ETV Bharat / state

5 ବଦଳରେ 100 କିଲୋମିଟର ବୁଲାଣି, କେବେ ସରିବ ଶାବରୀ ନଦୀ ଉପର ପୋଲ ନିର୍ମାଣ କାର୍ଯ୍ୟ ? - Bridge Issue

Bridge Issue on Sabari River: ପାଠ ପଢ଼ାରେ ବାଧା ସାଜିଛି ଶାବରୀ ନଦୀ । ନଦୀ ଉପରେ ପୋଲ ନଥିବାରୁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ତେନ୍ତୁଳିଗୁମ୍ମା ଓ ଦଣ୍ଡାବାଡ଼ି ପଞ୍ଚାୟତରୁ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Mar 21, 2024, 9:45 AM IST

Updated : Mar 21, 2024, 5:46 PM IST

କେବେ ସରିବ ଶାବରୀ ନଦୀ ଉପର ପୋଲ ନିର୍ମାଣ କାର୍ଯ୍ୟ

କୋରାପୁଟ: ପାଠ ପଢ଼ାରେ ବାଧା ସାଜିଛି ଶାବରୀ ନଦୀ । ନଦୀ ଉପରେ ପୋଲ ନଥିବାରୁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ତେନ୍ତୁଳିଗୁମ୍ମା ଓ ଦଣ୍ଡାବାଡ଼ି ପଞ୍ଚାୟତରୁ । ବୈପାରିଗୁଡା ବ୍ଲକର ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଅଧିକାଂଶ ପିଲାଙ୍କ ପାଇଁ ବିଦ୍ୟାଳୟକୁ ଯିବା କଷ୍ଟକର ହୋଇପଡିଛି । ତେବେ କୋରାପୁଟର ଏହି ବିଦ୍ୟାଳୟରେ ଶତକଡା 60 ଭାଗ ପିଲା ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସୁଛନ୍ତି । ଯେଉଁ ସ୍ଥାନକୁ 5 କିଲୋମିଟର ବାଟ ଚାଲି ଚାଲି ଯାଇ ହୋଇଥାନ୍ତା ସେଠାକୁ ପ୍ରାୟ 100 କିଲୋମିଟର ବୁଲାଣି ସଡକ ଦେଇ ଯିବାକୁ ପଡୁଛି । ଫଳରେ ଏଠାରେ ମାଲକାନଗିରିରୁ ଅଧିକ ପିଲା ପଢ଼ିବା ପାଇଁ ଆସୁଛନ୍ତି ।

ପିଲାମାନେ ଦଣ୍ଡାବାଡି ପଞ୍ଚାୟତରୁ କିଛି କିଲୋମିଟର ଦୂରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳୀଗୁମ୍ମା ସ୍ଥିତ ଆବାସିକ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇପାରିଥାନ୍ତେ । ତେବେ ପୋଲ ସୁବିଧା ନଥିବାରୁ ଡୁମୁରିପଦର ଏବଂ ତେନ୍ତୁଳିଗୁମ୍ମା ମଧ୍ୟରେ ବହିଯାଇଥିବା ଶାବରୀ ନଦୀ ଉଭୟ ଗ୍ରାମ ମଧ୍ୟରେ ସଂଯୋଗକୁ ବିଚ୍ଛିନ୍ନ କରିଦେଇଛି । ଫଳରେ କୋରାପୁଟ ଜିଲ୍ଲାର ଶେଷ ପଞ୍ଚାୟତ ତେନ୍ତୁଳିଗୁମ୍ମା ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟରେ 480 ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସେଠି 210 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ନଦୀ ଉପରେ ପୋଲ ନିର୍ମାଣ କାମ ସମାପ୍ତ ହେଲେ କୋରାପୁଟ ଜିଲ୍ଲାର ଶହୀଦ ମାଟିରେ ଥିବା ଏହି ବିଦ୍ୟାଳୟରେ କୋରାପୁଟ ଜିଲ୍ଲାର ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥାନ୍ତା ବୋଲି ଆଶାବ୍ୟକ୍ତ କରିଛନ୍ତି ସେଠାକାର ପ୍ରଧାନଶିକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ.... ସ୍ମାର୍ଟସିଟିକୁ ଭରସା ବାଉଁଶ ପୋଲ ! କୋଏଲ ନଦୀରେ କେବେ ନିର୍ମାଣ ହେବ ବ୍ୟାରେଜ ?

