ETV Bharat / state

ECIଙ୍କ ନୋଟିସ ପରେ ଗର୍ଜିଲା ବିଜେପି, ଶଙ୍ଖ ଚିହ୍ନ ବାତିଲ ପାଇଁ ଦାବି - ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି

BJP Lashed Out Odisha Govt: ବିଜେପିର ଅଭିଯୋଗକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ଦଳର ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ଅଧିକ ପଢନ୍ତୁ

ECIଙ୍କ ନୋଟିସ ପରେ ଗର୍ଜିଲା ବିଜେପି, ଶଙ୍ଖ ଚିହ୍ନ ବାତିଲ ପାଇଁ ଦାବି

author img

By ETV Bharat Odisha Team

Published : Feb 29, 2024, 6:37 PM IST

ECIଙ୍କ ନୋଟିସ ପରେ ଗର୍ଜିଲା ବିଜେପି, ଶଙ୍ଖ ଚିହ୍ନ ବାତିଲ ପାଇଁ ଦାବି

ଭୁବନେଶ୍ବର: ବିଜେପିର ଅଭିଯୋଗକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳର ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଦଳ । ଏଥିରୁ ବିଜେଡିକୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା । ବ୍ୟାଗ, ଖବରକାଗଜ, ଟେଲି ଫିଲ୍ମ, ବସ, ହୋଡ଼ିଁ ସବୁଠି ଶଙ୍ଖ ଚିହ୍ନ ଦେଇ ପ୍ରଚାର ପ୍ରସାର କରୁଛନ୍ତି ସରକାର। ଯାହକୁ ନେଇ ବିରୋଧ କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି । ବିଜେପିର ଅଭିଯୋଗ ନେଇ କମିଶନଙ୍କ ନୋଟିସ ଜାରି କରିଛନ୍ତି ବିଜେଡିକୁ । ଏହାକୁ ନେଇ ବିଜେପି ଖୁସି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ।

ଅଧିକ ପଢନ୍ତୁ- ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ: ଭାରତୀୟ ନିର୍ବାଚନ କମିଶନ

ପ୍ରେସମିଟ କରି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, ‘‘ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳର ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଏଥିରୁ ବିଜେଡିକୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବୀ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲା ବିଜେପି। ବ୍ୟାଗ, ଖବରକାଗଜ, ଟେଲି ଫିଲ୍ମ, ବସ, ହୋଡ଼ିଂ ସବୁଠି ଶଙ୍ଖ ଚିହ୍ନ ଦେଇ ପ୍ରଚାର ପ୍ରସାର କରୁଛନ୍ତି ସରକାର।’’ ସେହିପରି ବିଜେଡି ଠାରୁ ତୁରନ୍ତ ଦଳୀୟ ନିର୍ବାଚନ ଚିହ୍ନ ପ୍ରତ୍ୟାହାର ପାଇଁ ଦାବି କରିଛି ବିଜେପି । ନିର୍ବାଚନୀ ଚିହ୍ନ ବାତିଲ କରିବାକୁ ଦାବି କରିବାକୁ ଦାବି କରିଛି । ଏହା ସହ ଯେତେ ଟଙ୍କା ସରକାରୀ ତହବିଲରୁ ଦଳୀୟ ପ୍ରଚାରରେ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ତାକୁ ଦଳ ପାଣ୍ଠିରୁ ଆଦାୟ କରାଯାଉ ବୋଲି ଦାବି।

ଓଡ଼ିଶାର ପ୍ରମୁଖ ଖବରକାଗଜ, ଟିଭି ଚ୍ୟାନେଲ, ରାଜ୍ୟ ପରିବହନ ବସ ଏବଂ ବିଭିନ୍ନ ସହରରେ ହୋର୍ଡିଂ ମାଧ୍ୟମରେ ବିଜ୍ଞାପନରେ ବିଜେଡିର ଶଙ୍ଖ ଚିହ୍ନ ପ୍ରଦର୍ଶିତ ହେଉଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଆୟୋଗ ସମସ୍ତ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗକୁ ସୁନିଶ୍ଚିତ କରିବା ଲାଗି କଠୋର ନୀତି ଅନୁସରଣ କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୋଟିସ ପରେ ବିଜେପିର ଜୟ ହୋଇଛି ବୋଲି କହିଛି ଦଳ ।

ସୂଚନାଯୋଗ୍ୟ ଯେ, ସରକାରୀ ପାଣ୍ଠିରେ ଦଳୀୟ ପ୍ରଚାର ଅଭିଯୋଗ ନେଇ ନିର୍ବାଚନ କମିସନ ଓଡ଼ିଶା ସରକାର ଓ ଶାସକ ବିଜୁ ଜନତା ଦଳକୁ ବୁଧବାର ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.