ETV Bharat / state

୧୨ଟି ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ମତଦାତା - GENERAL ELECTION 2024

author img

By ETV Bharat Odisha Team

Published : Apr 1, 2024, 6:57 PM IST

Updated : Apr 1, 2024, 9:55 PM IST

SEC On ୧୨ Optional Photo IDs: ରାଜ୍ୟ ନିର୍ବାଚନ କମିଶନ ନିର୍ଦେଶନାମା ଅନୁଯାୟୀ ଭୋଟର ଫଟୋ ପରିଚୟ ପତ୍ର ନ ଥିଲେ ଅନ୍ୟ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବେ । ଆଧାର କାର୍ଡ, ସ୍ବାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ପାନ କାର୍ଡ, ପାସପୋର୍ଟ, ମନରେଗା କାର୍ଡ ଆଦିକୁ ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

ଭୋଟର କାର୍ଡ ଛଡା ଅନ୍ୟ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ଦ୍ବାରା ଭୋଟ ଦେଇପାରିବେ: ନିର୍ବାଚନ କମିଶନ

ଭୁବନେଶ୍ବର: ଆସୁଛି ଭାରତୀୟ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ । ଯେଉଁଠି ଭୋଟର ମାନେ ବାଛିବେ ନିଜର ମନପସନ୍ଦର ଜନ ପ୍ରତିନିଧି । ତେବେ ଏ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି ଯେ, ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥିଲେ ମତଦାତା ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ଯଦି ଭୋଟର ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ ତେବେ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବେ ।

ଉକ୍ତ ବିକଳ୍ପ ପରିଚୟ ପତ୍ରଗୁଡ଼ିକ ହେଲା ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ ରୋଜଗାର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଦିଆଯାଇଥିବା ଫଟୋ ଲାଗିଥିବା ପାସବୁକ, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଏନପିଆର ଅନ୍ତର୍ଗତ ଆରଜିଆଇ ଦ୍ବାରା ଦିଆଯାଇଥିବା ସ୍ମାର୍ଟ କାର୍ଡ, ପାସପୋର୍ଟ, ଫଟୋ ସହିତ ପେନସନ ଡକ୍ୟୁମେଣ୍ଟ, କେନ୍ଦ୍ର କିମ୍ବା ରାଜ୍ୟ ସରକାର କିମ୍ବା ସରକାରୀ ଉଦ୍ୟୋଗ କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂ କିମ୍ବା ପବ୍ଲିକ ଲିମିଟେଡ କମ୍ପାନୀ ତରଫରୁ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ଫଟୋ ଲାଗିଥିବା ପରିଚୟ ପତ୍ର, ସାଂସଦ କିମ୍ବା ବିଧାୟକ କିମ୍ବା ବିଧାନ ପରିଷଦ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ପ୍ରଦାନ କରାଯାଇଥିବା ୟୁନିକ ଡିଜାବିଲିଟି ପରିଚୟ ପତ୍ର ।

ଏହା ମଧ୍ୟ ପଢନ୍ତୁ... ନିର୍ବାଚନରେ ଚ୍ୟାଲେଞ୍ଜ ହେବ ମାଓ ଉପଦ୍ରବ, ବସିଲା ଛତିଶଗଡ-ଓଡିଶା ପୋଲିସର ବୈଠକ - Election Preparation

ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଅନୁସାରେ ଯଦି ଭୋଟର ଫଟୋ ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି ଥାଏ ତାହା ଗ୍ରହଣୀୟ ହେବ । ଯଦି କୌଣସି ବୁଥରେ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇଥିବ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ଭୋଟର ଫଟୋ ପରିଚୟ ପତ୍ର ଦିଆଯାଇଥାଏ ତାହା ମଧ୍ୟ ଗ୍ରହଣୀୟ ହେବ । ଏ କ୍ଷେତ୍ରରେ ଯଦି ଭୋଟରଙ୍କ ଚେହେରା ଭୋଟର ଫଟୋ ପରିଚୟ ପତ୍ରରେ ଥିବା ଫଟୋ ସହ ମିଶୁ ନଥିବ ତେବେ ଭୋଟର ବିକଳ୍ପ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ନିଜର ପରିଚୟ ପ୍ରମାଣ କରି ଭୋଟ ଦେଇପାରିବେ । ବିଦେଶରେ ରହୁଥିବା ଭାରତୀୟ ନିଜର ମୂଳ ପାସପୋର୍ଟ ଦେଖାଇ ଭୋଟ ଦେଇପାରିବେ ।

ରିଟର୍ଣ୍ଣିଂ ଅଫିସରମାନେ ଏ ସଂପର୍କରେ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ଅବଗତ କରାଇବେ । ଏହା ସହ ନିର୍ବାଚନ କମିଶନଙ୍କ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରଦାନ କରିବା ତଥା ପ୍ରତି ବୁଥରେ ଉପଲବ୍ଧ କରାଇବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ତଥା ଭୋଟରଙ୍କୁ ଅଧିକ ସଚେତନ କରାଯିବ । ଏହି ଉଦ୍ଦେଶ୍ୟରେ ମତଦାନ ତାରିଖର ୫ ଦିନ ପୂର୍ବରୁ ଭୋଟରମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ର, ମତଦାନ ତାରିଖ ଓ ସମୟ ଇତ୍ୟାଦି ସୂଚନା ଜଣାଯିବ । ଏହି ଉଦ୍ଦେଶ୍ୟରେ ‘ଭୋଟର ସୂଚନା ସ୍ଲିପ’ ପ୍ରଦାନ କରାଯିବାର ବ୍ୟବସ୍ଥା ହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.