ଗୋଳ । କାନ୍ଦିଲେ ହିତାଧିକାରୀ । ଆଧାର କାର୍ଡ ସହ ମୋବାଇଲ ନମ୍ବର ଲିଙ୍କ୍ ବାଲେଶ୍ବର ସୋରରେ ଭୋରରୁ ଲମ୍ବା ଲାଇନରେ ଲୋକେ । ଏପଟେ ଭୁବନେଶ୍ବରରେ ‘ସୁଭଦ୍ରା’ ଫର୍ମ ପାଇଁ ଜନସେବା କେନ୍ଦ୍ର ଆଗରେ ପ୍ରବଳ ଭିଡ । ଅଧିକ ପଢନ୍ତୁ

SUBHADRA YOJANA
SUBHADRA YOJANA (ETV Bharat Odisha)

ଭୁବନେଶ୍ୱର/ବାଲେଶ୍ବର: ସୁଭଦ୍ରା ଯୋଜନା ନେଇ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏନେଇ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ଲୋକେ ସକାଳୁ ଆସି ଲାଇନ ଲଗାଇ ଆଧାର କେନ୍ଦ୍ର ସାମ୍ନାରେ ଅପେକ୍ଷାରେ ରହିଛନ୍ତି । ଲୋକଙ୍କ ଭିଡ଼ ଦେଖି ଠେଲା ପେଲା ସ୍ଥିତି ଉପୁଜିଛି । ପରେ ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଛି । ଭୁବନେଶ୍ବର ସହୀଦନଗର ସ୍ଥିତ ଆଧାରକେନ୍ଦ୍ରରେ ଦେଖିବାକୁ ମିଳିଛି ଅସମ୍ଭାଳ ସ୍ଥିତି ।ଆଧାର କେନ୍ଦ୍ର ଭିତରେ ନାହିଁ ନଥିବା ଭିଡ଼ । ବାହାରେ ତାଠୁ ଆହୁରି ଖରାପ ସ୍ଥିତି । ଲୋକେ ଖରା ବର୍ଷରେ ଠିଆ ହୋଇ ରହିଛନ୍ତି । କଲେଜ ପଢୁଆ ଛାତ୍ରୀଠୁ ଆରମ୍ଭ କରି ବୟସ୍କା ମହିଳା ମଧ୍ୟ ଅପେକ୍ଷା କରି ରହିଛନ୍ତି।

SUBHADRA YOJANA CHAOS (ETV Bharat Odisha)
ଘରେ ପାରାଲେସିସ ରୋଗୀ ଛାଡ଼ିକି ଆସିଛୁ-ନଖରରାରୁ ଆସିଥିବା ସୁରେକ୍ଷା ମହାନ୍ତି କହିଛନ୍ତି‌, "ଯଦି ଅଙ୍ଗନବାଡ଼ିକର୍ମୀଙ୍କ ଦ୍ବାରା ଯଦି ଆଧାର ଅପଡେଟ୍ କରିବା ପାଇଁ ସୁବିଧା କରି ଦିଅନ୍ତେ ଭଲ ହୁଅନ୍ତା । ଗହଳି ହୁଅନ୍ତାନି । ଏତେ ସମୟ ଧରି ଗୃହିଣି ମାନେ ଲାଇନରେ ଠିଆ ହୁଅନ୍ତେନି । ପ୍ରତି ଗ୍ରାମରେ ଆଧାର ଅପଡେଟ ହୋଇପାରନ୍ତା । ସରକାର ସୁଭଦ୍ରା ଯୋଜନା ସୁବିଧା କଲେ । ଘରେ ଯାଇକି କରି ଆସିଲେ ଆହୁରି ସୁବିଧା ହୁଅନ୍ତା । ଘରେ ଛୁଆମାନଙ୍କୁ ଛାଡିକି ଆସିଛୁ । ଆଉ ଶ୍ୱଶୁରଙ୍କୁ ପାରାଲେସିସ ତାଙ୍କୁ ବି ଛାଡ଼ିକି ଆସିଛୁ । କାମ ନ ସରିଲେ ତ ଯାଇ ହେବନି । ହେଲେ ଏଠି ପୁଣି ଲମ୍ବା ଲାଇନକୁ ଭିଡ଼ ପ୍ରବଳ ।ଆସିଛୁ ଯେତେବେଳେ ସାରିକି ଯିବୁ ।"

