ETV Bharat / state

ଏସସିବିରେ ଅଗ୍ନି ନିରାପତ୍ତା କାମ: 3 ମାସରେ ସରିବା ନେଇ କୋର୍ଟଙ୍କୁ ଅବଗତ କଲେ ଅଗ୍ନିଶମ ଡିଜି - Fire Safety At SCB Medical

Fire Safety At SCB Medical: ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ପ୍ରସଙ୍ଗ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଆଜି ଅଗ୍ନିଶମ ଡିଜି ରିପୋର୍ଟ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Fire Safety
Fire Safety
author img

By ETV Bharat Odisha Team

Published : Mar 13, 2024, 7:24 PM IST

କଟକ: ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ପ୍ରସଙ୍ଗ । ମାମଲାକୁ ଅତି ଗୁରୁତର ସହ ନେଇଛନ୍ତି ହାଇକୋର୍ଟ। ଏହି ସମ୍ପର୍କିତ ମାମଲାରେ ଆଜି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଛନ୍ତି ଅଗ୍ନିଶମ ଡି ଜି ସୁଧାଂଶୁ ଷଡ଼ଙ୍ଗୀ । ଏହାସହ ଏସସିବି ଅଧୀକ୍ଷକ ଡକ୍ଟର ସୁଧାଂଶୁ ଶେଖର ମିଶ୍ର ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ପିକେ ମାଝୀ ମଧ୍ୟ ହାଜର ହୋଇଛନ୍ତି । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଆଜି ଅଗ୍ନିଶମ ଡିଜି ରିପୋର୍ଟ ଦାଖଲ କରିଛନ୍ତି। ଫାୟାର ଆଲାର୍ମ ଏବଂ ଅଗ୍ନି ନିରାପତ୍ତା କାମ 3 ମାସ ମଧ୍ୟରେ ଶେଷ ହେବ ବୋଲି କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇଛି ।

ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ କାମ ୬ ମାସ ମଧ୍ୟରେ ଶେଷ ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିଶମ ଡିଜି ନିଜେ କାର୍ଯ୍ୟର ଅଗ୍ରଗତି ନେଇ କୋର୍ଟ ଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୂଚନା ଅନୁସାରେ, ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ପ୍ରଶ୍ନ କରିଥିଲେ ହାଇକୋର୍ଟ । ଏନେଇ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ତାରିଖରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ...କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଗଷ୍ଟ ୧୪ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୧୧ତାରିଖରେ ରାଜ୍ୟ ସରକାର ‌ଦାଖଲ କରିଥିବା ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥି ସହିତ ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏସସିବି ମେଡିକାଲ କଲେଜରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହାପରେ ନଭେମ୍ବର ୧୭ ରେ ଏନେଇ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଏସସିବି ଅଧୀକ୍ଷକ ଦାଖଲ କରିଥିଲେ। ୨୦୧୩ରେ ଏଠାକାର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଅଧୀକ୍ଷକଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା। ସେତେବେଳେ ଏଥିପାଇଁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଦର୍ଶାଇ ଆବେଦନକାରୀ ୨୦୧୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ଏସସିବିର ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.