ETV Bharat / state

ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼, ପିଠିରେ କଣ୍ଟା ଫୋଡି ଝୁଲିଲେ ମାନସିକଧାରୀ - Special Rituals

Special Rituals At Gadachandi Temple: ଶତାଧିକ ମାନସିକଧାରୀ ପାଟୁଆ ପ୍ରାୟ ୩୦ ଫୁଟ ଉଚ୍ଚ ଓ ୫୦ ଫୁଟ ଲମ୍ବର ଖାଇରେ ଝୁଲିଛନ୍ତି । ମହାବିଷୁବ ସଂକ୍ରାନ୍ତିରେ ଗଡଚଣ୍ଡୀ ପୀଠରେ ଏଭଳି ପରମ୍ପରା ପ୍ରଚଳିତ ହୋଇଆସୁଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 14, 2024, 8:44 PM IST

ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼
ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼
ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼

ନିମାପଡ଼ା: ପଣା ସଂକ୍ରାନ୍ତିରେ ଚଳଚଞ୍ଚଳ ସତ୍ୟବାଦୀ ଭୀମପୁର । ଗ୍ରାମର ଆରଧ୍ୟ ଦେବୀ ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ମହାବିଷୁବ ସଂକ୍ରାନ୍ତି ଅର୍ଥାତ୍ ଆଜିର ଦିନରେ ମନ୍ଦିର ସମ୍ମୁଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବଶ୍ଵାସ ରହିଛି । ଯେଉଁ ବିଶ୍ବାସରେ ଶତାଧିକ ମାନସିକଧାରୀ ପାଟୁଆ ପ୍ରାୟ ୩୦ ଫୁଟ ଉଚ୍ଚ ଓ ୫୦ ଫୁଟ ଲମ୍ବର ଖାଇରେ ଝୁଲିଛନ୍ତି । ପ୍ରବଳ ରୌଦ୍ରତାପ ସତ୍ତ୍ଵେ ମଧ୍ୟ ଅତି ନିଷ୍ଠାର ସହ ସେମାନଙ୍କୁ ମା'ଙ୍କୁ ଆରାଧନା କରିଛନ୍ତି । ଏପରି କରିବା ଦ୍ବାରା ନିଃସନ୍ତାନ ସନ୍ତାନ ଲାଭ କରିବେ ଓ ବିଭିନ୍ନ ରୋଗରୁ ଉପଶମ ପାଇବା ନେଇ ବିଶ୍ବାସ ରହିଛି ।

ମାସକ ପୂର୍ବରୁ ମାନସିକଧାରୀମାନେ ହବିଷାନ୍ନ ଭୋଜନ କରିଥିବାବେଳେ ପ୍ରତ୍ୟେକ ମଙ୍ଗଳବାର ଦିନ ମା' ଗଡ଼ଚଣ୍ଡୀଙ୍କ ପାଖରେ କଣ୍ଟା ପୂଜା କରିଥାନ୍ତି । ମାସ ତମାମ ମାନସିକଧାରୀ ପରିବାରଠାରୁ ଅଲଗା ରହିବାର ବିଧି ରହିଛି । ମା'ଙ୍କ ରିତୀନିତୀ ସମ୍ପନ୍ନ ହେବା ପରେ କାଳିସୀମାନେ ମା'ଙ୍କର ଆଜ୍ଞାମାଳ ନେଇ ମନ୍ଦିର ପୋଖରୀକୁ ଯାଇ ଆସିବା ପରେମାନସିକଧାରୀଙ୍କ ପିଠିରେ କଣ୍ଟା ଫୋଡିଥାନ୍ତି । ଏହାପରେ ସେମାନେ ପୋଖରୀଠାରୁ ଖାଇ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥାନ୍ତି । କାଳିସୀ ଓ ମାନସିକଧାରୀ ଆସି ପହଞ୍ଚିବା ପରେ ପ୍ରାୟ ୩୦ ହାତରୁ ଉର୍ଦ୍ଧ୍ବ ଖାଇରେ ପିଠିରେ କଣ୍ଟା ଫୋଡା ଅବସ୍ଥାରେ କତା ରଶିରେ ଖାଇରେ ଝୁଲି ରହିଥାନ୍ତି । ପରମ୍ପରା ଅନୁସାରେ ପ୍ରଥମେ କାଳିସୀ ଖାଇରେ ଝୁଲିବା ପରେ ମାନସିକଧାରୀମାନେ ଝୁଲିଥାନ୍ତି।

ଏହା ବି ପଢନ୍ତୁ...ଘଟଗାଁ ପୀଠରେ ପଣା ସଂକ୍ରାନ୍ତି, ସୁନାବେଶରେ ଦର୍ଶନ ଦେଉଛନ୍ତି ମା' ତାରିଣୀ - Pana Sankranti

ଖାଇରେ ଝୁଲିବା ଅବସ୍ଥାରେ ଫିଙ୍ଗା ଯାଉଥିବା ଆମ୍ଵ ଓ ଖଜୁରୀ କୋଳି ମହିଳାମାନେ ଖାଇଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହେବା ନେଇ ବିଶ୍ଵାସ ରହିଛି।ଯେଉଁମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ , ସେମାନେ ଆଜିର ଦିନରେ ଖାଇରେ ମାନସିକଧାରୀଙ୍କ ସାହାଯ୍ୟରେ ପିଲାଙ୍କୁ ଧରି ଖାଇରେ ଝୁଲିଲେ ମଙ୍ଗଳ ହୁଏ ବୋଲି ବିଶ୍ଵାସ ରହିଛି । ଏହି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି । ମା'ଙ୍କ ପାଖରେ ମାନସିକଧାରୀ ନିଜକୁ ସମର୍ପି ଦେବା ପରେ ଶରୀରରେ କଣ୍ଟା ଫୋଡି ହେଲେ ମଧ୍ୟ ମାନସିକଧାରୀଙ୍କର କୌଣସି କ୍ଷତି ହୋଇନଥାଏ । ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଭଗବାନଙ୍କ ଉପରେ ରହିଛି ଭକ୍ତଙ୍କ ଅଗାଢ ବିଶ୍ଵାସ । ଯେଉଁ ବିଶ୍ଵାସ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.