ETV Bharat / state

ହାତୀଙ୍କ ପାଇଁ VIP ସୁବିଧା: ରହିଛି ଖେଳ ପଡିଆ ଓ ରେସ୍ତୋରାଁ - Special restaurant For Elephant

author img

By ETV Bharat Odisha Team

Published : Jul 4, 2024, 6:10 PM IST

Special restaurant For Elephant: ଘଞ୍ଚ ଜଙ୍ଗଲରେ ମଣିଷ ନୁହେଁ ବରଂ ହାତୀଙ୍କ ପାଇଁ ଖୋଲିଛି ରେସ୍ତୋରାଁ । ଯୋଗାଇ ଦିଆଯାଉଛି ଭିଆଇପି ସୁବିଧା । ତେବେ କାହିଁକି ହାତୀଙ୍କ ପାଇଁ ଏତେ ଆୟୋଜନ । ଅଧିକ ପଢନ୍ତୁ

Chandaka Wildlife Sanctuary
Chandaka Wildlife Sanctuary (ETV Bharat Odisha)

ଭୁବନେଶ୍ବର: ଜଙ୍ଗଲ ମଧ୍ୟରେ ରେସ୍ତୋରାଁ । ମଣିଷ ନୁହେଁ ବରଂ ହାତୀଙ୍କ ପାଇଁ ଖୋଲିଛି ରେସ୍ତୋରାଁ । ଏକା ସାଙ୍ଗରେ ସମସ୍ତ ହାତୀ ରେସ୍ତୋରାଁରେ ବସିକରି ଖାଇବେ । ସେମାନଙ୍କ ପାଇଁ ରହିଛି ହାଇଫାଇ ଖାଦ୍ୟ । ଯାହା ସ୍ବତନ୍ତ୍ର ଭାବରେ ଜଙ୍ଗଲ ମଧ୍ୟରେ କରାଯାଇଛି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମଧ୍ୟରେ ଏଭଳି ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା କେବଳ କିଛି ଖାସ୍ ହାତୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ହାତୀଙ୍କ ରେସ୍ତୋରାଁ (ETV Bharat Odisha)

ବିଶେଷ ଭାବରେ ଚନ୍ଦକା ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ଯେଉଁ ମାନଙ୍କୁ ଟ୍ରେନିଂ ଦିଆଯାଉଛି ସେମାନେ ହିଁ ଏହି ସୁବିଧା ପାଇପାରୁଛନ୍ତି । ଏହି ଟ୍ରେନିଂ ସମୟରେ କିଭଳି ଭାବରେ ଶୃଙ୍ଖଳିତ ଜୀବନ ବିତାଇବାର କଳା ଶିଖୁଛନ୍ତି କିଛି ଜଙ୍ଗଲୀ ହାତୀ । ଏହା ସମେତ ବିଶେଷ ଭାବରେ ଗୋଠରୁ ଅଲଗା ହୋଇଯାଇଥିବା ବା ଅନାଥ ପାଲଟିଥିବା ହାତୀଙ୍କୁ କୋଳେଇ ନେଇ ଏହି ଚନ୍ଦକା ଜଙ୍ଗଲ ମଧ୍ୟରେ ଏକ କୁମୁକି ଟ୍ରେନିଂ ଦେଉଛି ବନବିଭାଗ ।

ଏମିତି ଦିଆଯାଉଛି ହାତୀଙ୍କୁ ଟ୍ରେନିଂ

ଭୁବନେଶ୍ବରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି ହାତୀଙ୍କ ଟ୍ରେନିଂ ସେଣ୍ଟର । ଯାହା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭାବରେ ଜଣାପଡେ । ଘଞ୍ଚ ଜଙ୍ଗଲ ଭିତର ଦେଇ ପ୍ରାୟ ୧୫ କିଲୋମିଟର ଗଲା ପରେ କୁମାରଖୁଣ୍ଟି ଠାରେ ରହିଛି ହାତୀଙ୍କ ପାଇଁ ନିଆରା ପାଠଶାଳା । ଯାହାର ନାମ ହେଉଛି 'ହାତୀଙ୍କ ପାଠଶାଳା' । ମାହୁନ୍ତଙ୍କ ନିର୍ଦ୍ଦେଶ ଅପେକ୍ଷା କରୁଛନ୍ତି । ମାହୁନ୍ତ ଯାହା ନିର୍ଦ୍ଦେଶ ଦେଉଛି ସେୟା ହିଁ କରୁଛନ୍ତି ହାତୀ । କେତେବେଳେ ଶୁଣ୍ଢ ଟେକି ସଲାମ କରୁଛନ୍ତି ତ ଆଉ କେତେବେଳେ ଗୋଟିଏ ସ୍ଥାନରେ ସାବଧାନ ଭାବରେ ଛିଡା ହେଉଛନ୍ତି । ଆଉ କିଏ ପାଣିକୁଣ୍ଡର ପତଳା ସିମେଟ ଧାରରେ ଚାଲି ଦେଖାଉଛି ବିଚିତ୍ର କାରନାମା । ଯାହା ସର୍କସଠାରୁ ବି କିଛି କମ ନୁହନ୍ତି ପାଠଶାଳାର ହାତୀ ।

କେତେ ହାତୀ ନେଉଛନ୍ତି ଟ୍ରେନିଂ ?

