ETV Bharat / state

ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତାବନୀ, ମାଟ୍ରିକ ପରୀକ୍ଷାରେ କପି କଲେ କଠୋର କାର୍ଯ୍ୟାନୁଷ୍ଠାନ - ମାଟ୍ରିକ ପରୀକ୍ଷା ୨୦୨୪

BSE Vice President On Matric Exam Cheating: ଏଣିକି ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ବୋର୍ଡ କର୍ତ୍ତୃପକ୍ଷ ଦେଲେ ଚେତାବନୀ । ଅଧିକ ପଢନ୍ତୁ

BSE President On Cheating
BSE President On Cheating
author img

By ETV Bharat Odisha Team

Published : Feb 22, 2024, 3:37 PM IST

Updated : Feb 22, 2024, 4:03 PM IST

ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତାବନୀ, ମାଟ୍ରିକ ପରୀକ୍ଷାରେ କପି କଲେ କଠୋର କାର୍ଯ୍ୟାନୁଷ୍ଠାନ

କଟକ: ଆଉ ନିସ୍ତାର ନାହିଁ । ଏଣିକି ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା କଲେ କିମ୍ବା ଅସାଧୁ ଉପାୟ ଅବଲମ୍ବନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋର୍ଡ । ଏଭଳି କଡା ଚେତାବନୀ ଦେଇଛନ୍ତି ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି । ପ୍ରଥମ ଦିନରେ ହୋଇଥିବା ମାଟ୍ରିକ ପରୀକ୍ଷା ସମୟରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି । ବୋର୍ଡ ପକ୍ଷରୁ ବ୍ୟବହାର ହୋଇଥିବା ଏହି ନୂତନ ବ୍ୟବସ୍ଥା AI ମାଧ୍ୟମରେ ଚିହ୍ନଟ କରାଯାଇଛି ।

୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ସେଣ୍ଟରରେ ଏହି ଅବ୍ୟବସ୍ଥା ଠାବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କଟକ ବ୍ୟତୀତ ଅନ୍ୟ ୪ ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି । କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ରେ ଏହି ଅବ୍ୟବସ୍ଥାକୁ ଚିହ୍ନଟ କରାଯାଇଛି । ୪ ଜିଲ୍ଲାର ଗୋଟିଏ ଲେଖାଏଁ ସେଣ୍ଟରରେ ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ବଡ଼ କଥା ହେଉଛି ଅବ୍ୟବସ୍ଥା ନେଇ ଶିକ୍ଷା ବିଭାଗ ଓ ପୋଲିସକୁ ଅବଗତ କରିଛି ବୋର୍ଡ । ଦୁଇ ଇନଭିଜିଲେଟରଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି । ନରସିଂପୁର ଏ.ନ ହାଇସ୍କୁଲ ସେଣ୍ଟର ଦୁଇ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ସୁପାରିଶ କରିଥିବା ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲିଠାରୁ ଆହୁରି କଠୋର ହେବ ବୋଲି ଡ଼ଃ ମହାନ୍ତି କହିଛନ୍ତି ।

ଏହା ବି ପଢନ୍ତୁ- ୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI, କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡର ସୁପାରିଶ

କେମିତି ଧରୁଛି AI !

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର । ଏହି ପାରାମିଟର ଯଦି କୌଣସି କେନ୍ଦ୍ରରେ ଉଲ୍ଲଂଘନ ହୁଏ ତେବେ ବୋର୍ଡ ଜାଣି ପାରିବ । ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ର ବାରମ୍ବାର ଚଳ ପ୍ରଚଳ ହେଲେ ଠାବ କରିବ AI । ପରୀକ୍ଷା କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନ ଥିଲେ ବି ଧରିବ AI । କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫ ଲାଇନ ହେଲେ ଧରିବ ଏଆଇ । ଯଦି ଇନଭିଜିଲେଟର ନିର୍ଧାରିତ ସମୟ ପର୍ଯ୍ୟନ୍ତ ପରୀକ୍ଷା ହଲରେ ନ ବୁଲନ୍ତି, ଅର୍ଥାତ ଗୋଟିଏ ସ୍ଥାନରେ ବସି ରୁହନ୍ତି ତେବେ ଠାବ କରିବ AI । ପ୍ରଶ୍ନପତ୍ର ଖୋଲିବା ସମୟରେ ରୁମରେ ଧାର୍ଯ୍ୟ ଲୋକଙ୍କ ଠାରୁ ଅଧିକ ଲୋକ ରହିଲେ ଧରିବ AI ।

ପରୀକ୍ଷା ହଲ ଭିତରେ ବିଶୃଙ୍ଖଳା ହେଲେ ଅର୍ଥାତ ଗଣ୍ଡଗୋଳ, ଭିଡ଼ ଆଦି ହେଲେ ଧରିବ AI । ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ମଧ୍ୟ ଧରିବ AI । ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ AI ଠାବ କରିବ । ତେବେ ସାଇରନ ବାଜିବ ଯାହାକି ବୋର୍ଡ କର୍ତ୍ତୃପକ୍ଷ ବୋର୍ଡ କାର୍ଯ୍ୟାଳୟରେ ବସି ସୂଚନା ପାଇବ । ବ୍ୟତିକ୍ରମକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ଆଲର୍ଟ ଦେବ ।

ଇଟିଭି ଭାରତ, କଟକ

Last Updated : Feb 22, 2024, 4:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.