ଏହା ବି ପଢନ୍ତୁ- Subhadra Yojana: ମହିଳାଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ, ଜାଣନ୍ତୁ କେମିତି ଓ କେଉଁଠି ? - Subhadra Yojana Form Submission

ଗର୍ଭବତୀ ମହିଳା ଠିଆ ହେବା କଷ୍ଟକର-
ପ୍ରିୟଦର୍ଶିନୀ ପଣ୍ଡା ବାଲିଅନ୍ତାରୁ ଅସିଥିବା ମହିଳା କହିଛନ୍ତି, "ଅସୁବିଧା ନିହାତି ହଉଛି । ତା'ପରେ ବର୍ଷା ମଧ୍ୟ ହେଉଛି । ଲାଇନରେ ଆସି ଠିଆ ହେବାକୁ ପଡ଼ୁଛି । ଅଧଘଣ୍ଟା ହେବ ଠିଆ ହୋଇଛି । ଛୋଟ ଛୋଟ ଛୁଆ ଛାଡ଼ିକି ଆସିଛୁ।ସ୍କିମ୍ ଟାକୁ ଘରେ ଘରେ ବୁଲିକି କରିଲେ ଭଲ ହୁଅନ୍ତା । ଆମେ ମାନେ ତ ପଳେଇଆସିଲୁ । ଗର୍ଭବତୀ ମହିଳାଙ୍କ ପାଇଁ ବହୁ ଅସୁବିଧା ହେବ । ତାଙ୍କ ପାଇଁ ଲାଇନରେ ଠିଆ ହେବା କଷ୍ଟକର । ସରକାର ଯଦି ପ୍ରତି ଓ୍ବାର୍ଡ ହିସାବରେ କରେଇଦିଅନ୍ତେ, ଭଲ ହୁଅନ୍ତା । ଘରର ସମୟ କାଢ଼ିକି ଆସିବା କଷ୍ଟକର । ଖୁସି ତ ବହୁତ ହେଲେ ଲାଇନରେ ଠିଆ ହେବା ସମୟ ଯାଉଛି । ଲେଡିଜ ଠିଆ ହେବା ବହୁତ କଷ୍ଟକର ।"

SUBHADRA Yojana
SUBHADRA Yojana (ETV Bharat Odisha)
‘ଖରାରେ ଠିଆ ହୋଇଛୁ ପାଣି ବି ମିଳୁନି’-ସେହିପରି ହଂସପାଳ ଶ୍ରଦ୍ଧାଞ୍ଜଳୀ ମହାନ୍ତି କହିଛନ୍ତି, "ହବ ତ ଯେମିତି ହେଲେ । କାମ ସାରିକି ଯିବୁ । ଠିଆ ହୋଇଛୁ କେତେ ସମୟ ଲାଗିବ ଜାଣିନୁ । ହେଲାପରେ ଦେଖିବୁ କଣ ହେବ । ଏଠି କିଛି ପାଣି ପାଣି ସୁବିଧା ନାହିଁ । ଖରା ମଧ଼୍ୟ ହେଉଛି । ତଥାପି ଆସିଛୁ ମାନେ ଲମ୍ବା ଲାଇନରେ ହେଉ ପଛକେ ଠିଆ ହୋଇକି ରହିଛୁ ।"

