ETV Bharat / state

କଲେଜ ଓ ବିଶ୍ଵବିଦ୍ୟାଳୟ ରାଜନୀତିର ଏନ୍ତୁଡ଼ିଶାଳ; ହେବ କି ଛାତ୍ରସଂସଦ ନିର୍ବାଚନ ? - STUDENTS UNION ELECTION DEMAND

author img

By ETV Bharat Odisha Team

Published : Jun 14, 2024, 5:55 PM IST

Students union election: ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଗୁଡିକରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏପରି ଆଶା ରଖିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

STUDENTS ELECTION
STUDENTS ELECTION (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟରେ ୨୦୧୮ ମସିହାରୁ ଛାତ୍ରସଂସଦ ନିର୍ବାଚନ ବନ୍ଦ ହୋଇ ରହିଛି। ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି । ମାତ୍ର ରାଜ୍ୟ ସରକାର ବିଭିନ୍ନ କଲେଜ‌ରେ ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଛନ୍ତି। ଏପଟେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ଛାତ୍ର ସଂଗଠନ, ଛାତ୍ର ନେତା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂଆ ସରକାର ସମୟରେ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ବର୍ଷ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ଦାବିରେ ଆନ୍ଦୋଳନ କରୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚଳିତ ବର୍ଷରୁ ଛାତ୍ର ସଂସଦ କରାଯିବା ନେଇ ଆଶା ରଖିଛି ।

STUDENTS ELECTION (ETV BHARAT ODISHA)

କଲେଜର ଛାତ୍ର ସଂସଦ ନିର୍ବାଚନରୁ ବାହାରି ଅନେକ ଛାତ୍ର ନେତା ବଡ଼ ବଡ଼ ପଦ ପଦବୀରେ ରହିଛନ୍ତି। କିଏ ବିଧାୟକ ହୋଇଛି ତ ଆଉ କିଏ ସାଂସଦ, ପୁଣି କିଏ କୌଣସି ନିଗମ ଦାୟିତ୍ଵରେ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ବିଜେପି ନେତୃତ୍ବରେ ନୂଆ ସରକାର ଗଠନ ହୋଇଛି। ତେଣୁ ଛାତ୍ର ସଂଗଠନମାନଙ୍କର ଆଶା ରହିଛି ଚଳିତବର୍ଷ କଲେଜ କ୍ୟାମ୍ପସରେ ହେବ ଛାତ୍ରସଂସଦ ନିର୍ବାଚନ।

ଏହା ମଧ୍ୟ ପଢନ୍ତୁ-ଦେଶକୁ ବଞ୍ଚାଇବା ପାଇଁ ସ୍ବର ହେବ JNU: ନବନିର୍ବାଚିତ ଛାତ୍ର ସଂସଦ ସଭାପତି - JNUSU president Dhananjay

ଛାତ୍ର କଂଗ୍ରେସର ସଭାପତି ୟାଶିର ନବାଜ କହିଛନ୍ତି ଯେ, ଚଳିତ ବର୍ଷ ଛାତ୍ର ନିର୍ବାଚନ କରାଯାଉ। ବାରମ୍ବାର ପୂର୍ବ ସରକାରଙ୍କୁ ଦାବି କରି ଆସିଛୁ। କେବଳ ଛାତ୍ର କଂଗ୍ରେସ ନୁହେଁ ଏଥିରେ ଅନେକ ଦଳ ମଧ୍ୟ ସାମିଲ ରହିଥିଲା। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯାଉ। ଅନ୍ୟପଟେ କଲେଜ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ କଲେଜ ମାନଙ୍କରେ ହେବା ଆବଶ୍ୟକ। ଛାତ୍ର ସମୟରୁ ଗୋଟିଏ ଭଲ ଲିଡର ମିଳିପାରିବ। ଛାତ୍ର ଛାତ୍ରୀ ମାନଙ୍କର ସମସ୍ୟା କିଭଳି ସମାଧାନ ହୋଇପାରିବ ସେନେଇ ଧ୍ୟାନ ଦେଇ ଆଗକୁ ବଢ଼ୁଥିବ ବୋଲି କହିଛନ୍ତି ଛାତ୍ରୀ ଅଙ୍କିତା। ଏପଟେ ଏବିଭିପିର ଛାତ୍ର ନେତା କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ଅନେକ ସମୟରେ ଦାବି କରି ଆସୁଥିଲୁ। କିନ୍ତୁ ଦୀର୍ଘ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ କରାଯାଇନଥିଲା। ହେଲେ ସରକାର ପରିବର୍ତ୍ତନ ହୋଇଛି ଆଶା କରୁଛୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.