ETV Bharat / state

ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ: ଭକ୍ତ ହନ୍ତସନ୍ତ, 10 ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ - Too late in Rituals of Deities

author img

By ETV Bharat Odisha Team

Published : Jul 13, 2024, 7:47 PM IST

Too late in Rituals of Deities: ବଡ଼ ଠାକୁର ରଥ ଉପରେ ପଡ଼ିଯିବା ଘଟଣାକୁ ସାରା ବିଶ୍ବରେ ନିନ୍ଦା କରାଗଲା । ତଥାପି ପଶିଲାନି ଚେତା । ରାତି ଅଧରେ ହେଉଛି ଶ୍ରୀବିଗ୍ରହଙ୍କ ମଧ୍ୟାହ୍ନ ଧୂପ । ଫଳରେ ଲକ୍ଷ ଲକ୍ଷ ଟଙ୍କାର ଆଡ଼ପ ଅବଢ଼ା ନଷ୍ଟ ହେଉଥିବା ସୁଆର ମହାସୁଆର ନିଯୋଗ କରିଛି ଅଭିଯୋଗ । ଅଧିକ ପଢ଼ନ୍ତୁ

Too late in Rituals of Deities
Too late in Rituals of Deities (ETV Bharat Odisha)

ପୁରୀ: ଶ୍ରୀଜିଉଙ୍କ ସେବାରେ ଚରମ ଅବହେଳା । ଏତେ ଅବସ୍ଥା ପରେ ବି ଚେତା ପଶୁନି । 10 ଲକ୍ଷ ଟଙ୍କାର ଅବଢ଼ା ମହାପ୍ରସାଦ ନଷ୍ଟ ହୋଇଥିବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ସୁଆର ମହାସୁଆର ନିଯୋଗ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ କାରଣରୁ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଆଡ଼ପ ଅବଢ଼ା ଟିକିଏ ପାଇବା ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାଏ ଭକ୍ତ । ହେଲେ ଲକ୍ଷ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହେଉଥିବାବେଳେ ଭକ୍ତ ଅବଢ଼ା ମୁଠାଏ ପାଉନାହାନ୍ତି । ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ହଜାର ହଜାର ଭକ୍ତ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସୁଛନ୍ତି । ତେବେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହେତୁ ଭକ୍ତଙ୍କୁ ଦର୍ଶନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ନୀତିକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ କଷ୍ଟ ଭୋଗୁଥିବା ବେଳେ ଠିକ ସମୟରେ ଅବଢ଼ା ମହାପ୍ରସାଦ ବାହାରିବାରେ ମଧ୍ୟ ବିଳମ୍ବ ହେଉଛି । ଫଳରେ ଆଡ଼ପ ଅବଢ଼ା ପାଇବାରେ ଭକ୍ତ ବେଶ ଅସୁବିଧା ଭୋଗୁଛନ୍ତି । ସେପଟେ ଗତ ଦୁଇ ଦିନ ହେବ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେତୁ ବ୍ୟାପକ କ୍ଷତି ହୋଇଥିବା ସୁଆର ମହାସୁଆର ନିଯୋଗ ଅଭିଯୋଗ କରିଛି ।

ଗତକାଲି (ଶୁକ୍ରବାର) ରାତି 8ଟା 40 ମିନିଟରେ ମଧ୍ୟାହ୍ନ ଧୂପ ନୀତି ବଢ଼ିଥିଲା । ଏହାପରେ ମହାପ୍ରସାଦ ବାହାରିବା ବେଳକୁ ରାତି 11ଟା ହୋଇଥିଲା । ଏତେ ବିଳମ୍ବ ଯୋଗୁଁ ରାତିରେ ଭକ୍ତମାନେ ମହାପ୍ରସାଦ ନେଇନଥିଲେ । ବହୁତ ବରାଦି ଅବଢ଼ା ଭକ୍ତ କିଣି ନଥିଲେ । ଫଳରେ ଗତକାଲି 10 ଲକ୍ଷ ଟଙ୍କାର ଅବଢ଼ା ମହାପ୍ରସାଦ ବିକ୍ରି ହୋଇ ପାରିଲାନାହିଁ । ଏହାର କ୍ଷତିପୂରଣ ପ୍ରଶାସନ ଦେଉ ବୋଲି ସୁଆର ମହାସୁଆର ନିଯୋଗ ଦାବି କରିଛି । ସେପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ଦର୍ପଦଳନ ଓ ତାଳଧ୍ବଜ ରଥ ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାରରେ ତିନି ରଥକୁ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଡ଼ପ ପହଣ୍ଡିରେ କାହିଁକି ଘଟିଲା ଅଘଟଣ ? କାରଣ କହିଲେ ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ - Badagrahi on Adapa Pahandi mishap

ସେପଟେ ନୀତି ବିଳମ୍ବକୁ ନେଇ ଭକ୍ତ ହଇରାଣ ହେବା ଓ ସୁଆର ମହାସୁଆର ନିଯୋଗର ଅବଢ଼ା ବିକ୍ରିରେ କ୍ଷତି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ କହିଛନ୍ତି, "ନୀତିକୁ ଶୃଙ୍ଖଳିତ କରିବା ପାଇଁ ସବୁ କାର୍ଯ୍ୟ ହେଉଛି । ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକୁ ତ୍ଵରାନ୍ବିତ କରାଯାଉଛି । ଅଧିକ ଭକ୍ତ ଆସୁଥିବାରୁ ଦର୍ଶନ ପାଇଁ ନୀତିରେ କିଛି ବିଳମ୍ବ ହେଉଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।" ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ସନ୍ଧ୍ୟା 5ଟା ଯାଏଁ ଦର୍ଶନ ଖୋଲା ରହିବ । ବାହୁଡ଼ା ଯାତ୍ରା ପାଇଁ ଅନେକ ନୀତି ଥିବାରୁ ସନ୍ଧ୍ୟା 5ଟା ଯାଏଁ ଆସନ୍ତାକାଲି ଦର୍ଶନ ବ୍ୟବସ୍ଥା ହୋଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.