ଏହା ବି ପଢନ୍ତୁ- Subhadra Portal: ଶୁଭାରମ୍ଭ ହେଲା ସୁଭଦ୍ରା ପୋର୍ଟାଲ, 17ରେ ମିଳିବ ପ୍ରଥମ କିସ୍ତି, ଏହି ଦିନଠୁ ଦାଖଲ କରିବେ ଫର୍ମ - Subhadra Yojana Portal Inauguration

ବିଏମସି ପକ୍ଷରୁ ଫର୍ମ ପାଇଁ ସୁବିଧା-
ବିଏମସି ପକ୍ଷରୁ କୁହାଯାଇଛି 67 ୱାର୍ଡରେ କଲୋନୀ ବସ୍ତିକୁ ଟ୍ୟାଗ କରିଛୁ। ଫର୍ମ ନେବା ପାଇଁ ପ୍ରତି ୱାର୍ଡର ଦୁଇଟି ଜାଗାରେ ବ୍ୟବସ୍ଥା ହୋଇଛି । ଲୋକଙ୍କ ବସିବା, ପିଇବା ପାଣିର ବ୍ୟବସ୍ଥା ହୋଇଛି । ଯଥେଷ୍ଟ ପରିମାଣ ରେ ଫର୍ମ ଅଛି । ଦୁଇ ତିନ ଦିନ ହୋଇଛି । ଫ୍ରି ଫର୍ମ ଦିଆଯାଉଥିବା ବେଳେ ଲୋକଙ୍କ ସଚେତନ ପାଇଁ ସବୁ ଜାଗାରେ ହୋଡିଂ ଲଗାଯାଇଛି । ତେଣୁ ଏଥିପାଇଁ କାହାକୁ ପଇସା ଦେବେନାହିଁ ପ୍ରଲୋଭନରେ ପଡିବେ ନାହିଁ ବୋଲି ଫର୍ମ ନେବାକୁ ଆସୁଥିବା ଲୋକଙ୍କୁ କହୁଛୁ। ନିଜର ଆଧାର କାର୍ଡ ନେଇ ଆସିବେ । ଯାହାର ଲିଙ୍କ ହୋଇଯାଇଛି, ଫେସ ସ୍କାନିଂ ହେଉଛି। ଯାହାର ଆଧାର କାର୍ଡ ନାହିଁ କିମ୍ବା ବ୍ୟାଙ୍କ ସହ ଲିଙ୍କ ହୋଇନାହିଁ, ବ୍ୟାଙ୍କ ରେ ଆଧାର ଲିଙ୍କ କରିବାକୁ କୁହାଯାଉଛି । ଗୋଟେ ଗୋଟେ ସେଣ୍ଟରକୁ କିଛି ବସ୍ତି, ଅଞ୍ଚଳ ସହ ଟ୍ୟାଗ କରାଯାଇଛି ।

ଏହା ବି ପଢନ୍ତୁ- Odisha Assembly: ବିଧାନସଭାରେ ସୁଭଦ୍ରା ତାତି, ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ହତ୍ୟା - Assembly Adjourned

ସୁଭଦ୍ରା ପାଇଁ ଆଧାର ସମସ୍ୟା, ଡାକଘର ଆଗରେ ପରିସ୍ଥିତି ଅଣାୟତ-

ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ଉଦ୍ଦେଶ୍ୟରେ ଏବେ ପ୍ରାୟତଃ ସମସ୍ତ ଡାକଘର ଆଗରେ ପ୍ରବଳ ଭିଡ ପରିଲିକ୍ଷିତ ହେଉଛି । ଆଜି ବାଲେଶ୍ୱର ଜିଲ୍ଲା ସୋର ମୁଖ୍ୟ ଡାକଘରକୁ ଆସିଥିବା ଲୋକମାନଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ଦଳା ଚକଟା ହୋଇଥିବା ଦେଖିବାକୁ ମିଳିଛି। ଲୋକମାନଙ୍କ ଏତେ ଭିଡ଼ ଥିଲା ଯେ ଗେଟ ଖୋଲିବା ମାତ୍ରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ । ଯାହା ଫଳରେ କି କିଛି ମହିଳା, ଯୁବତୀ ତଳେ ପଡିଯିବା ଯୋଗୁଁ ଦଳା ଚକଟା ପରିସ୍ଥିତି ଉପୁଜିଥିଲା ।

