ETV Bharat / state

970 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଗଡ଼ିଲା ଟ୍ରେନ

author img

By ETV Bharat Odisha Team

Published : Mar 2, 2024, 9:30 PM IST

Senior Citizen Pilgrimage Train: ବାଲେଶ୍ଵରରୁ ମଥୁରାକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ । ୫ଟି ଜିଲ୍ଲାର ୯୭୦ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ଜଣ ଏସ୍କର୍ଟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରେଳ ଆଗ୍ରା-ମଥୁରା ଅଭିମୁଖେ ବାହିରିଛି । ଅଧିକ ପଢନ୍ତୁ

970 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଗଡ଼ିଲା ଟ୍ରେନ
970 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଗଡ଼ିଲା ଟ୍ରେନ
970 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଗଡ଼ିଲା ଟ୍ରେନ

ବାଲେଶ୍ଵର: ଜିଲ୍ଲାରୁ ମଥୁରା ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ । ଆଜି (ଶନିବାର) ଦିନ ବାଲେଶ୍ଵର ରେଳ ଷ୍ଟେସନରୁ ମଥୁରା ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଗଡ଼ିଛି ସ୍ବତନ୍ତ୍ର ଟ୍ରେନ । ଏ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଅନ୍ତିମ ଟ୍ରେନ ୯୭୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ବାହାରିଛି । ଏନେଇ ଆଜି ରେଳ ପ୍ଲାଟଫର୍ମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ଟି ଜିଲ୍ଲାର ୯୭୦ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରେଳ ଆଗ୍ରା-ମଥୁରା ତୀର୍ଥସ୍ଥାନକୁ ଯାତ୍ରା କରିଛି ।

ଏହି ତୀର୍ଥଯାତ୍ରା ପାଇଁ ଚୟନ ହୋଇଥିବା ଯାତ୍ରୀମାନେ ଗତ ୧ ତାରିଖରେ ଜିଲ୍ଲା ପ୍ରଶାସନ ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ୩ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା । ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ମନୋରଞ୍ଜନ ପାଇଁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ରେଳ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଷ୍ଟେସନ ପ୍ରବେଶ କରାଯାଇଥିଲା । ଆଇ.ଆର.ସି.ଟି.ସି. ତରଫରୁ ଫୁଲ, ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରବେଶ ସ୍ଥଳରେ ସେମାନଙ୍କୁ ଯାତ୍ରାର ଟିକେଟ୍ ଏବଂ ଆବଶ୍ୟକୀୟ ସାମଗ୍ରୀ ଥିବା କିଟ୍ ପ୍ରଦାନ କରାଯାଇଥିଲା । ଆଇ.ଆର.ସି.ଟି.ସି. ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା, ଖାଦ୍ୟପାନୀୟରେ ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଏହି ଯାତ୍ରା ନିମନ୍ତେ ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ଓ.ଟି.ଡି.ସି ଅଧ୍ୟକ୍ଷ ଲେନିନ ମହାନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଲମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଏହି ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ତୀର୍ଥଯାତ୍ରୀମାନଙ୍କର ଶୁଭ ମନାସୀ ଥିଲେ । ପରିଶେଷରେ ନିମନ୍ତ୍ରିତ ଅତିଥିମାନେ ରିବନ୍ କାଟି ଯାତ୍ରାର ଶୁଭାରମ୍ଭ କରିବା ସହ ପତାକା ଦେଖାଇବା ପରେ ଟ୍ରେନ ଗଡିଥିଲା। ଏହି ଯୋଜନାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୩୦ ଟି ପର୍ଯ୍ୟାୟରେ ସର୍ବମୋଟ ୨୯୬୫୧ ଜଣ ବରିଷ୍ଠ ନାଗରିକ ଭାରତ ବର୍ଷର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି। ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ତିମ ତୀର୍ଥ ଯାତ୍ରା । ତୀର୍ଥଯାତ୍ରୀ ମାନେ ତୀର୍ଥ ସାରି ଆସନ୍ତା ୭ତାରିଖରେ ଘରକୁ ଫେରିବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ .......ତିରୁପତି-ଭେଲୋରକୁ ତୀର୍ଥରେ ବାହାରିଲେ ଖୋର୍ଦ୍ଧାର ୨୦୯ ଓ ଢେଙ୍କାନାଳର 111 ତୀର୍ଥଯାତ୍ରୀ

ପ୍ରକାଶ ଥାଉକି, ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ / ଅନ୍ନପୂର୍ଣ୍ଣା କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.