ETV Bharat / state

ଅସୁରକ୍ଷିତ ବାବା ରାମେଶ୍ୱର ପୀଠ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ - Subarnapur Rameswar Temple

Subarnapur Rameswar Temple: ଅସୁରକ୍ଷିତ ହୋଇପଡିଛି ସୋନପୁର ଗଡଜାତର ସର୍ବ ପ୍ରାଚୀନ ରାମେଶ୍ବର ମନ୍ଦିର । ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଅଧିକ ପଢନ୍ତୁ

ବାବା ରାମେଶ୍ୱର ପୀଠ
ବାବା ରାମେଶ୍ୱର ପୀଠ
author img

By ETV Bharat Odisha Team

Published : Mar 8, 2024, 9:42 AM IST

ବାବା ରାମେଶ୍ୱର ପୀଠ

ସୁବର୍ଣ୍ଣପୁର: ଆଜି ପବିତ୍ର ଜାଗର । ଏହି ଅବସରରେ ଆଜି ଅଷ୍ଟଶମ୍ଭୁ ପୀଠରେ ହଜାର ହଜାର ଭକ୍ତରଙ୍କର ସମାଗମ ହେବ । ହେଲେ ଦୀର୍ଘ ଦିନରୁ ବାବା ରାମେଶ୍ୱର ପୀଠର ମରାମତି ହୋଇ ନଥିବାରୁ ଶ୍ରଦ୍ଧାଳୁ ଓ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅସୁରକ୍ଷିତ ହୋଇ ପଡିଛି ସୋନପୁର ଗଡଜାତର ସର୍ବ ପ୍ରାଚୀନ ରାମେଶ୍ବର ମନ୍ଦିର । ମୁଖଶାଳାର ମରାମତି ପାଇଁ ଦେବୋତ୍ତର ବିଭାଗ ପାଖରେ କେତେ ଦାବି ଆପତ୍ତି ହୋଇଛି । ଦୀର୍ଘ ଦିନରୁ ପ୍ରାଚୀନ ମନ୍ଦିରର ମୁଖଶାଳାରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାର ମରାମତି ପାଇଁ ଦେବୋତ୍ତର ବିଭାଗ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ମରାମତି ଅଭାବରୁ ବର୍ଷା ଦିନରେ ମନ୍ଦିର ଉପରୁ ବର୍ଷା ପାଣି ସିଧା ସଳଖ ବୃଷଭଙ୍କ ଉପରେ ପଡି ମନ୍ଦିରର ମୁଖଶାଳା ଭିତରେ ପାଣି ଜମି ରହୁଛି । ମୁଖଶାଳାର ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ତାହା ମନ୍ଦିରର ଗର୍ଭଗୃହ ଭିତରକୁ ପ୍ରବେଶ କରି ପାଦୁକ ନାଳ ମାଧ୍ୟମରେ ବାହାରକୁ ନିଷ୍କାସିତ ହେଉଛି ।

ସେବାୟତମାନେ ବର୍ଷା ଦିନରେ ଦୈନନ୍ଦିନ ନୀତିକାନ୍ତି କରିବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ନଳା ପାଣି ଭିତରେ ଯାଇ ଗର୍ଭଗୃହରେ ବାବା ରାମେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରରେ ଖାଲି ଫାଟ ନୁହେଁ, ମୁଖଶାଳା ଓ ମୁଖଶାଳା ସଂଲଗ୍ନ ଗର୍ଭଗୃହରେ ଶିଉଳି ହେଉଛି । ମୁଖଶାଳାର ଚଟାଣ ଚିକ୍କଣ ହୋଇ ଥିବାରୁ ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଗୋଡ ଖସି ଯିବାର ସମ୍ଭାବନା ରହୁଛି । ତେବେ ଇତିମଧ୍ୟରେ ମନ୍ଦିରର ପରିସର ଓ ବାହାରେ ଅନେକ ଉନ୍ନୟନ କାର୍ଯ୍ୟ ହୋଇଥିବା ବେଳେ ମୁଖଶାଳା ମରାମତି କାର୍ଯ୍ୟ ପାଇଁ କେହି ଧ୍ୟାନ ଦେଉନାହାନ୍ତି । ସେବାୟତ ଓ ମନ୍ଦିର କମିଟି ପକ୍ଷରୁ ଜିଲ୍ଲା ଦେବୋତ୍ତର ବିଭାଗ ପାଖରେ ମନ୍ଦିରର ରକ୍ଷଣା ବେକ୍ଷଣ, ମରାମତି, ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ଦେବୋତ୍ତର ବିଭାଗ ନୀରବ ରହୁଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ: ରାମେଶ୍ୱର ପୀଠରେ ସାମୁହିକ ବ୍ରତୋପନୟନ ଉତ୍ସବ ଆୟୋଜିତ

ତେବେ ସହର ପାର୍ଶ୍ବରେ ପ୍ରବାହିତ ମହାନଦୀ, ତେଲନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଂଗମରେ ରହିଛି ବାବା ରାମେଶ୍ବରଙ୍କ ମନ୍ଦିର । ଏହା ସଙ୍ଗମସ୍ଥଳରେ ଥିବାରୁ ଏହାକୁ ଭାରତର ଦ୍ବିତୀୟ ବାରାଣାସୀ ବୋଲି କୁହାଯାଏ । ସହରବାସୀ ପ୍ରତ୍ୟହ ରାମେଶ୍ବରସ୍ଥିତ ସଙ୍ଗମସ୍ଥଳରେ ସ୍ନାନ କରିବା ସହିତ ବାବାଙ୍କ ଦର୍ଶନ କରି ନିଜର କର୍ମମୟ ଜୀବନ ଆରମ୍ଭ କରନ୍ତି । ସେହିପରି ସଙ୍ଗମରେ ବୁଡ଼ ପକାଇ ବାବା ରାମେଶ୍ବରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ଏହି ବିଶ୍ବାସ ହିଁ ଶ୍ରଦ୍ଧାଳୁମାନଙ୍କୁ ବର୍ଷ ତମାମ ବାବା ରାମେଶ୍ବରଙ୍କ ପୀଠକୁ ଟାଣି ଆଣୁଛି । ପବିତ୍ର ଶ୍ରାବଣ, କାର୍ତ୍ତିକ ଓ ମାଘ ମାସ ଆଦିରେ ବାବା ରାମେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୁଏ । ସେହିପରି ଏହି ପୀଠରେ ବିବାହ, ବ୍ରତ ତଥା ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବର୍ଷ ସାରା ଲାଗି ରହିଛି । ଲୋକଙ୍କ ବିଶ୍ବାସ ରହିଛି ସଙ୍ଗମସ୍ଥଳର ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କଲେ ସ୍ବର୍ଗପ୍ରାପ୍ତି ହୁଏ । ଏଥିପାଇଁ ବର୍ଷସାରା ଜନ ସମାଗମ ଲାଗି ରହିଥାଏ । ତେବେ ମନ୍ଦିରର ରକ୍ଷଣା ବେକ୍ଷଣ ଓ ମରାମତି ଦିଗରେ ଦେବୋତ୍ତର ବିଭାଗ ଧ୍ୟାନ ଦେଉ ନଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ପ୍ରାଚୀନ ମନ୍ଦିରର ମୁଖଶାଳାର ମରାମତି ଦିଗରେ ଜିଲ୍ଲା ଦେବୋତ୍ତର ବିଭାଗ ଯତ୍ନବାନ ହେବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.