ETV Bharat / state

ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO

author img

By ETV Bharat Odisha Team

Published : Jun 18, 2024, 11:00 PM IST

Updated : Jun 19, 2024, 9:55 AM IST

Tribute To Ramoji Rao In Bhubaneswar: ମିଡିଆ ଜଗତର ମହାନାୟକ ରାମୋଜୀ ରାଓଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛି ସାରା ଦେଶ । ଆଜି ଭୁବନେଶ୍ବରର ଜୟଦେବ ଭବନ ଠାରେ ଆୟୋଜିତ ହୋଇଛି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Tribute To Ramoji Rao In Bhubaneswar
Tribute To Ramoji Rao In Bhubaneswar (ETV Bharat Odisha)

ଭୁବନେଶ୍ବର: ମିଡିଆ ଜଗତର ବେତାଜ ବାଦଶାହ ରାମୋଜୀ ରାଓଙ୍କ ବିୟୋଗ ମିଡିଆ ଜଗତରେ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଦେଶର କୋଣ ଅନୁକୋଣରେ ସ୍ବର୍ଗତ ରାମୋଜୀ ରାଓଙ୍କ ସ୍ମୃତିଚାରଣ କରାଯାଇଛି । ଏହି କ୍ରମରେ ଆଜି ମିଡିଆ ମହାନାୟକ ରାମୋଜୀ ରାଓଙ୍କ ଏକାଦଶାହ ହୋଇଥିବା ବେଳେ ତାଙ୍କ ସ୍ମୃତିରେ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି । ଜୟଦେବ ଭବନଠାରେ ଓଡିଶା ମିଡ଼ିଆ ପକ୍ଷରୁ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହୋଇଯାଇଛି । ଯେଉଁଠି ଅନେକ ଈଟିଭିଆନ୍ ତଥା ଓଡ଼ିଶା ଗଣମାଧ୍ୟମର ବ୍ୟକ୍ତି ବିଶେଷମାନେ ଯୋଗ ଦେଇ ଗଣମାଧ୍ୟମ ଜଗତର ବେତାଜ ବାଦଶାହଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଓ ତାଙ୍କର ସ୍ମୃତିଚାରଣ କରିଛନ୍ତି ।

ଏହାସହ ତାଙ୍କ ସ୍ମୃତିରେ ଭଜନ କାର୍ଯ୍ୟକ୍ରମ ‘ସମର୍ପଣ’ ସନ୍ଧ୍ୟା ହୋଇଯାଇଛି । ଏହି ଅବସରରେ ଦୁଇଜଣ ଯୁବଶିଳ୍ପୀ ଲାଇଭଂ ପେଣ୍ଟିଂ ମାଧ୍ୟମରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗଣମାଧ୍ୟମ ଓ ସିନେମା ଜଗତର ଅନନ୍ୟ ସ୍ରଷ୍ଟା ହେଉଛନ୍ତି ରାମୋଜୀ ରାଓ । କେବଳ ଓଡିଶା ନୁହେଁ ଭାରତବର୍ଷର ଗଣମାଧ୍ୟମ ଜଗତ ସହ ସିନେମା ଶିଳ୍ପ ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ଓଡିଶା ଗଣମାଧ୍ୟମ ପାଇଁ ସେ ଥିଲେ ଦିଗଦର୍ଶକ । ତେଣୁ ଆଜି ତାଙ୍କ ଆବର୍ତ୍ତମାନରେ ପୁରୁଣା ଓ ନୂଆ ଇଟିଭିଆନଙ୍କ ସହ ତାଙ୍କ ସହ କାମ କରିଥିବା କାମ କରିନଥିବା ଗଣମାଧ୍ୟମ ଓ ସିନେମା ଜଗତର ସମସ୍ତ ବ୍ୟକ୍ତି ଆଜି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ସ୍ମୃତିରେ ମିଡିଆ ଜଗତର ବେତାଜ ବାଦଶାହ ରାମୋଜୀ ରାଓ, ଶ୍ରଦ୍ଧାଞ୍ଜଳି ଜଣାଉଛି ଓଡ଼ିଶା ମିଡିଆ ପରିବାର LIVE - Tribute Program For Ramoji Rao

