ETV Bharat / state

ଆଉ ପାଦେ ଆଗେଇଲା କଳାହାଣ୍ଡିର ସ୍ବାସ୍ଥ୍ୟସେବା, ଆମ ହସ୍ପିଟାଲ ଯୋଜନାରେ ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ - Health Care Services In Odisha

Ama Hospital Programme: ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଛି ଜିଲ୍ଲାର ୪ ସ୍ବାସ୍ଥ୍ୟାନୁଷ୍ଠାନ । ଧର୍ମଗଡ ଉପଖଣ୍ଡ ମେଡିକାଲ, ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମିଲ । ଅଧିକ ପଢନ୍ତୁ

ଆଉ ପାଦେ ଆଗେଇଲା କଳାହାଣ୍ଡିର ସ୍ବାସ୍ଥ୍ୟସେବା, ଆମ ହସ୍ପିଟାଲ ଯୋଜନାରେ ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ

author img

By ETV Bharat Odisha Team

Published : Feb 17, 2024, 9:13 PM IST

ଆଉ ପାଦେ ଆଗେଇଲା କଳାହାଣ୍ଡିର ସ୍ବାସ୍ଥ୍ୟସେବା, ଆମ ହସ୍ପିଟାଲ ଯୋଜନାରେ ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ

ଭବାନୀପାଟଣା: ଚିକିତ୍ସା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି କଳାହାଣ୍ଡି ଜିଲ୍ଲା । ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଛି ଜିଲ୍ଲାର ସ୍ବାସ୍ଥ୍ୟାନୁଷ୍ଠାନ । ଗତ ନଭେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଠାରେ ରେଣ୍ଡୋ ମାଝୀ ମେଡିକାଲ କଲେଜ ନିର୍ମାଣ କରି ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆଗେଇ ନେଇଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ହସ୍ପିଟାଲ ଯୋଜନାରେ ମଧ୍ୟ କଳାହାଣ୍ଡିକୁ ସାମିଲ କରିବା ଫଳରେ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ହସ୍ପିଟାଲ ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲକୁ ସାମିଲ କରି ଏହାର ରୂପାନ୍ତରୀକରଣ କରାଯାଇଛି । ଆଜି ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ।

ଧର୍ମଗଡ ଉପଖଣ୍ଡ ମେଡିକାଲ, ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୦୦ କୋଟି ବ୍ୟୟ ଅଟକଳରେ ରୂପାନ୍ତରୀକରଣ ହୋଇଛି । ଏହି ଚାରିଟି ସ୍ଥାନ ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀଙ୍କ ପ୍ରତୀକ୍ଷା ଗୃହ, ଦୁଇଟି ଶୌଚାଳୟ, ମିଶନ ଶକ୍ତି କଫେ, ଦୁଇଟି ଏଲ୍ଇଡି, ୧୦ଟି ଗୃହ ଏଲ୍ଇଡି ସହ କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ସହ ଏମସିଏଚ କୋଠାର ରୂପାନ୍ତରୀକରଣ କରାଯାଇଛି । ଯାହା ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ.... ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ପୁରସ୍କୃତ ହେଲା ମାଲକାନଗିରି

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଚେତା ପାଣି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଚନ୍ଦା ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜିଲ୍ଲାବାସୀ ସାମିଲ ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡୋଶୀ ରାଜ୍ୟ ଛତିଶଗଡ ସମେତ ରାୟଗଡ଼ା ଓ ବଲାଙ୍ଗୀର ଅଞ୍ଚଳର ଲକ୍ଷାଧିକ ରୋଗୀ ନିର୍ଭର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଡିକାଲକୁ ଆମ ହସ୍ପିଟାଲରେ ସାମିଲ କରିଥିବାରୁ ଜିଲ୍ଲାବାସୀମାନେ ଆନନ୍ଦିତ ଅଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.