ETV Bharat / state

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ, କେନ୍ଦୁଝର ଏସପିଙ୍କୁ ଭେଟିଲା ବିଜେପି - suspicious death of prisoner - SUSPICIOUS DEATH OF PRISONER

BJP Meets Kendujhar SP: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ପୋଲିସ ହେପାଜତରେ ଅଭିଯୁକ୍ତ ଦୀନେଶଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ଘଟଣାର ସଠିକ ତଦନ୍ତ କରିବାକୁ ଦାବି କଲା ବିଜେପି । ଅଧିକ ପଢନ୍ତୁ

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା: ଏସପିଙ୍କୁ ଭେଟିଲା ବିଜେପି

author img

By ETV Bharat Odisha Team

Published : Mar 29, 2024, 9:19 AM IST

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା: ଏସପିଙ୍କୁ ଭେଟିଲା ବିଜେପି

କେନ୍ଦୁଝର: ଯୋଡ଼ା ଥାନା ପୋଲିସ ହେପାଜତରେ ଅଭିଯୁକ୍ତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । କେନ୍ଦୁଝର ଏସପି ନୀତିନ କୁଶଳକରଙ୍କୁ ଭେଟିଲା ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ଏହି ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଦାବି କରିଛି ଦଳ ।ଏନେଇ ଗତକାଲି(ଗୁରୁବାର) ଦିନ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବରିଷ୍ଠ ନେତା ସତ୍ୟବ୍ରତ ପଣ୍ଡା ଓ ଚମ୍ପୁଆର ପୂର୍ବତନ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ (ସୋମବାର) ଦିନ ଦୀନେଶକୁ ଏକ ମାମଲାରେ ଯୋଡା ପୋଲିସ ଉଠାଇ ଆଣିଥିଲା । ଯୋଡ଼ା ଥାନା କେସ ନଂ ୧୪୧, ଦଫା ୩୭୬.ଏବଂ ୫୦୬ ଆଇପିସିରେ ତା' ନାଁରେ କେସ ରୁଜ୍ଜୁ ହୋଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ହେଲେ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୀନେଶ ନାୟକକୁ ସଙ୍କଟାପନ୍ନ ଅବସ୍ଥାରେ ଟାଟା ହସ୍ପିଟାଲକୁ ନେଇଥିଲା ଯୋଡ଼ା ପୋଲିସ । ତେବେ ଟାଟା ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି ଦୀନେଶଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡ଼ା ଥାନା ଏବଂ ଟାଟା ଷ୍ଟିଲ ଡାକ୍ତରଖାନାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।

ସେହିପରି କେନ୍ଦୁଝର ଏସପି ନୀତିନ କୁଶଳକର କହିଛନ୍ତି ଯେ,ଏହି ଘଟଣାର ତଦନ୍ତ ଜାରି ରହିଛି । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜଣେ SDPOଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ NHRCଙ୍କୁ ପ୍ରଦାନ କରାଯିବ । ସେପଟେ ଥାନାଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । କେଉଁ କାରଣରୁ ଅଭିଯୁକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ ।

ଏହା ମଧ୍ୟ ପଢନ୍ତୁ....ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ, ହସ୍ପିଟାଲରେ ପୋଲିସ ଫୋର୍ସ ମୁତୟନ - Accused Arrested

ସେହିପରି ଗତ (ଶୁକ୍ରବାର) ଦିନ କେନ୍ଦୁଝର ଜିଲ୍ଲା ଜେଲରେ ଜଣେ ବିଚାରାଧୀନ କଏଦୀ ଜେଲ ଭିତରେ ଜୀବନ ହାରିବାକୁ ଉଦ୍ୟମ କରଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧିନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ଅନ୍ୟପଟେ ଜେଲ୍ ସୁରକ୍ଷାରେ ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.