ଚନ୍ଦକାଠାରୁ କିଛି ଦୂରରେ ଥିବା କୁମାରଖୁଣ୍ଟି ହାତୀ ଟ୍ରେନିଂ କେନ୍ଦ୍ରରେ ଏବେ ଅଛନ୍ତି ୬ଟି ଅନାଥ ହାତୀ । ସେମାନଙ୍କର ନାମ ହେଉଛି ମାମା, ଚନ୍ଦୁ, କାର୍ତ୍ତିକ, ଉମା, ଜଗା ଏବଂ ଶଙ୍କର ହାତୀ । ଏହି ସମସ୍ତ ହାତୀଙ୍କୁ ଟ୍ରେନିଂ ଦେଉଛନ୍ତି ଆସାମରୁ ଆସିଥିବା ପ୍ରଶିକ୍ଷିତ ମାହୁନ୍ତ । ହାତୀମାନଙ୍କୁ ଟ୍ରେନିଂ ଦେବା ସହ ଓଡ଼ିଶାର ମାହୁନ୍ତ ମାନଙ୍କୁ ମଧ୍ୟ ଦିଆଯାଉଛି ଟ୍ରେନିଂ । ହାତୀଙ୍କୁ କିଭଳି ଭାବରେ ଟ୍ରେନିଂ ଦିଆଯିବ ସେନେଇ ମଧ୍ୟ ଓଡ଼ିଶାର ମାହୁନ୍ତଙ୍କୁ ଟ୍ରେନିଂ ଦିଆଯାଉଛି ।

ହାତୀମାନଙ୍କ ପାଇଁ କ୍ଲାସ ରୁଟିନ୍‌:-

ହାତୀମାନେ ପ୍ରତ୍ୟେକ ଦିନ ସକାଳ ସମୟରୁ ମର୍ଣ୍ଣିଂୱାକ ଠାରୁ ଆରମ୍ଭ କରି କିଛି ସମୟ ଏକ୍ସର୍ସାଇଜ କରିବେ । ଏହାପରେ ସମସ୍ତ ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଯିବେ । ପ୍ରାୟ ୧୦ରୁ ୧୫ କିଲୋମିଟର ଚାଲିବା ପରେ ଏକ ସାଙ୍ଗରେ ଏକ ଜଳାଶୟରେ ଗାଧୋଇବେ । ଏହାପରେ ସକାଳର ବ୍ରେକ ଫାଷ୍ଟ ଖାଦ୍ୟ ଖାଇବେ । ପରବର୍ତ୍ତୀ ସମୟରେ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଯିବେ । ଏହାପରେ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ରାତ୍ରି କାଳର ଭୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଭିଆଇପିଙ୍କ ଠାରୁ ବେଶ ବ୍ୟବସ୍ଥିତ ଅଟେ ।

ହାତୀଙ୍କ ପାଇଁ ଭୋଜନ କଣ ?

ହାତୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ରହିଛି ଗହମ ୬ କେଜି, ଚାଉଳ ୫ କେଜି, ମୁଗ ୧ କେଜି, କୋଳଥ ୧ କେଜି, ଏହାସହ କିଛି ମାଣ୍ଡିଆ, ୨ ରୁ ୩ କେଜି ପରିବା, ୪ଟି ନଡ଼ିଆ, କିଛି କଦଳୀ, ଆଉ ତା' ସହ ଗୁଡ଼ ୫ଶହ ଗ୍ରାମ ବ୍ୟବସ୍ଥିତ କରାଯାଇଛି । ହାତୀଙ୍କ ପାଇଁ ରହିଛି ସ୍ବତନ୍ତ୍ର କିଚେନ୍‌ର ବ୍ୟବସ୍ଥା ହୋଇଛି । ସେଥିରେ କିଛି ହାତୀଙ୍କ ପାଇଁ ଖାଦ୍ୟକୁ ସିଝାଇବା ପରେ ସେଥିରେ ଫଳ, ପରିବା ଓ ଗୁଡ଼ ଆଦି ମିଶାଇ ତାକୁ ବଲ୍ ଭଳି ଗୁଳା କରି ଖୁଆଇଦିଅନ୍ତି ସେମାନଙ୍କ ମାହୁନ୍ତମାନେ । ଏହା ପରେ ସେମାନେ ବିଶ୍ରାମ ନେବାକୁ ଯାଆନ୍ତି ନିଜ ନିଜ ସେଡ୍‌କୁ । ପରବର୍ତ୍ତୀ ସମୟରେ ହାତୀମାନେ ଉଠିଲା ପରେ ପୁଣିଥରେ ଟ୍ରେନିଂ ପାଇଁ ଆସିଯାଆନ୍ତି ପଡିଆ ମଧ୍ୟକୁ । କିଛି ସମୟ ଟ୍ରେନିଂ ନେବା ପରେ ହାଲିଆ ହୋଇ ସେମାନଙ୍କ ସେଡ ମଧ୍ୟକୁ ଚାଲି ଯାଆନ୍ତି ।

ଏହା ବି ପଢନ୍ତୁ- ରାତିରେ ଛାତ୍ରଛାତ୍ରୀ ବୁଲିଲେ ଚନ୍ଦକା ଅଭୟାରଣ୍ୟ, ଜଙ୍ଗଲ ସଫାରୀର ମଜା ନେଲେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.