ETV Bharat / state

ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଖୁସି ଖବର, ସ୍ବତନ୍ତ୍ର ଚେୟାରରେ ବସି ଯିବେ ବଡ଼ଦେଉଳ - ଦିବ୍ୟାଙ୍ଗ ଭକ୍ତ ଦର୍ଶନ ବ୍ୟବସ୍ଥା

Special Chairs For Divyang Devotees: ଏଣିକି ଜଗା ଦର୍ଶନ ପାଇଁ ଅସୁବିଧା ଭୋଗିବେନି ଦିବ୍ୟାଙ୍ଗ ଭକ୍ତ । ସେମାନଙ୍କ ଦର୍ଶନ ସହଜ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ଅଧିକ ପଢନ୍ତୁ

Divyang Devotees
Divyang Devotees
author img

By ETV Bharat Odisha Team

Published : Feb 29, 2024, 7:04 PM IST

Updated : Feb 29, 2024, 7:24 PM IST

ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଖୁସି ଖବର, ସ୍ବତନ୍ତ୍ର ଚେୟାରରେ ବସି ଯିବେ ବଡ଼ଦେଉଳ

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା । ଦିବ୍ୟାଙ୍ଗ ଭକ୍ତମାନଙ୍କୁ ଏକ ସ୍ବତନ୍ତ୍ର ଚେୟାରରେ ବସାଇ ଶ୍ରୀମନ୍ଦିର ଭିତରକୁ ନିଆଯିବ । ଜୟ ବିଜୟ ଦ୍ବାର ନିକଟରେ ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗାଦାସ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଏହି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବାପେକ୍ଷା ସହଜ ହୋଇପାରିବ ।

ଦିବ୍ୟାଙ୍ଗ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ କାଠରେ ଏକ ସ୍ବତନ୍ତ୍ର ଡିଜାଇନର ଚୌକି ନିର୍ମାଣ କରାଯାଇଛି । ଏହି ଚୌକିରେ ଦିବ୍ୟାଙ୍ଗ ଭକ୍ତ ବସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିଯୁକ୍ତ ବାହକମାନେ ଚେୟାରକୁ ଟେକି ଉତ୍ତର ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରଵେଶ କରିବେ । ପରେ ଘଣ୍ଟି ଦ୍ବାର ଦେଇ ଜୟ ବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ବଲ୍ଲଭ ନୀତି ପରଠାରୁ ସକାଳ ଧୂପ ଯାଏଁ ଥିବା ସମୟରେ ନୀତି କମ ଥିବାରୁ ଏହି ସମୟରେ ଦିବ୍ୟାଙ୍ଗ ଭକ୍ତଙ୍କୁ ନିଆଯାଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ନେଇ ସବୁ ବ୍ୟବସ୍ଥା ହେଉଛି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା: ପ୍ରଶାସନର ଫୋକସରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ

ଏହି ବ୍ୟବସ୍ଥା ଦ୍ଵାରା ସାଧାରଣ ଦର୍ଶନ ବ୍ୟବସ୍ଥା, ମହାପ୍ରଭୁଙ୍କ ନୀତିକାନ୍ତି, ପରମ୍ପରା ଯେଭଳି ବାଧା ନ ଉପୁଜେ ସେ ନେଇ ଧ୍ୟାନ ଦିଆଯାଇ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେଉଛି । ତେବେ ପ୍ରାଥମିକ ଭାବେ ମାସକୁ ଗୋଟିଏ ଦିନରେ ୨୦ ଜଣ ଦିବ୍ୟାଙ୍ଗ ଭକ୍ତଙ୍କୁ ନେଇ ଦର୍ଶନ ବ୍ୟବସ୍ଥା କରାଯାଉଛି । ପରବର୍ତ୍ତୀ ସମୟରେ ଆଲୋଚୋନା ହୋଇ ଅଧିକ ଦିନକୁ ପରିବର୍ତ୍ତିତ କରାଯାଇପାରେ । ଆସନ୍ତା ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ହେବ । ତେବେ ନିର୍ମିତ ହୋଇଥିବା ସ୍ବତନ୍ତ୍ର ଚୌକିରେ ସୁରକ୍ଷା ପାଇଁ ବେଲ୍ଟ, ପାଦ ରଖିବା ପାଇଁ ଫୁଟ ରେଷ୍ଟ ସହ କିଛି ଅଧିକ ସୁବିଧା ରହିବ ।

ପୂର୍ବରୁ ହ୍ବିଲ ଚେୟାରରେ ଦିବ୍ୟାଙ୍ଗ ଭକ୍ତଙ୍କୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଶ୍ରୀମନ୍ଦିର ଭିତରେ ହ୍ବିଲ ଚେୟାର ଗଡାଇବା ପରମ୍ପରା ବିରୋଧୀ ହୋଇଥିବାରୁ ଏହି ଯୋଜନା ସଫଳ ହୋଇ ପାରିନଥିଲା । ତେବେ ବହୁ ତର୍ଜମା ପରେ କାଠରେ ସ୍ଵତନ୍ତ୍ର ଚେୟାର କରାଯାଇ ଚେୟାରକୁ ବାହକ ମାଧ୍ୟମରେ ଶ୍ରୀମନ୍ଦିରକୁ ନେବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସଫଳ ହେବ ବୋଲି ସେବାୟତ ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Feb 29, 2024, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.