ETV Bharat / state

ଆଦିବାସୀଙ୍କୁ ସାମୁହିକ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ - ସ୍ବତନ୍ତ୍ର ଉନ୍ନୟନ ପରିଷଦର ମହାସମାବେଶ

Special Development Council Meeting: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏହି ମହାସମାବେଶ ଅନୁଷ୍ଠିତ । ଆଦିବାସୀଙ୍କୁ ପ୍ରଥମ ଥର ସାମୁହିକ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଆଦିବାସୀଙ୍କୁ ସାମୁହିକ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 10, 2024, 9:11 PM IST

Updated : Feb 10, 2024, 10:06 PM IST

ଆଦିବାସୀଙ୍କୁ ସାମୁହିକ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ

ଭୁବନେଶ୍ବର: ଆଦିବାସୀଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ ହେଲା । ପ୍ରଥମ ଥର ଆଦିବାସୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଏହି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏକଦିବସୀୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ମହାସମାବେଶରେ ପ୍ରଥମ ପର୍ଯ୍ୟାୟରେ ୭ ଜଣ ଆଦିବାସୀଙ୍କୁ ଏହି ପଟ୍ଟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଓ ଆଦିବାସୀ ଜନଜାତିର ଅଧିକାରକୁ ନେଇ ଏହି ପଟ୍ଟା ବଣ୍ଟନ କରାଯାଇଛି ।

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର 'ଜାହିରା' ଆଦିବାସୀ ସମ୍ପ୍ରଦାୟର ୭ ଜଣଙ୍କୁ ସାମୂହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ଏକ ନୂତନ ଯୁଗର ଅଧ୍ୟାୟ ଆରମ୍ଭ କରିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଆଉ ୧୦୦ ଜଣଙ୍କୁ ଆଜି ଦିନରେ ପଟ୍ଟା ଦିଆଯାଇଛି । ମୟୂରଭଞ୍ଜ ସମେତ ରାୟଗଡା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହି ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ମହାସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି "ଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି । ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ । ଏସ୍‌ଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି । ୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସ୍‌ଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ ।"

ଆଦିବାସୀ ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଥାଏ । ଏହି କ୍ରମରେ ଆଦିବାସୀ ଜନଜାତିର ବିକାଶକୁ ନେଇ ସାଂସ୍କୃତିକ କ୍ଲବ, ହାଟ, ସାଂସ୍କୃତିକ ମହୋତ୍ସବ ଭାଷା ସମାବେଶ, ଆଦିବାସୀ ସଂସ୍କୃତି ପରମ୍ପରା ଓ ଖେଳକୁ ପ୍ରୋତ୍ସାହିତ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ବୋଲି କହିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ୨୩ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଚଳିତ ବର୍ଷ ୧ ହଜାର ପଟ୍ଟା ବାଣ୍ଟିବାର ଯୋଜନା ରାଜ୍ୟ ସରକାର କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ସଚିବ ରୂପ ରୋଶନ ସାହୁ । ସେହିପରି ପ୍ରଥମ ଥର ପାଇଁ ପିଭିଟିଜି ବା ଆଦିମ ଜନଜାତିର ଲୋକମାନଙ୍କ ସହ ଗୋଟିଏ ଫ୍ରେମ୍‌ରେ ଫୋଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, 11ରେ କେନ୍ଦୁପତ୍ର କର୍ମଚାରୀ ସଂଘର ସମାବେଶରେ ଦେବେ ଯୋଗ

ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏହି ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସ୍‌ଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସ୍‌ଡିସିର ପ୍ରାୟ ୨୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ । ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସ୍‌ପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ 'ମୋ ପରିକଳ୍ପନା' ରିପୋର୍ଟ ଉନ୍ମୋଚନ କରିଥିଲେ ।

ଏହା ବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ବାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ 'Sacred Groves of Tribal Odisha, SC,ST-RTI' ଦ୍ବାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ 'ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଜନଜାତି' ପୁସ୍ତକ, SC,ST-RTI ଦ୍ବାରା ପ୍ରକାଶିତ ୧୭ଟି ଏମ୍‌ଏଲ୍‌ଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସ୍‌ଡିସି ଦ୍ବାରା ଓଡ଼ିଆରେ ଅନୁବାଦିତ ୨୫ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 10, 2024, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.