ETV Bharat / state

ଦୂର ହେଲା ପାଞ୍ଜି ଦ୍ବନ୍ଦ୍ବ; ଏପ୍ରିଲ ୧୪ରେ ମହାବିଷୁବ ପଣା ସଂକ୍ରାନ୍ତି - ପଣା ସଂକ୍ରାନ୍ତି

Pana Sankranti on April 14: ଚଳିତ ବର୍ଷ ପଣା ସଂକ୍ରାନ୍ତି ପାଳନ ନେଇ ଉଠିଥିବା ବାଦ ବିବାଦ ଏବଂ ଦ୍ବନ୍ଦ୍ବର ହେଲା ସମାଧାନ । ଆସନ୍ତା ଏପ୍ରିଲ ୧୪ ତାରିଖରେ ପାଳନ ହେବ ପଣା ସଂକ୍ରାନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ଏପ୍ରିଲ ୧୪ରେ ମହାବିଷୁବ ପଣା ସଂକ୍ରାନ୍ତି
ଏପ୍ରିଲ ୧୪ରେ ମହାବିଷୁବ ପଣା ସଂକ୍ରାନ୍ତି
author img

By ETV Bharat Odisha Team

Published : Feb 12, 2024, 5:12 PM IST

Updated : Feb 12, 2024, 5:40 PM IST

ଏପ୍ରିଲ ୧୪ରେ ମହାବିଷୁବ ପଣା ସଂକ୍ରାନ୍ତି

ପୁରୀ: ଚଳିତ ବର୍ଷ ପଣା ସଂକ୍ରାନ୍ତି ପାଳନ ନେଇ ଉଠିଥିବା ବାଦ ବିବାଦ ଏବଂ ଦ୍ବନ୍ଦ୍ବର ସମାଧାନ ହୋଇଛି । ଆସନ୍ତା ଏପ୍ରିଲ 14 ତାରିଖରେ ପାଳନ ହେବ ପଣା ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ 13 ଓ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ଉଠିଥିଲା ଦ୍ବନ୍ଦ୍ବ । ତେବେ ଶ୍ରୀମନ୍ଦିର ପରମ୍ପରା ଏବଂ ଗଣନା ଅନୁଯାୟୀ ଏପ୍ରିଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବା ନେଇ ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଛି ।

ପଣା ସଂକ୍ରାନ୍ତି ନେଇ ଉଠିଥିବା ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ହୋଇଥିଲା । ଯେଉଁଥିରେ ଓଡିଶାର ବିଭିନ୍ନ ପଞ୍ଜିକାର, ଗଣନାକାରୀଙ୍କ ସହିତ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପୂଜାପଣ୍ଡା ନିଯୋଗ, ବରିଷ୍ଠ ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଆସନ୍ତା 13 ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ସିଦ୍ଧାନ୍ତ ଦର୍ପଣକୁ ଅନୁସରଣ କରୁଥିବା ଗଣନାକାରୀ ଯୁକ୍ତି ବାଢ଼ିଥିଲେ । ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଦସ୍ୟ, ରାଧାରମଣ, କୋହିନୂର ପଞ୍ଜିକା ଗଣନାକାରୀଙ୍କ ସମେତ ଅନେକ ବିଶିଷ୍ଟ ଗଣନାକାରୀ ଏହାକୁ ଗ୍ରହଣ କରିନଥିଲେ । ଶେଷରେ ଶ୍ରୀମନ୍ଦିର ପରମ୍ପରା ଏବଂ ଗଣନା ଅନୁଯାୟୀ ଅପ୍ରେଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବା ନେଇ ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସେପଟେ ଚଳିତ ବର୍ଷ ମହାପ୍ରଭୁଙ୍କ ଅନବସର ନୀତି 15 ଦିନ ପରିବର୍ତ୍ତେ 13 ଦିନ ଅନୁଷ୍ଠିତ ହେବ । କ୍ଷୟ ତିଥି ପଡ଼ୁଥିବାରୁ ଚଳିତ ବର୍ଷ ଅନବସର ନୀତି 13 ଦିନ ପାଳନ ହେବ । ଶ୍ରୀଗୁଣ୍ଡିଚା ଦିନ ଉଭା ଏବଂ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ । ସେହିପରି ଚଳିତ ବର୍ଷ କ୍ଷୟ ତିଥି ପଡ଼ୁଥିବାରୁ ପଞ୍ଚୁକ 5 ଦିନ ପରିବର୍ତ୍ତେ 4 ଦିନ ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ସେହିପରି ଆସନ୍ତା 2025 ଫେବୃଆରୀ 2 ତାରିଖରେ ସରସ୍ବତୀ ପୂଜା ପାଳନ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ପଣା ସଂକ୍ରାନ୍ତି ପାଳନ ନେଇ ଦ୍ବନ୍ଦ, ତ୍ରୁଟିମୁକ୍ତ ପଞ୍ଜିକା ପ୍ରସ୍ତୁତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ

ପ୍ରକାଶଯୋଗ୍ୟ, ଚଳିତ ବର୍ଷ ପଣା ସଂକ୍ରାନ୍ତି ପାଳନ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ମତ ଆସିବା ପରେ ଲୋକମାନେ ଏହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ । ଏହାକୁ ନେଇ ବାରମ୍ବାର ବିଭ୍ରାନ୍ତି ସୃଷ୍ଟି ହେଉଛି । ତେବେ ଆଗାମୀ ଦିନରେ ଲୋକମାନେ ଯେଭଳି ବିଭ୍ରାନ୍ତ ନହେବେ, ସେନେଇ ସମସ୍ତ ପଞ୍ଜିକାରମାନଙ୍କୁ ଗୋଟିଏ ବୈଠକରେ ଏକାଠି କରି ମତାମତ ନିଆଯାଇ ଲୋକଙ୍କୁ ତଥ୍ୟ ଦେବା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଦାୟିତ୍ଵ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଏହାପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତ ଅନୁଯାୟୀ ଆସନ୍ତା ଏପ୍ରିଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବ । ଆଜି ବସିଥିବା ବୈଠକରେ ସମସ୍ତଙ୍କ ମତ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Feb 12, 2024, 5:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.