ETV Bharat / state

ସୁନ୍ଦରଗଡ଼ ଓ ଝାରସୁଗୁଡା ବଢୁଛି ମୃତ୍ୟୁ ସଂଖ୍ୟା, ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ SRC - SRC Press Meet

author img

By ETV Bharat Odisha Team

Published : May 31, 2024, 4:05 PM IST

SRC Press Meet: ରାଜ୍ୟରେ ବଢି ଚାଲିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିବା ବେଳେ ଆଜଭାଇଜରୀ ଜାରି କରିଛନ୍ତି । ଅଧିକ ପଢନ୍ତୁ

SRC Press Meet
SRC Press Meet (ETV Bharat Odisha)

ରାଉରକେଲା/ ଭୁବନେଶ୍ବର: ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମପ୍ରବାହ । ଏହାର ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ 5 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସୁନ୍ଦରଗଡରେ 16 ଓ ଝାରସୁଗୁଡାରେ 6 ଜଣଙ୍କର ମୃତ୍ୟୁ ଅଭିଯୋଗ ଆସିଛି । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ।

SRC Press Meet (ETV Bharat Odisha)

ସରକାରଙ୍କ ପକ୍ଷରୁ ଜାରୀ ହୋଇଥିବା ଗାଇଡ଼ଲାଇନକୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଅବମାନନା କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, "ଏପ୍ରିଲରେ ପ୍ରାୟ 17 ଦିନ ହିଟୱେଭ ଅନୁଭୂତ ହୋଇଥିଲା । ସେ ସମୟରେ ଅଂଶୁଘାତରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ, ସୋନପୁର ଓ ବଲାଙ୍ଗୀରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମେ ମାସରେ ପାଣିପାଗ ଭଲ ଥିଲା । ପୁନର୍ବାର ଏବେ ସାରା ରାଜ୍ୟରେ ହିଟୱେଭ ପରିସ୍ଥିତି ଉପୁଜିଛି । ପଶ୍ଚିମ ଓ ମଧ୍ୟ ଓଡିଶାରେ ଏହା ଅଧିକ ମାତ୍ରାରେ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ମାର୍ଗଦର୍ଶିକା ଜାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ସହ ଏନେଇ ଆଲୋଚନା କରାଯାଉଛି । ଜନସାଧାରଣ ଜିଲ୍ଲା ପ୍ରଶାସନର ପରାମର୍ଶକୁ ଗ୍ରହଣ କରନ୍ତୁ । ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୁନ୍ଦରଗଡ ଓ ଝାରସୁଗୁଡାରୁ ଆସିଥିବା ଅଭିଯୋଗ ଗୁଡିକରେ ଅଧିକାଂଶ ଶ୍ରମିକ ଅଛନ୍ତି । ସୁନ୍ଦରଗଡ଼ରେ 12 ଓ ଝାରସୁଗୁଡାରେ 6 ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଓ ଡ୍ରାଇଭର ଅଛନ୍ତି । ଯେଉଁ ମାନେ ପୂର୍ବାହ୍ନ 11ରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଏହାର ତଦନ୍ତ କରିବା ଲାଗି ଗତକାଲି ସନ୍ଧ୍ୟାରେ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ । ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାକୁ ହିଟୱେଭ ନେଇ ବାରମ୍ବାର ଅବଗତ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତେଣୁ ଜନସାଧାରଣ ପୂର୍ବାହ୍ନ 11ରୁ ଅପରାହ୍ନ 3 ମଧ୍ୟରେ ବାହାରକୁ ଯିବାରେ ନିବୃତ ରୁହନ୍ତୁ । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଯଦି ଲୋକେ ଜରୁରୀ କାର୍ଯ୍ୟ ଲାଗି ବାହାରକୁ ବାହାରୁଛନ୍ତି ତେବେ ଛତା, ଜୋତା, ପାଣି ବୋତଲ ସାଙ୍ଗରେ ନେବେ । ହିଟୱେଭ ପରିସ୍ଥିତି ପଶ୍ଚିମ ଓ ମଧ୍ୟ ଓଡିଶାରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ । ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରୀ ହୋଇଛି । ଆମେ ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛୁ ।

ସୁତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ ରାଉରକେଲା ଏବଂ ସୁନ୍ଦରଗଡ଼ ସୁନ୍ଦରଗଡ଼ରେ ମୋଟ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ବର୍ତ୍ତମାନ ସୁଦ୍ଧା ରାଉରକେଲା ସହରରେ ମୃତ୍ୟୁ ସଂଖ୍ୟା ୧୨କୁ ଛୁଇଁଛି ଏବଂ ସୁନ୍ଦରଗଡ଼ ସହରରେ ମଧ୍ୟ ମୃତ୍ୟୁ ସଂଖ୍ୟା ୪କୁ ପହଞ୍ଚିଛି । ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କାରଣ ମୃତକଙ୍କ ଶରୀରର ତାପମାତ୍ରା 102 ଡିଗ୍ରୀରୁ ଅଧିକ ରହିଥିଲା ଏବଂ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ ରହିଥିବାରୁ ମୃତ୍ୟୁର କାରଣ ଅଂଶୁଘାତ ହୋଇଥାଇପାରେ ବୋଲି ଅନୁମାନ ଚାଲିଛି । ତେବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଚାରି ଜଣଙ୍କ ଜୀବନ ଅଂଶୁଘାତ ଯୋଗୁଁ ଯାଇଛି ବୋଲି ସୂଚନା ଦେଇଛନ୍ତି । ଏହାସହ ଯେଉଁ ଆଠ ଟି ମୃତଦେହ ରାଉରକେଲା ସରକାରୀ ହସ୍ପିଟାଲକୁ ଆସିଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି କମିଶନର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.