ETV Bharat / state

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପିତ ହେବ ସୂତାକଟା କେନ୍ଦ୍ର, ଘଣ୍ଟାଏ ସୂତା କାଟିଲେ ମିଳିବ ୫୦ ଟଙ୍କା

author img

By ETV Bharat Odisha Team

Published : Feb 20, 2024, 7:48 PM IST

Spinning Centre to install at Odisha Central University: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିପାର୍ଶ୍ଵରେ ବାସ କରୁଥିବା ପରିବାରର ମହିଳାଙ୍କ ପାଇଁ ଏକ ଅରଟ ସୂତାକଟା କେନ୍ଦ୍ର ସ୍ଥାପନ କରାଯିବ । ଘଣ୍ଟାଏ ସୂତା କାଟିଲେ ମିଳିବ ୫୦ ଟଙ୍କା । ଅଧିକ ପଢନ୍ତୁ

Odisha Central University
Odisha Central University
ଘଣ୍ଟାଏ ସୂତା କାଟିଲେ ମିଳିବ ୫୦ ଟଙ୍କା

କୋରାପୁଟ: ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆଜି ଛାତ୍ରାବାସ ଓ ପ୍ରଶାସନିକ ଭବନ ନିର୍ମାଣ କରିବା ପାଇଁ ୧୨୯ କୋଟି ଟଙ୍କାର ଅନୁଦାନ ପ୍ରଦାନ କଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ତେବେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଅରଟ ସୂତାକଟା କେନ୍ଦ୍ର ସ୍ଥାପନ ହେବାକୁ ଥିବା ବେଳେ ଏଠାରେ ସୂତା କାଟିଲେ ୫୦ ଟଙ୍କା ପ୍ରଦାନ କରାଯିବ ବୋଲି କୂଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପରିପାର୍ଶ୍ଵରେ ବାସ କରୁଥିବା ପରିବାରର ମହିଳାଙ୍କ ପାଇଁ ଏକ ଅରଟ ସୂତା କଟା କେନ୍ଦ୍ର ସ୍ଥାପନ କରାଯିବ । ଖଦି ଓ ଗ୍ରାମୋଦ୍ୟଗ ସଂସ୍ଥାର ସହଯୋଗରେ ଖୋଲାଯିବାକୁ ଥିବା ଏହି କେନ୍ଦ୍ରରେ ମହିଳାମାନଙ୍କୁ ଅରଟରେ ସୂତା କାଟିବାର ତାଲିମ ଦିଆଯିବା ସହିତ ଘଣ୍ଟାଏ ସୂତା କାଟିଲେ ୫୦ ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ବିଶ୍ବ ବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ କହିଛନ୍ତି । ଏହା ଫଳରେ ଜଣେ ମହିଳା ଦିନରେ ୫ ଘଣ୍ଟା ଅରଟରେ ଶ୍ରମଦାନ କରି ୩୦୦ ଟଙ୍କା ଆୟ କରିପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ୱବିଦ୍ୟାଳୟର ସମସ୍ୟା ନେଇ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଙ୍କ ଛାତ୍ରୀ ଆନ୍ଦୋଳନ

ଏଥି ସହିତ ଏକ ସ୍ବତନ୍ତ୍ର ବିକ୍ରୟ ବ୍ୟବସ୍ଥାରେ ଏହି ଅଞ୍ଚଳର ଚାଷୀ ଉତ୍ପାଦନ କରୁଥିବା ପନିପରିବା ପାଇଁ ମଧ୍ୟ ବଜାର ସୃଷ୍ଟି କରାଯିବ । ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ ପାଇଁ ଅଡିଟୋରିଅମ, ଇଣ୍ଡୋର ଷ୍ଟାଡିୟମ, ଲେବରେଟୋରି, ଗବେଷଣା କେନ୍ଦ୍ର ପ୍ରଭୃତି ନିର୍ମାଣ କରିବା ପାଇଁ ୪୮୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ପ୍ରଫେସର ତ୍ରିପାଠୀ କହିଛନ୍ତି । ଆଜି ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବର ଯୋଗ ଦେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି ବିଶ୍ବ ବିଦ୍ୟାଳୟକୁ ଓଡ଼ିଶାର ଏକ ସମୃଦ୍ଧ ବିଶ୍ବବିଦ୍ୟାଳୟ ଭାବେ ନିର୍ମାଣ କରାଯିବ ବୋଲି କହିଛନ୍ତି । ଛାତ୍ରଛାତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆଯାଉଥିବା ଅନୁଦାନ ଓ ବିଶ୍ବ ବିଦ୍ୟାଳୟ ପରିସରରେ ଚାଲିଥିବା ବିକାଶର ଧାରା ସେମାନଙ୍କ ପାଇଁ ଏକ ଉଜ୍ଜ୍ବଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିବ ବୋଲି ଆଶା ବାନ୍ଧିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.