ETV Bharat / state

କାର୍ଯ୍ୟରେ ଅନିୟମିତତା ପ୍ରତିବାଦରେ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା - Student Protest

Student Protest: ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଗତକାଲି ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଛାତ୍ରଛାତ୍ରୀଙ୍କ ଧାରଣା
ଛାତ୍ରଛାତ୍ରୀଙ୍କ ଧାରଣା
author img

By ETV Bharat Odisha Team

Published : Mar 20, 2024, 7:49 AM IST

ଛାତ୍ରଛାତ୍ରୀଙ୍କ ଧାରଣା

ନିମାପଡ଼ା: ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ । ଯାହାର ପ୍ରତିବାଦରେ ଗତକାଲି ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଯେପର୍ଯ୍ୟନ୍ତ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି, ପୂର୍ବତନ କଲେଜ ଅଧ୍ୟକ୍ଷ ତଥା ବର୍ତ୍ତମାନ କଲେଜ ଡିନ ଆସି ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ନଦିଅନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, କଲେଜ ପରିଚାଳନା କମିଟି ସଭାପତିଙ୍କ ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, ପାନୀୟ ଜଳ ପ୍ରକଳ୍ପ ନହୋଇ 19 ଲକ୍ଷ ଟଙ୍କା ଆତ୍ମସାତ କରିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଆସିଥିବା 18 ଲକ୍ଷ ଟଙ୍କାରେ ବ୍ୟାପକ ଅର୍ଥ ହେରଫେର କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ହେରଫେର ତଥା କଲେଜ ଅଧକ୍ଷଙ୍କ ଦରମା ଆକ୍ରୋଶ ମୂଳକ ଭାବେ ବନ୍ଦ କରିବା ପ୍ରତିବାଦରେ କଲେଜ ଗେଟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହିତ ଧାରଣା ଦେଇଛନ୍ତି ।

ରାଜ୍ୟର ସର୍ବପୁରାତନ ଉତ୍କଳ ୟୁନିଭର୍ସିଟିର ଛାତ୍ରଛାତ୍ରୀ ସଂଖ୍ୟା ୪୦୦୦ ଏବଂ ଜିଲ୍ଲାର ସର୍ବପୁରାତନ ଏସସିଏସ କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୬୦୦୦ ଥିବା ବେଳେ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୭୦୦୦ରୁ ଊର୍ଦ୍ଧ୍ବ । ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଥିବାରୁ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ସବୁଠୁ ଅଧିକ । ବ୍ୟାପକ ଅନିୟମିତତା, ପରିଚାଳନା କମିଟି ସଭାପତିଙ୍କର ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, କର୍ମଚାରୀଙ୍କ ଉପରେ ଅଯଥା ଚାପ ପ୍ରୟୋଗ ସହ ଆର୍ଥିକ ଘୋଟାଲା ପ୍ରଭୃତି ଅନେକ ଅଭିଯୋଗ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ..... ବାଟ ଚାହିଁ ବସିଛନ୍ତି ଧର୍ମେନ୍ଦ୍ର, କେବେ ଫେରିବେ ପୁଅ ଓ ନାତି

୫ କୋଟି ୭୮ ଲକ୍ଷ ବ୍ୟୟରେ ନବ ନିର୍ମିତ କଲେଜର ଭାର୍ଗବୀ ବ୍ଲକ ଶ୍ରେଣୀଗୃହ, ଛାତ୍ରଛାତ୍ରୀ ମାନଙ୍କ ଖେଳ କୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ମିଳିଥିବା ୧୮ ଲକ୍ଷର ଅନୁଦାନ ଆଦିରୁ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଜଣାପଡିଛି । ସେହିଭଳି ପାନୀୟଜଳ ପ୍ରକଳ୍ପ ନିର୍ମାଣ ନହୋଇ ୧୯ ଲକ୍ଷ ଉଠାଣ ହୋଇଛି । ଡ୍ରଇଂ ଏସ୍ଟିମେଟ ନଥାଇ, ସର୍ବନିମ୍ନ କାର୍ଯ୍ୟ ନହୋଇ ଅଡିଟୋରିୟମ ନିର୍ମାଣ ହୋଇଥିବା ଦର୍ଶାଇ ଯୁକ୍ତ ଦୁଇ ବିଭାଗ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ସମୁଦାୟ ୯୫ଲକ୍ଷ ଟଙ୍କା ଉଠାଣ ହୋଇଛି, ଯାହାକି ସମ୍ପୂର୍ଣ୍ଣ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ବନ୍ଧରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଦିଲ୍ଲୀପ ପଟ୍ଟନାୟକ ବହୁବାର ଅଧ୍ୟକ୍ଷାଙ୍କୁ ଅଭିଯୋଗ କରି ଚିଠି ଲେଖିଥିଲେ ସୁଦ୍ଧା ଅଧ୍ୟକ୍ଷା ଚୁପ୍ ରହୁଥିବାରୁ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ । ମହାବିଦ୍ୟାଳୟରେ ହୋଇଥିବା ମହାଘୋଟାଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ଅଡିଟ ଟିମ ତନ୍ନ ତନ୍ନ କରି ଯାଞ୍ଚ କରୁଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି । ଉଚ୍ଚଶିକ୍ଷା ବିଭାଗ, କ୍ରାଇମବ୍ରାଞ୍ଚ, ରାଜ୍ୟ ଭିଜିଲାନ୍ସ ଏବଂ ୫-ଟି ଅଧ୍ୟକ୍ଷ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.