ETV Bharat / state

ଓଡିଶା ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ, ପ୍ରଥମେ ଏସବୁ ଜିଲ୍ଲାକୁ ଛୁଇଁବ - Odisha Weather

author img

By ETV Bharat Odisha Team

Published : Jun 7, 2024, 8:14 PM IST

Odisha Weather Update: ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ପ୍ରଥମେ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିବ । ଅଧିକ ପଢ଼ନ୍ତୁ

ଓଡିଶା ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ
ଓଡିଶା ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ (ETV Bharat Odisha)

ଭୁବନେଶ୍ବର: ଆସନ୍ତା 2ରୁ 3 ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ପ୍ରଥମେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଭଳି ବର୍ଷା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବର୍ଷା କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ସହାୟକ ହେବ ବୋଲି ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...୧୦ ପୂର୍ବରୁ ଓଡିଶା ଛୁଇଁବ ମୌସୁମୀ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ! - Odisha Weather Forecast

ସେପଟେ କାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଆସନ୍ତାକାଲି ପାଇଁ ବରଗଡ଼, ବଲାଙ୍ଗୀର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ସେହିପରି ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାରେ ବି ତାତି ଲାଗି ରହିବ । ଏହାସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗିରହିବ । ଏଭଳି ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏଭଳି ପାଗ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ମୟୁରଭଞ୍ଜ କପତିପଡାରେ ୫୭ .୦୦ ମିମି ସହ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୩.୦ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.