ETV Bharat / state

୧୨ ଘଣ୍ଟା ଝାରସୁଗୁଡ଼ା ବନ୍ଦ, ସରକାରୀ କଲେଜ ପ୍ରତିଷ୍ଠା ଦାବି

author img

By ETV Bharat Odisha Team

Published : Feb 12, 2024, 11:06 AM IST

Updated : Feb 12, 2024, 1:03 PM IST

Jharsuguda Bandh: ଜିଲ୍ଲା ଛାତ୍ର ସାମ୍ମୁଖ୍ୟର 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା । ଏଲ.ଏନ. କଲେଜକୁ ସରକାରୀ ମାନ୍ୟତା ଦାବି । ଅଧିକ ପଢନ୍ତୁ

Jharsuguda Bandh
Jharsuguda Bandh
Jharsuguda Bandh

ଝାରସୁଗୁଡା: ଆଜି 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମାନ୍ୟତାକୁ 31ବର୍ଷ ହୋଇଯାଇଥିଲେ ଆଜି ପର୍ଯ୍ୟନ୍ତ ଏକ ସରକାରୀ କଲେଜଟିଏ ହୋଇପାରିଲା ନାହିଁ । ଏହାକୁ ନେଇ ଅନେକ ଥର ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସିଛି, କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ସେଥିପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡକରା ଦିଆଯାଇଛି ।

ଜିଲ୍ଲାର ଉଚ୍ଚ ଶିକ୍ଷାର ବିକାଶ, ଏଲ.ଏନ. କଲେଜକୁ ସରକାରୀ ମାନ୍ୟତା, ଯାନ୍ତ୍ରିକ ବିଦ୍ୟାଳୟକୁ ମହାବିଦ୍ୟାଳୟର ମାନ୍ୟତା ଦାବି କରିଛି ଛାତ୍ର ସାମ୍ମୁଖ୍ୟ । ବନ୍ଦ ଡାକରାରେ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆୟାଇଛି । ଅନ୍ୟପଟେ ବନ୍ଦର ପ୍ରଭାବରେ ଗାଡି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଏହି ବନ୍ଦକୁ ଜିଲ୍ଲା ବ୍ୟବସାୟୀ ସଂଘ, ବସ ଆସୋସିଏସନ, ବିଭିନ୍ନ ସଂଗଠନ, କ୍ଲବ ଏବଂ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଜିଲ୍ଲା ବ୍ୟବସାୟୀ ସଂଘ ସଭାପତି ହୀରାଲାଲ ଲୋକଚନ୍ଦାନୀ କହିଛନ୍ତି, ''ଝାରସୁଗୁଡା ବ୍ୟବସାୟୀ ସଂଘ ଛାତ୍ର ସାମ୍ମୁଖ୍ୟର ବନ୍ଦ ଡାକରାକୁ ସମର୍ଥନ କରୁଛି । ଦୁଃଖର କଥା ଝାରସୁଗୁ଼ଡା ଜିଲ୍ଲା ଗଠନର 31 ବର୍ଷ ପରେ ଜିଲ୍ଲାରେ ଏକ ସରକାରୀ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ । ଏବେ ପିଲାମାନେ ସଂଗଠିତ ହେବା ପରେ ଦୁଇ ଦିନ ତଳେ ମହିଳା କଲେଜର ପଟ୍ଟା ହୋଇନଥିଲା ତାହା ଦୁଇ ଦିନ ତଳେ ହେଲା । ଏଲ.ଏନ କଲେଜର ପଟ୍ଟା ହୋଇଯାଇଛି କିନ୍ତୁ ଜମି ହସ୍ତାନ୍ତର ହୋଇନାହିଁ । ସରକାରୀ କଲେଜ ପାଇଁ ଲଢୁଛି ଏପଟେ ଜମି ମଧ୍ୟ ମିଳିନି । ଏହା ଅତ୍ୟନ୍ତ ପରିତାପର ବିଷୟ । ଆମ ସମୟରେ ଏହି ସବୁ କରିନପାରିବାରୁ ଲଜ୍ଜିତ ମନେ କରୁଛୁ । ଏବେ ଆମ ପିଲାମାନେ ଏଥି ପାଇଁ ଲଢେଇ କରୁଛନ୍ତି । ତାଙ୍କୁ ଆମେ ପୁରା ସମର୍ଥନ ଦେଉଛି । ''

ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ସଂଯୋଜକ ନିତିନ ଅଡା କହିଛନ୍ତି, ''ଜିଲ୍ଲା ଛାତ୍ର ସାମୁଖ୍ୟ ଆଜି 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦେଇଛି । ଜିଲ୍ଲାରେ କୌଣସି କଲେଜ ସରକାରୀ ମାନ୍ୟତା ପାଇନି । ଏଲ.ଏନ କଲେଜ ମଧ୍ୟ ସରକାରୀ ମାନ୍ୟତା ପାଇନି । 1994ରେ ଝାରସୁଗୁଡା ଜିଲ୍ଲା ମାନ୍ୟତା ପାଇବା ପରେ ବିଜୁ ପଟ୍ଟନାୟକ ସେତେବେଳେ ଝାରସୁଗୁଡାରେ ସରକାରୀ କଲେଜ ପ୍ରତିଷ୍ଠାର କଥା ଦେଇଥିଲେ । ଆଜକୁ ଜିଲ୍ଲା ଗଠନକୁ 31 ବର୍ଷ ହୋଇଥିଲେ ମଧ୍ୟ କୌଣସି ସରକାରୀ କଲେଜଟିଏ ହୋଇପାରିଲାନାହିଁ । 4 ବର୍ଷ ହେଲା ଏଥି ପାଇଁ ଆମେ ରାଜ୍ୟ ସରକାରଙ୍କୁ ଦାବି କରିଛୁ । କିନ୍ତୁ କେହି କର୍ଣ୍ଣପାତ ନକରିବାକୁ ବାଧ୍ୟ ହୋଇ ଜିଲ୍ଲା ବନ୍ଦ ଡାକରା ଦିଆୟାଇଛି । ''

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 12, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.