ETV Bharat / state

ବିଜେଡି ଛାଡ଼ିଲେ ସୋର ବିଧାୟକ ପର୍ଶୁରାମ ଧଡ୍ଡା; ଖୋଜୁଛନ୍ତି ନୂଆ ବିକଳ୍ପ - Parshuram Dhada

Parshuram Dhada Quits BJD: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ୍ଡା । କଂଗ୍ରେସରେ ହୋଇପାରନ୍ତି ସାମିଲ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 3, 2024, 10:16 PM IST

ପର୍ଶୁରାମ ଧଡ୍ଡା
ପର୍ଶୁରାମ ଧଡ୍ଡା

ବାଲେଶ୍ବର:ବିଜେଡି ଆଜି (ବୁଧବାର) ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ତାଲିକା ପ୍ରକାଶ କରିଛି । ଏହା ପରେ ପରେ ସୋରରେ ବିଜେଡିକୁ ଲାଗିଛି ଝଟକା । ବିଜୁ ଜନତା ଦଳରୁ ଆଜି ବିଧିବଦ୍ଧ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ୍ଡା । ପର୍ଶୁରାମ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ ପର୍ଶୁରାମ ଖୁବଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ବିଜେଡିରେ ବିଦ୍ରୋହ ଦେଖିବାକୁ ମିଳିଛି । ବିଜେଡିରୁ ବାଲେଶ୍ବର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ୍ଡା ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଘୋଷଣା ହୋଇଥିବା ତାଲିକାରେ ପର୍ଶୁରାମଙ୍କ ନାଁ ନଥିବା ବେଳେ ତାଙ୍କ ବଦଳରେ ସୋରରୁ ବିଜେଡି ମାଧବ ଧଡ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ଏହା ପରେ ପରେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ବିଧାୟକ ପର୍ଶୁରାମ ଧଡ୍ଡା ଇସ୍ତଫା ପତ୍ରରେ ଲେଖିଛନ୍ତି, "ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ବିଗତ ୧୦ ବର୍ଷ ହେଲା ସାଧାରଣ ଜନତାଙ୍କର ସେବା କରିବାର ସୁଯୋଗ ପାଇଛି । ଏହି ସମୟ ମଧ୍ୟରେ ମୁଁ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରିଛି । ଗତ ବର୍ଷେ ହେବ ଦଳର କିଛି ବ୍ୟକ୍ତି ସହଯୋଗ କରୁନଥିଲେ । ତେଣୁ ମୁଁ ଦଳରୁ ଇସ୍ତଫା ଦେଉଛି ।" ତେବେ ଗତ କିଛିଦିନ ହେବ ପର୍ଶୁରାମଙ୍କୁ ନବୀନ ନିବାସରେ ଦେଖିବାକୁ ମିଳୁଥିଲା । ଆଜି ମଧ୍ୟ ସେ ନବୀନ ନିବାସ ଆସିଥିଲେ । ଦୀର୍ଘ ସମୟ ନବୀନ ନିବାସ ମଧ୍ୟରେ ରହିଥିଲେ । କିନ୍ତୁ କୌଣସି ପ୍ରତିକ୍ରିୟା ନରଖି ଚାଲି ଯାଇଥିଲେ । ତେଣୁ ତାଙ୍କ ଟିକେଟ କଟିବ ବୋଲି ଆକଳନ କରାଯାଉଥିଲା ।

ସେପଟେ ଏପର୍ଯ୍ୟନ୍ତ ପର୍ଶୁରାମଙ୍କ ଆଗାମୀ ପଦକ୍ଷେପ ବାବଦରେ ସୂଚନା ମିଳିନାହିଁ । କିନ୍ତୁ ସେ ଆଗକୁ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେପିରୁ ବିଜେଡିକୁ ଆସିଥିବା ପର୍ଶୁରାମ ବିଜେପିକୁ ଫେରିଯିବା ପାଇଁ ସୁଯୋଗ ରହିଛି । କିନ୍ତୁ ଚଳିତ ଥର ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପାରିବେ ନାହିଁ । କାରଣ ସୋରରୁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି । କିନ୍ତୁ କଂଗ୍ରେସ ଏଠାରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଯାହାକୁ ନେଇ ସେ କଂଗ୍ରେସରୁ ଏହି ଆସନରେ ଲଢ଼ିପାରନ୍ତି । ସେପଟେ ଯଦି ସେ କଂଗ୍ରେସରେ ଯୋଗ ନଦେବେ ତେବେ ସ୍ବାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏହା ମଧ୍ଯ ପଢନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ତେବେ ପର୍ଶୁରାମ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ପର୍ଶୁରାମ ୫୪୭୭୫ ଖଣ୍ଡ ଭୋଟ ପାଇଥିଲେ । ବିଜେପିର ରାକେଶ କୁମାର ମଲ୍ଲିକଙ୍କୁ ୪୯୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ୨୦୧୪ ନିର୍ବାଚନରେ ପର୍ଶୁରାମଙ୍କୁ ୫୭୧୩୯ ଖଣ୍ଡ ଭୋଟ ମିଳିଥଲା । ସେ କଂଗ୍ରେସର ମୃତ୍ୟୁଞ୍ଜୟ ଜେନାଙ୍କୁ ୪୯୧୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.