ETV Bharat / state

RI-ଅମିନ ପରୀକ୍ଷା ଅନିୟମିତତା; 24ରେ ଗର୍ଜିବ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ

RI-ଅମିନ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ନେଇ ରାଜରାସ୍ତାକୁ ଓହ୍ଲାଇବ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ । ୨୪ ତାରିଖରେ ମହାସଂଗ୍ରାମ ଡାକରା ଦେଇଛି ସଂଗଠନ ।

author img

By ETV Bharat Odisha Team

Published : 2 hours ago

RI AMIN EXAM IRREGULARITIES
RI AMIN EXAM IRREGULARITIES (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ RI-ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ତେଜୁଛି ଆନ୍ଦୋଳନ।ବିଭିନ୍ନ ସ୍ଥାନରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ତତ୍ପରତା ଦେଖିବାକୁ ମିଳୁନଥିବା ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ ସଂଗଠନ । ଏନେଇ ଆସନ୍ତା ୨୩ ତାରିଖ ଭିତରେ ସେମାନଙ୍କ ଦାବି ପୂରଣ ନହେଲେ ୨୪ ତାରିଖରେ ମହାସଂଗ୍ରାମ ଡାକରା ଦେଇଛି ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ ସଂଗଠନ । ଏନେଇ ଆଜି ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ପାଇଁ ନିବେଦନ:

ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନର ସଦସ୍ୟ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ,"ରାଜ୍ୟରେ ଚାକିରି ଦୁର୍ନୀତି, ନକଲି ସେଣ୍ଟର୍ ମାଲିକ ଗିରଫ, ଛାତ୍ରଛାତ୍ରୀ ରାଜ ରାସ୍ତାକୁ ଆସି ଆଡମିଟ୍ କାର୍ଡ ଜାଳିବା ପରେ ମଧ୍ୟ ସରକାର ଚୁପ ରହୁଛନ୍ତି । ମଉନ ନରହି ମୋହନ ସରକାର ଉତ୍ତର ଦିଅନ୍ତୁ l ବୌଦ୍ଧରେ ନକଲି ସେଣ୍ଟର୍ ମାଲିକକୁ ଗିରଫ କରିବା ସତ କି ନାହିଁ ? ନକଲି ସେଣ୍ଟର୍ ମିଛ କି ? ଏସବୁ ଯଦି ସତ କାର୍ଯ୍ୟାନୁଷ୍ଠାନ କାହିଁକି ନାହିଁ ? ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ଜଣାଇବେ l ମହାମହିମ ରାଷ୍ଟ୍ରପତି ପଦକ୍ଷେପ ନେବେ ବୋଲ ଅମର ଆଶା l ଯେତେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେତେ ଯାଏଁ ଆନ୍ଦୋଳନ ଜାରି ରହିବ l ସାରା ରାଜ୍ୟର ମେଧାବୀମାନଙ୍କୁ ଅନୁରିଧ ସେମାନେ ନିଜ ଦୁଃଖ ରାଷ୍ଟ୍ରପତିଙ୍କୁ ଚିଠି ଲେଖାନ୍ତୁ l"

ଆସନ୍ତା 24ରେ 'ମହାସଂଗ୍ରାମ' ଡାକରା:

ସେ ଆହୁରି ମଧ୍ୟ କହିଛନ୍ତି,"ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ୨୩ ତାରିଖ ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ନଚେତ୍ ରାଷ୍ଟ୍ରପତି ଆସିବା ଦିନ ୨୪ ତାରିଖରେ 'ମହାସଂଗ୍ରାମ'ର ଡାକରା ଦିଆଯାଉଛି । ସେଦିନ ଯାହା ବି ହେବ ସେଥିପଇଁ ସରକାର ଦାୟୀ ରହିବେ l ସିଫି ଟେକ୍ନୋଲୋଜି ପୂର୍ବରୁ ବ୍ଲାକ ଲିଷ୍ଟେଡ଼ ଓ ଏବେ ଏହି ସଂସ୍ଥା ନାଁରେ ସିବିଆଇରେ କେଶ ଚାଲିଛି । ସିଫି ସଂସ୍ଥା ସାଇ ଏଡୁକେୟାର ପ୍ରାଇଭେଟ ଲିମିଟେଡ଼କୁ ପରୀକ୍ଷା କେନ୍ଦ୍ର ଚୟନର ଦାୟିତ୍ୱ ଦିଆଯାଇଛି । ପରୀକ୍ଷା ପାଇଁ ବିବାହ ମଣ୍ଡପ, ସାଇବର କାଫେରେ ପରୀକ୍ଷା କେନ୍ଦ୍ର କରାଯାଇଛି । ମୋହନ ସରକାର ମଉନ ନରହି ଆଉ ଥରେ ସ୍ଵଚ୍ଛତାର ସହ ପରୀକ୍ଷା କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ ....ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES

ଏହା ମଧ୍ୟ ପଢନ୍ତୁ ....RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା

ଏହା ମଧ୍ୟ ପଢନ୍ତୁ ....OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତର୍ଜମା ଚାଲିଛି କହିଲେ ମନ୍ତ୍ରୀ - Irregularities In Exam

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.