ETV Bharat / state

ଦଶ ଦଫା ଦାବିରେ 12ରେ ସୁବର୍ଣ୍ଣପୁରରେ ଚାଷୀ ଆନ୍ଦୋଳନ

author img

By ETV Bharat Odisha Team

Published : Feb 10, 2024, 2:30 PM IST

Farmer protest: 10 ଦଫା ଦାବି ନେଇ ଫେବୃଆରୀ 12ରେ ଆନ୍ଦୋଳନକୁ ଓହ୍ଲାଇବ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ । ଦୀର୍ଘ ବର୍ଷ ଧରି ଚାଷୀମାନେ ବିଭିନ୍ନ ସମସ୍ୟା ଘେରରେ ରହୁଥିବା ବେଳେ ସରକାର ସେମାନଙ୍କ ଉନ୍ନତି ନିମନ୍ତେ ପଦକ୍ଷେପ ନେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

Farmer protest
10 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା କୃଷକ ସଂଗଠନ

ସୁବର୍ଣ୍ଣପୁର: ଜିଲ୍ଲାରେ ମୁଣ୍ଡ ଟେକୁଛି ଚାଷୀ ଆନ୍ଦୋଳନ । ଫେବୃଆରୀ 12 ତାରିଖରେ ଏକ ବିରାଟ ଆନ୍ଦୋଳନ କରିବା ପାଇଁ ଜିଲ୍ଲା କୃଷକ ସଙ୍ଗଠନ ଆଜି (ଶନିବାର) ନିଷ୍ପତ୍ତି ନେଇଛି । ଜିଲ୍ଲାରେ ଚାଷୀଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସରକାର ଆବଶ୍ୟକୟୀ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଚାଷୀମାନେ ବିଭିନ୍ନ ସମସ୍ୟା ଘେରରେ ଗତି କରୁଥିବା ଅଭିଯୋଗ ହୋଇଛି । ଦାବି ଉପସ୍ଥାପନ କରିବା ପାଇଁ ଆସନ୍ତା 12 ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଜିଲ୍ଲା କୃଷକ ସଂଗଠନର କହିବାନୁଯାୟୀ, ଗତ ଚାରି ଦଶନ୍ଧି ଭିତରେ ରାଜ୍ୟ ସରକାରଙ୍କ ବଜେଟ 30 ଗୁଣ ବଢିଥିବା ବେଳେ କେନ୍ଦ୍ର ସରକାରଙ୍କ ବଜେଟ 60 ଗୁଣ ବୃଦ୍ଧି ପାଇଛି । ହେଲେ ଚାଷୀଙ୍କ ଅର୍ଥନୈତିକ ଉନ୍ନତି ହୋଇ ପାରୁନାହିଁ । ଚାଷୀର ଉତ୍ପାଦିତ ଦ୍ରବ୍ୟ ସରକାର ଉଚିତ ମୂଲ୍ୟରେ ଓ ଠିକ ସମୟରେ କ୍ରୟ କରୁ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଫସଲ ଅମଳର ଅନେକ ଦିନ ପରେ ମଣ୍ଡି ଖୋଲୁଥିବା ବେଳେ ଚାଷୀର ସମସ୍ତ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯାଉ ନାହିଁ । କ୍ରୟ କେନ୍ଦ୍ରଗୁଡ଼ିକର ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉ ନାହିଁ । ସେହିପରି କ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ ।

ଏହାମଧ୍ୟ ପଢନ୍ତୁ.. ଲୋୟର ଇନ୍ଦ୍ର ପ୍ରକଳ୍ପ ଥାଇ ବି ଚାଷଜମିକୁ ମିଳୁନି ପାଣି, ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ଆଉ ମଧ୍ୟ ପ୍ରଶାସନର ଅସାଧୁ କର୍ମଚାରୀ, ମିଲର, ଦଲାଲ ଓ ଲୋଭୀ ରାଜନୈତିକ ନେତାମାନଙ୍କ ମିଳିତ ଚକ୍ରାନ୍ତରେ ଚାଷୀ ସବୁ ସମୟରେ ପେଷି ହେଉଛି । ବନ୍ୟା, ବାତ୍ୟା, ଧୋଇ ମରୁଡ଼ିରୁ ରକ୍ଷା କରି ଚାଷୀ ଯାହାବି ଅମଳ କରୁଛି ତାହା ବିକ୍ରି କରିବା ପାଇଁ ସୁଯୋଗ ପାଉନାହିଁ । ପଡୋଶୀ ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପିଛା 1000 ଟଙ୍କା ବୋନସ ଦେଉଥିବା ବେଳେ ରାଜ୍ୟ ସରକାର ଓଲଟା ଜୋର ଜୁଲୁମ କରି ରାଜସ୍ବ ଓ ଜଳକର ଆଦାୟ କରୁଥିବା ଚାଷୀ ଅଭିଯୋଗ କରିଛି ।

କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଦିନକୁ ଦିନ ରାସାୟନିକ ସାର, କୀଟନାଶକ ଔଷଧ, ବିହନ, ଡିଜେଲ ଦର, କୃଷି ଯନ୍ତ୍ରପାତି ଦର ଆଦି ବୃଦ୍ଧି ପାଉଛି । ଚାଷୀଙ୍କୁ ରିହାତି ମୂଲ୍ୟରେ ଆବଶ୍ୟକ କୃଷି ଉପକରଣ ଓ କୃଷି ସାମଗ୍ରୀ ଯୋଗାଇ ଦେବା ପାଇଁ ଚାଷୀ ବର୍ଷର ଅଧିକାଂଶ ସମୟରେ ରାଜରାସ୍ତାକୁ ଆସୁଛି । ତେବେ ସରକାର ଚାଷୀଙ୍କ ଗୁହାରି ଶୁଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଆଗାମୀ 12 ତାରିଖରେ ଦୁର୍ବାର ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ 10 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦିଆଯିବ ବୋଲି ଜିଲ୍ଲା କୃଷକ ସଂଗଠନ ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.