ଲୋକମାନେ ଦୂର ଦୂରାନ୍ତରୁ ଭୋର ପ୍ରାୟ 5ଟା ବେଳୁ ଆସି ମୁଖ୍ୟ ଡାକଘର ଆଗରେ ଲାଇନ ଲଗାଇ ଛିଡ଼ା ହୋଇଥିଲେ । ଡାକଘର ଗେଟ ଖୋଲିବା ମାତ୍ରେ ଲୋକମାନେ ଏକା ସାଙ୍ଗରେ ଗେଟ ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳକୁ କିଏ ତଳେ ପଡିଯାଇଥିଲେ ତ କିଏ ପୁଣି କାହା ପାଦତଳେ ଚାପି ହୋଇ ଯାଇଥଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

SUBHADRA YOJANA CHAOS

ଏହା ବି ପଢନ୍ତୁ- Toll-Free Number Issue: ସୁଭଦ୍ରା ଯୋଜନା: ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏମାନଙ୍କୁ ବି ମିଳିବ ଲାଭ, ଜାରି ହେଲା ଟୋଲ ଫ୍ରି ନମ୍ବର - Subhadra Yojana

ସୋର ମୁଖ୍ୟ ଡାକଘରକୁ ବଉଳଗଡ଼ିଆ ଅଞ୍ଚଳର ଦୁଇ ବୃଦ୍ଧ ଦମ୍ପତ୍ତି ଆଧାର କାର୍ଡରେ ମୋବାଇଲ ସଂଯୋଗ ପାଇଁ ଆସିଥିବା ବେଳେ ସେମାନେ ଭିଡ଼ରେ ଚାପି ହୋଇଯାଇଥିଲେ । ସ୍ତ୍ରୀଙ୍କ ଆଧାର କାର୍ଡ ପାଇଁ ଆସିଥିବା ଦିବ୍ୟାଙ୍ଗ ସ୍ୱାମୀ ଏମିତି ଭିଡ଼ ଓ ଦଳା ଚକଟାକୁ ନେଇ କାନ୍ଦି କାନ୍ଦି କହିଛନ୍ତି, " ମୁଁ ଛୋଟା ଲୋକ, ଆଜି କାନ୍ଦୁଛି, ମୋ ଘର ବଉଳଗଡ଼ିଆ । ଆସିଥିଲି ଏଇ ପୋଷ୍ଟାଲକୁ, ଆଧାର ସହିତ ମୋବାଇଲ ଲିଙ୍କ କରିବା ପାଇଁ। ଏଠି ଠେଲା ପେଲା କରୁଛନ୍ତି, ରାତି 4ଟା ବେଳୁ ଆଇଲିଣି। ମୋ ସ୍ତ୍ରୀ ଆସିଛି, ସିଏ ଆସି ପାରିବନି ଏକଲା ମୁଁ ତା ସାଙ୍ଗରେ ଆସିଛି। 4ଟା ବେଳୁ ବଉଲଗଡ଼ିଆରୁ ଆଇଲିଣି, ଠେଲାପେଲା କରୁଛନ୍ତି। ଲୋକ କରୁଛନ୍ତି ମୁଁ କଣ କରିବି, ମୁଁ ଯାଇ ପାରୁନି। ମାଣ୍ଡି ମୁଣ୍ଡା ଦେଉଛନ୍ତି ମୋ ଗୋଡ଼କୁ, ମୁଁ ଛୋଟା ଲୋକ।"

ଇଟିଭି ଭାରତ, ଭୁବନେଶ୍ବର, ବାଲେଶ୍ବର

Last Updated : Sep 4, 2024, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.