ଭୁବନେଶ୍ବର: ଆଜି ରାଜଧାନୀରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜନ୍ମମହୋତ୍ସବ ସହ ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଭୁବନେଶ୍ୱରର ମଞ୍ଚେଶ୍ୱର ରେଲୱେ ପଡ଼ିଆରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଏହି ଉତ୍ସବ ଖୁବ୍ ଧୁମଧାମରେ ଆୟୋଜିତ ହୋଇଯାଇଛି । ଦିନିକିଆ ଏହି କାର୍ଯ୍ୟକ୍ରମରେ ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନ ସହ ଯାଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇଥିଲେ ।
ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷାରେ ଦୀକ୍ଷିତ ଓ ଅଣ ଦୀକ୍ଷିତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କେବଳ ଓଡ଼ିଶା ନୁହେଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ରାଜ୍ୟପାଳ ଯୋଗ ଦେବା ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦାୟଦଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଜୀବନରେ ଗୁରୁଙ୍କର ଆବଶ୍ୟକତା ଓ ତାଙ୍କ ଆଦର୍ଶ ସମ୍ପର୍କରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ।
ତେବେ ଜାତି ଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଏହି ମହୋତ୍ସବର ପେଣ୍ଡାଲରେ ଭକ୍ତି ଗୀତ ପରିବେଷଣ ସହ ପାରମ୍ପରିକ ବାଦ୍ୟ ତାଳରେ ନାଚି ଉଠିଥିଲେ । ନଗର କୀର୍ତ୍ତନ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନ ଦର୍ଶନୀକୁ ନେଇ ଅନେକ କଥା ଏଠାରେ ଉପବେଶନ କରାଯାଇଥିବ ବେଳେ ମାତୃ ଭକ୍ତି ପାଇଁ ସେ କିଭଳି ନିଜର ପରାକାଷ୍ଠା ଦେଖାଇଥିଲେ ସେନେଇ ମଧ୍ୟ ଆଲୋକପାତ କରାଯାଇଥିଲା । ତେବେ ଭଜନ କୀର୍ତ୍ତନ ସହ ମହିଳାମାନକଙ୍କ ମାତୃ ସମ୍ମିଳନୀ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ।
ଏହା ମଧ୍ୟ ପଢନ୍ତୁ ....ଧରଣୀଧର ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ, ଯୋଗଦେଲେ ମୁଖ୍ୟ ଶାସନ ସଚିବ
ଏହା ମଧ୍ୟ ପଢନ୍ତୁ ....କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା
ସେହିପରି ସବୁ ଧର୍ମର ଏବଂ ସବୁ ବର୍ଗର ଲୋକମାନେ ଏଠାରେ ଯୋଗ ଦେଇ ପ୍ରଭୁ ପ୍ରେମରେ ହଜି ପରମାନନ୍ଦ ଲାଭ କରିଥିଲେ । ଏହି ସତସଙ୍ଗରେ ସର୍ବୋପରି ଠାକୁରଙ୍କ ଭାବଧାରର ଅନେକ ବାଣୀ ଓ ଜୀବନ ଦର୍ଶନ ଶୁଣିବାକୁ ମିଳିଥିଲା । ଯାହା ଉପସ୍ଥିତ ଶ୍ରଦ୍ଧାଳଙ୍କ ପାଇଁ ବେଶ ପ୍ରେରଣାଦାୟୀ ଥିଲା ବୋଲି କହିଛନ୍ତି କିଛି ଶ୍ରଦ୍ଧାଳୁ । ସେପଟେ ଲୋକଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା । ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ....5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ
ଇଟିଭି ଭାରତ, ଭୁବନେଶ୍ବର