ତାଙ୍କ ପରି ଜଣେ ମୁରବୀ ହରାଇ ମିଡିଆ ଜଗତ ଆଜି ଦୁଃଖ ପ୍ରକାଶ କରିଥିବା ବେଳେ ଗଣମାଧ୍ୟମ ପରିବାରର ସମସ୍ତ ବ୍ୟକ୍ତି ତାଙ୍କ ସହ ବିତାଇ ଥିବା ସ୍ମୃତି ଓ ଅନୁଭୂତିକୁ ମନେ ପକାଇଛନ୍ତି । ତାଙ୍କ ସ୍ଥାନ ଅପୂରଣୀୟ ରହିଥିବା ବେଳେ ସେଭଳି ଜଣେ ବ୍ୟକ୍ତିତ୍ବର ଆଉ ଥରେ ଜନ୍ମ ହେଉ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏପରିକି ତାଙ୍କ ପରି ନିରପେକ୍ଷ ସମ୍ବାଦ ପରିବେଷଣର ପ୍ରତିବଦ୍ଧତା ଆଜିର ଗଣମାଧ୍ୟମ ଜଗତରେ ରହୁ ବୋଲି କହିଛନ୍ତି । ସେ ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ବ ରାମୋଜୀ ରାଓ, କେବଳ ନାଁ ହିଁ ଯଥେଷ୍ଟ । ଏହି ଭର୍ସାଟାଇଲ ବ୍ୟକ୍ତିତ୍ଵଙ୍କୁ କୌଣସି ପରିଚୟର ଆବଶ୍ୟକ‌ତା ନାହିଁ । ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସେ ଥିଲେ ସୂତ୍ରଧର । ଖାଲି ସାମ୍ବାଦିକତା ନୁହେଁ, ସାହିତ୍ୟ, ସମାଜ, ଫିଲ୍ମ ଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ଆଞ୍ଚଳିକତାକୁ ପ୍ରାଧାନ୍ୟ ଦେଇ ପୁରପଲ୍ଲୀରେ ଗଣମାଧମ ଓ ମନୋରଞ୍ଜନ ଶିଳ୍ପକୁ ସୁଦୂରପ୍ରସାରୀ କରିଥିବାର ମାଷ୍ଟରମାଇଣ୍ଡ ଥିଲେ ରାମୋଜୀ ରାଓ । ରାମୋଜୀ ରାଓ କେବଳ ଜଣେ ବ୍ୟକ୍ତି ନ ଥିଲେ ବରଂ ଥିଲେ ମଣିଷ ଗଢା କାରଖାନା ।

ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମଙ୍ଗଳବାର ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ଏହି ଅବସରରେ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ପାଇଁ ଗୀତା ପାଠ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବରିଷ୍ଠ ପ୍ରଶାସନିକ ଅଧିକାରୀ କଲ୍ୟାଣୀ ସଂଘମିତ୍ରା, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଷୋୟୀ, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ବିଶିଷ୍ଟ ଲେଖକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ରାମୋଜୀ ରାଓଙ୍କ ଜୀବନ ଏବଂ ମିଡିଆ ଓ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ବିଶେଷ ଅବଦାନକୁ ନେଇ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହା ସହ ରାମୋଜୀ ରାଓଙ୍କ ସ୍ମୃତିରେ ପ୍ରସ୍ତୁତ ନ୍ୟୁଜ ଲେଟର ଲୋକାର୍ପଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଈଟିଭିର ପୂର୍ବତନ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ ଅନ୍ୟମାନଙ୍କ ମଧ୍ୟରେ ଈଟିଭିର ପୂର୍ବତନ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ଦୟାନିଧି ଦାଶ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କେଦାର ମିଶ୍ର, ଶିଶିର ଭଟ୍ଟମିଶ୍ର, ଅର୍ଦ୍ଧେନ୍ଦୁ ଦାସ, ଭକ୍ତ ତ୍ରିପାଠୀ, ମାୟାଧର ପ୍ରଧାନ, ରାଧାମାଧବ ମିଶ୍ର, ଅପୂର୍ବ ମହାନ୍ତି, କପିଳାସ ଭୂୟାଁ, ଲିଙ୍ଗରାଜ ମିଶ୍ର, ଶରତ ପାଇକରାୟ, ଦୁର୍ଗାଶିଷ, ଅଶୋକ ସାହୁ, ପ୍ରଣତି ପରିଡ଼ା, ସୌମ୍ୟା ପରିଡ଼ା, ମୌସୁମୀ ମହାନ୍ତି, ମୃଣାଳକାନ୍ତି ନନ୍ଦ ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେହିପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଟେକନିସିଆନମାନେ ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବ୍ୟକ୍ତିମାନେ ଏକାଠି ହୋଇ ରାମୋଜୀ ରାଓଙ୍କୁ ସ୍ମରଣ କରିବା ସହ ଈଟିଭି ନେଟୱର୍କରେ କାମ କରିବାର ଦିନକୁ ମନେପକାଇଥିଲେ।

ପ୍ରିଣ୍ଟ୍, ଟେଲିଭିଜନ, ସିନେମା, ପର୍ଯ୍ୟଟନ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ରାମୋଜୀ ରାଓ ଏକ ବିଶାଳ ଅନୁଷ୍ଠାନ ଠିଆ କରିଥିଲେ। ବିଶେଷକରି, ଗତ ୫ ଦଶନ୍ଧି ଧରି ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ଆଞ୍ଚଳିକ ଭାଷାରେ, ଟେଲିଭିଜନ ଚ୍ୟାନେଲ ଆରମ୍ଭକରି ରାମୋଜୀ, ଈଟିଭିକୁ ଦେଶର ସବୁଠାରୁ ବଡ଼ ନେଟୱର୍କ ଭାବେ ପ୍ରତିଷ୍ଠା କରିପାରିଥିଲେ।

୨୦୦୨ ମସିହାରେ ରାମୋଜୀ ରାଓ ଓଡ଼ିଶାକୁ ଭେଟି ଦେଇଥିଲେ ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ ‘ଈଟିଭି ଓଡ଼ିଆ’। ଏଥିରେ ଦେଶ ବିଦେଶର ଖବର ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ଓଡ଼ିଶାର ଘରେ ଘରେ ଈଟିଭି ଓଡ଼ିଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଶେଷକରି ଓଡ଼ିଶାରେ ଟେଲିଭିଜନ୍ ସାମ୍ବାଦିକତା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରସାରଣ କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିଥିଲା ଈଟିଭି ଓଡ଼ିଆ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.