ETV Bharat / state

ବାଣ ଟ୍ରାଜେଡି: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ମେଡ଼ିକାଲରେ ଆହତଙ୍କୁ ଭେଟିଲେ - src pradeep jena Meets Injured

author img

By ETV Bharat Odisha Team

Published : May 30, 2024, 10:51 PM IST

PURI CRACKERS BLAST INCIDENT: ଗତକାଲି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ହୋଇ ଅନେକ ଆହତ ହୋଇଥିଲେ । ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କହିଲେ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ

PURI CRACKERS BLAST INCIDENT
PURI CRACKERS BLAST INCIDENT (ETV Bharat Odisha)

ପୁରୀ: ବାଣ ବିସ୍ଫୋରଣ ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ । ପୁରୀ ମେଡ଼ିକାଲ ଯାଇ ଆହତଙ୍କୁ ଭେଟିଛନ୍ତି । ବାଣ ବିସ୍ଫୋରଣ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଆସି ନରେନ୍ଦ୍ର ପୁଷ୍କରିଣୀରର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନରେନ୍ଦ୍ର ପୁଷ୍କରିଣୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ପୁରୀ ଏସପି ପିନାକ ମିଶ୍ର ଉପସ୍ଥିତ ରହି ସମ୍ପୂର୍ଣ୍ଣ ଘଟଣା ବିଷୟରେ ତଥ୍ୟ ଦେଇଛନ୍ତି ।

ଗତକାଲି ଚନ୍ଦନ ଯାତ୍ରା ସମୟରେ କିଭଳି ବାଣ ଫୁଟା ଯାଉଥିଲା ଓ କ'ଣ ଭୁଲ ଯୋଗୁଁ ଏତେ ବଡ଼ ଘଟଣା ହୋଇଛି ମୁଖ୍ୟ ଶାସନ ସଚିବ ପୁରୀ ଏସପିଙ୍କ ଠାରୁ ତଥ୍ୟ ନେଇଛନ୍ତି । ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତଙ୍କୁ ଭେଟି ସବୁ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ । ତେବେ ମୋଟ 36 ଜଣ ଗତକାଲି ବାଣ ଦୁର୍ଘଟଣାରେ ଆହାତ ହୋଇଥିବା ବେଳେ ସେଥି ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କଟକ, ଭୁବନେଶ୍ବରରେ ଯେଉଁ ହସ୍ପିଟାଲରେ ଆହତମାନେ ଭର୍ତ୍ତି ହେଇଛନ୍ତି ସେମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ରାଜ୍ୟ ସରକାର ବହନ କରିବେ । କୌଣସି ହସ୍ପିଟାଲ ଏହି ବାଣ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଠାରୁ କିଛି ବି ଅର୍ଥ ନେବେ ନାହିଁ ବୋଲି ଉକ୍ତ ମେଡ଼ିକାଲକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ‘ସମଗ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏବେ କିଛି କହିବା ଠିକ୍ ହେବ ନାହିଁ । ତଦନ୍ତ ପରେ ସବୁ ଜଣାପଡିବ । ଆଗାମୀ ଦିନରେ କିଭଳି ଏଭଳି ଘଟଣା ପୂନରାବୃତ୍ତି ନ ହେବ ସେ ଦିଗରେ ପଦକ୍ଷପ ନିଆଯିବ । ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଏବେ ନିର୍ବାଚନ ଆଚରଣ ବିଧି ରହିଛି । ସେ ବିଷୟରେ ମତ ଦେବା ଠିକ୍ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ ....ବାଣ ଟ୍ରାଜେଡିର ତଦନ୍ତ ଆରମ୍ଭ, ବାଣ ପାଇଁ ଅନୁମତି ନଥିବା ନେଇ ସ୍ପଷ୍ଟ କଲେ ଏସପି - Police Investigates Puri Explosion

ତେବେ ଗତକାଲି ରାତିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ହୋଇ 36 ଜଣ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହାତଙ୍କୁ ପୁରୀ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଆବଶ୍ୟକ ଡାକ୍ତର ନ ଥିଲେ । ବଡ କଥା ହେଉଛି ବର୍ଣ୍ଣ ୟୁନିଟ୍ ନାହିଁ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସହର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଯାହା ଫଳରେ ଅନେକ ପୋଡ଼ି ହୋଇ ଯାଇଥିବା ରୋଗୀ ସଠିକ୍ ପ୍ରାଥମିକ ଚିକିତ୍ସା ପାଇ ପାରିଲେ ନାହିଁ । ଏଥି ପାଇଁ ଅନେକ ଆହତଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ପରେ ସେମାନଙ୍କୁ କଟକ ଏସସିବି, ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ତେବେ ପୁରୀ ଭଳି ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହସ୍ପିଟାଲରେ ଅବ୍ୟବସ୍ଥାକୁ ପୁରୀ ସହରବାସୀ କଡ଼ା ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.