ETV Bharat / state

ରଥଯାତ୍ରାରେ ଗଡିବ 1000ରୁ ଅଧିକ ବସ୍‌ - Special Buses For Rath Yatra - SPECIAL BUSES FOR RATH YATRA

Special Buses Run: ଆସନ୍ତାକାଲି ବିଶ୍ବ ନିଅନ୍ତାଙ୍କର ପବିତ୍ର ରଥଯାତ୍ରା । ଭକ୍ତ ମାନଙ୍କର ସୁଗମ ଯାତାୟାତ ପାଇଁ ଗଡିବ ସ୍ବତନ୍ତ୍ର ବସ ସେବା । ଯାତ୍ରୀଙ୍କ ସୁବିଧା ପାଇଁ ଟର୍ମିନାଲରେ ଖୋଲିବ କଣ୍ଟ୍ରୋଲ ରୁମ । ଅଧିକ ପଢନ୍ତୁ

Special Buses Run
Special Buses Run (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 10:25 PM IST

କଟକ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ହଜାର ହଜାର ଭକ୍ତ ପୁରୀ ଯିବେ ଆଉ ରଥ ଟାଣିବେ । ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ବିଶେଷକରି ଟ୍ରେନ ଆଉ ବସରେ ଯେପରି ଭକ୍ତ ମାନେ ଯାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ପୁରୀକୁ ଗଡିବ ହଜାରେରୁ ଅଧିକ ବସ । ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଓ ଟର୍ମିନାଲରୁ ଯାତ୍ରୀ ନେଇ ବସ ଗୁଡିକ ପୁରୀ ଅଭିମୁଖେ ଯାତ୍ରା କରିବ । କେବଳ CNBTରୁ ଗଡିବ 150 ବସ । ଯାତ୍ରୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ଖୋଲିବ ବୋଲି ବସ ମାଲିକ ସଂଘ କହିଛି । ସେହିପରି ଓଆରଏସ ସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ସବୁ ଯାତ୍ରୀଙ୍କ ପାଇଁ ବସରେ ଫାଷ୍ଟଏଡ଼ କିଟ ରହିବ ବୋଲି ବସ ବ୍ୟବସାୟୀ ସଂଘ କହିଛି ।

Special Buses Run (ETV Bharat Odisha)

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ପୁରୀ ଯିବେ ଲକ୍ଷ ଲକ୍ଷ ଭକ୍ତ । ବିଶେଷକରି ଉଭୟ ବସ ଓ ଟ୍ରେନ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ ଲକ୍ଷାଧିକ ଭକ୍ତ । ଭକ୍ତ ମାନେ ଯେପରି ଶୃଙ୍ଖଳାର ସହ ପୁରୀ ଯାତ୍ରା କରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ବସ ମାଲିକ ସଂଘ ବ୍ୟାପକ ବନ୍ଦୋବସ୍ତ କରିଛି । ରଥଯାତ୍ରା ପାଇଁ ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ, ବସ ଟର୍ମିନାଲରୁ ଗଡିବ ହଜାରେରୁ ଅଧିକ ବସ । କେବଳ କଟକ ନେତାଜୀ ବସ ଟର୍ମିନାଲରୁ ଗଡିବ 150ଟି ବସ । ଯେଉଁଥିରେ 80 ଟି ନିୟମିତ ବସ ଥିବାବେଳେ 70 ଟି ସ୍ବତନ୍ତ୍ର ବସ ଯାତ୍ରୀ ନେଇ ପୁରୀ ଯିବ ।

ଏହା ମଧ୍ୟ ପଢନ୍ତୁ...ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ବାରରେ ଲାଗିଲା ତିନି ରଥ - Rath Yatra 2024

ରଥଯାତ୍ରା ଠାରୁ ବାହୁଡା, ସୁନାବେଶ ଯାଏଁ ଯାତ୍ରୀଙ୍କ ସୁବିଧା ପାଇଁ ଟର୍ମିନାଲରେ ଖୋଲିବ କଣ୍ଟ୍ରୋଲ ରୁମ । ପ୍ରତି ବସରେ ଓ.ଆର.ଏସ ସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ପ୍ରତି ଯାତ୍ରୀଙ୍କ ପାଇଁ ଫାଷ୍ଟଏଡ଼ କିଟ ରହିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ କହିଛନ୍ତି । ସେହିଭଳି ୯ ଟି OSRTC ବସ ସହ ପ୍ରତି ବ୍ଲକ ରୁ ପୁରୀକୁ ଗଡିବ ମୁଖ୍ୟମନ୍ତ୍ରୀ ସେବା ବସ । ତେବେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ବସ ଭଡା ନରମାଲ ରଖିଛି । ସକାଳୁ ବସର ସୁବିଧା ଉପଲବ୍ଧ ହେବ। ପ୍ରତି ୧୦ ମିନିଟରେ କଟକରୁ ପୁରୀ ବସ ସେବା ଉପଲବ୍ଧ ବୋଲି ବସ ମାଲିକ ସଂଘ କହିଛି । ସେହିପରି କୌଣସି ବସ ଯଦି ଭଡା ମନଇଚ୍ଛା ନେବ ତେବେ କଣ୍ଟ୍ରୋଲ ରୁମରେ ଜଣାଇବାକୁ ବସ ମାଲିକ ସଂଘ କହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.