କୋରାପୁଟ ଜିଲ୍ଲାର ଶହୀଦ ମାଟି ତେନ୍ତୁଳିଗୁମ୍ମାକୁ ଅତି ନିକଟରେ ପାଇ ମଧ୍ୟ ସମସ୍ୟାର ପାହାଡକୁ ମୁଣ୍ଡାଇ ଧରିଛି ବୈପାରିଗୁଡ଼ା ବ୍ଲକ । ବ୍ଲକ ସଦର ଦାଣ୍ଡରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାକୁ ଯିବାକୁ ହେଲେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ବାଟ ଦେଇ ଯିବାକୁ ହୁଏ । ଆଜି ମଧ୍ୟ ବ୍ଲକର ଦଣ୍ଡାବାଡି ଓ ତେନ୍ତୁଳିଗୁମ୍ମା ମଧ୍ୟରେ ବହିଯାଉଥିବା ଶାବରୀ ନଦୀ ଉପରେ ପ୍ରାୟ ୨୦୦ ମିଟର ପୋଲ ଟିଏ ହୋଇପାରୁନାହିଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହି ବ୍ଲକର ବିଭିନ୍ନ ଅଞ୍ଚଳ କୋରାପୁଟ ଓ ନବରଙ୍ଗପୁର ସାଂସଦ ଏବଂ କୋରାପୁଟ ଓ କୋଟପାଡ ବିଧାୟକଙ୍କ ପରିସୀମା ମଧ୍ୟରେ ଆସୁଛି । ତେବେ ଅଞ୍ଚଳର ବିକାଶ ଦିଗରେ କେହି ହେଲେ ଆବଶ୍ୟକ ମୁତାବକ ସମୟ ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାର ଏପରି ସ୍ଵତନ୍ତ୍ରତା ବହନ କରୁଛି । ବୈପାରିଗୁଡ଼ା ବ୍ଲକର ସାଧାରଣ ଜନତା ନେତାଙ୍କ ଠାରୁ ପାଇଥିବା ପ୍ରତିଶ୍ରୁତିକୁ ନେଇ ପୁଣିଥରେ ନେତାଙ୍କୁ ପ୍ରଶ୍ନ କରିବା ପାଇଁ ନଦୀର ଉଭୟ ପାଖରେ ଅସନ୍ତୋଷର ସହିତ ଅପେକ୍ଷା କରିଛନ୍ତି ।

ଅପରପକ୍ଷେ ରାସ୍ତା ଓ ବ୍ରିଜ କାମ ଅତି ଶୀଘ୍ର ସମ୍ପୂର୍ଣ ହେବ ବୋଲି ବ୍ରିଜ ନିର୍ମାଣ କରୁଥିବା କମ୍ପାନୀ ତରଫରୁ ତେନ୍ତୁଳିଗୁମ୍ମାରେ ଅବସ୍ଥାପିତ ଯନ୍ତ୍ରୀ ସଞ୍ଜୟ କୁମାର ଶର୍ମା ଆଶ୍ବାସନା ଦେଇଛନ୍ତି । କୋଲାବ ନଦୀ ଯାହା ଏହି ଅଞ୍ଚଳରେ ଶାବରୀ ନଦୀ ଭାବେ ପରିଚିତ, ତାହାରି ଉପରେ ପୋଲ ନିର୍ମାଣ ସହିତ ଦଣ୍ଡାବାଡି ଠାରୁ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲେ । ହେଲେ ଏଠାକାର ମାଟିରେ ଥିବା ନମ୍ରତା ବାଧକ ସାଜିଥିବା ବେଳେ ବର୍ତ୍ତମାନ ସେଗୁଡିକୁ ଦୂର କରାଯାଇ ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଇଛି । ବ୍ରିଜ ପାଇଁ ଖମ୍ବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ସହ ନଦୀ ଉପର ଦେଇ ଆସନ୍ତା ବର୍ଷ ଏପ୍ରିଲ ମାସ ସୁଦ୍ଧା ଲୋକେ ଚଳପ୍ରଚଳ କରିପାରିବେ ବୋଲି ଶର୍ମା ଜଣାଇଛନ୍ତି । ଏହି ବ୍ରିଜ ଓ ସଡକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେଲେ ଏହି ଅଞ୍ଚଳର ବିକାଶ କ୍ଷେତ୍ରରେ ସହାୟକ ହେବ ଏବଂ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ବିକାଶର ଧାରା ତ୍ବରାନ୍ବିତ ହେବ ବୋଲି ବିଶିଷ୍ଟ ସ୍ବେଚ୍ଛାସେବୀ ଶରତ କୁମାର ବୁରୁଦା ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Mar 21, 2024, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.