ETV Bharat / state

ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା; ଯୁକ୍ତଦୁଇ ଉପସ୍ଥାନରେ ସୁଧାର ଆଣିବା ପାଇଁ ପ୍ରୟାସ - Students will get quality education

author img

By ETV Bharat Odisha Team

Published : Jul 15, 2024, 6:45 PM IST

Students will get quality education: ଯୁକ୍ତଦୁଇ ପିଲାମାନଙ୍କ ଆଡମିଶନ ବଢାଇବା ପାଇଁ ଚିନ୍ତା । ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଅଧିକ ପଢ଼ନ୍ତୁ

Students will get quality education
Students will get quality education (ETV Bharat Odisha)

ଭୁବନେଶ୍ବର: ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପିଲାମାନଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀ ବିଭାଗ ଅଧୀନସ୍ଥ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏପଟେ ଯୁକ୍ତଦୁଇ ପିଲାମାନଙ୍କ ଆଡମିଶନ ବଢାଇବା ପାଇଁ ଆଲୋଚନା ହୋଇଛି । ଯୁକ୍ତଦୁଇ ପିଲାମାନଙ୍କର ଉପସ୍ଥିତି ସଂଖ୍ୟା କମୁଛି । ଆଗାମୀ ଦିନରେ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏପଟେ କିନ୍ତୁ ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକିୟା ଶେଷ ହୋଇଛି । ରାଜ୍ୟରେ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ ୧୦ ହଜାର ୧୩୬ଟି ସିଟ୍ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୦୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

୨୦୨୩-୨୪ ଶିକ୍ଷାବର୍ଷରେ ୨ ହଜାର ୨୧୬ଟି ଯୁକ୍ତଦୁଇ କଲେଜ ରହିଥିବାବେଳେ ସିଟ ସଂଖ୍ୟା ରହିଥିଲା ୫ ଲକ୍ଷ ୨୪ ହଜାର ୪୧୪ । ସେଥିମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ ବିଭାଗରେ ମୋଟ ୪ ଲକ୍ଷ ୧୩ ହଜାର ୬୮୦ଟି ସିଟ ପୂରଣ ହୋଇଥିଲା । ବାକି ୧ ଲକ୍ଷ ୧୦ ହଜାର ୭୩୪ ସିଟ ବଳକା ରହିଥିଲା । ସେହିପରି ଭାବରେ ୨୦୨୨-୨୩ ଶିକ୍ଷାବର୍ଷରେ ମୋଟ ଯୁକ୍ତଦୁଇ କଲେଜ ସଂଖ୍ୟା ୨୦୬୮ ରହିଥିବାବେଳେ ମୋଟ ସିଟ ରହିଥିଲା ୫ ଲକ୍ଷ ୯ ହଜାର ୬୫୬ । ସେଥିମଧ୍ୟରୁ ୩ ଲକ୍ଷ ୬୬ ହଜାର ୯୨୪ଟି ସିଟ ପୂରଣ ହୋଇଥିବାବେଳେ ୧ ଲକ୍ଷ ୪୨ ହଜାର ୭୩୨ ସିଟ ବଳକା ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...'ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ' - Tribal Students Education

ତେବେ ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ଘଟୁଛି । କିନ୍ତୁ ବିଭାଗର ତଥ୍ୟ ଆଧାରରେ ଦେଖିବାକୁ ଗଲେ ଅନେକ କଲେଜରେ ସିଟ ପୂରଣ ହୋଇପାରୁନାହିଁ । ଯାହାଫଳରେ ହଜାର ହଜାର ସିଟ ଖାଲି ପଡ଼ୁଥିବା ସାମ୍ସ (SAMS) ତଥ୍ୟରୁ ଜଣାପଡ଼ୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.