ETV Bharat / state

ରାସନ କାର୍ଡକୁ ନେଇ ବଡ଼ ଖବର, ବାଦ୍ ପଡ଼ିବେ ବାଂଲାଦେଶୀ ଶରଣାର୍ଥୀ - BANGLADESHI EXEMPT FROM RATION CARD

ରାସନ କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ । କଟିବେ ଶରଣାର୍ଥୀ, ବାଂଲାଦେଶୀ ଓ ରୋହିଜ୍ଞା । କେବଳ ରାଜ୍ୟର ପ୍ରକୃତ ହିତାଧିକାରୀ ପାଇବେ ସୁବିଧା।

Ration Card
Ration Card (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 9:36 PM IST

Updated : Oct 29, 2024, 9:51 PM IST

ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ । ରାସନ କାର୍ଡରୁ କଟିବେ ଶରଣାର୍ଥୀ, ବାଂଲାଦେଶୀ ଓ ରୋହିଜ୍ଞା । ଯେଉଁମାନେ ମୁଳତଃ ଭାରତୀୟ ନାଗରିକ ନୁହନ୍ତି ସେମାନେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ । ରାସନ କାର୍ଡରୁ ବାଦ ଦିଆଯିବ । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଓଡ଼ିଶାରେ ବାଂଲାଦେଶୀ, ରୋହିଜ୍ଞା ରହିଛନ୍ତି । ସେମାନେ ରାସନ କାର୍ଡ ହାତେଇ ନେଇଛନ୍ତି । ଯେଉଁମାନେ କି ରାସନ କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି । ତଦନ୍ତ କରି ସେମାନେ ରାସନ କାର୍ଡ ପାଇବାକୁ ଅଯୋଗ୍ୟ ହୋଇଥିଲେ ବାଦ ଦେବୁ ।"

Ration Card (ETV Bharat Odisha)

ବାଦ୍ ପଡ଼ିବେ ବାଂଲାଦେଶୀ ଶରଣାର୍ଥୀ:
ଯୋଗଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଶରଣାର୍ଥୀ ଓ ବାଂଲାଦେଶୀଙ୍କୁ କାର୍ଡ ଦେବା ପୂର୍ବ ସରକାରର ଉଦ୍ଦେଶ୍ୟ ଅଲଗା ଥିଲା । ଯାହାକୁ ଇଚ୍ଛା ତାକୁ ପୂର୍ବ ସରକାର କାର୍ଡ ଦେଇଥିଲେ । ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ଏହା କରିଥିଲେ ପୂର୍ବ ସରକାର । ଯେଉଁମାନେ ଶରଣାର୍ଥୀ ଭାବେ ଆସିଛନ୍ତି, ସେମାନଙ୍କୁ ରାସନ କାର୍ଡ ଦେବା କଥା ନୁହେଁ । ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଭୁବନେଶ୍ୱରରେ କିଛି ଜଣ ଏମିତି ଅଛନ୍ତି । ଭଦ୍ରକ, ବାଲେଶ୍ଵର, ଯାଜପୁରରେ ମଧ୍ୟ କିଛି ଅଛନ୍ତି । ରାସନ କାର୍ଡ ଆମ ଲୋକ ପାଇବା କଥା । ରାଜ୍ୟର ବହୁତ ଗରିବ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ଆମ ଲୋକଙ୍କୁ କାର୍ଡ ମିଳିବ, ସେମାନଙ୍କର କାର୍ଡ କଟିବ । ଅଫିସର ମାନେ ଏନେଇ ବ୍ୟବସ୍ଥା କରିବେ । ପୂର୍ବ ସରକାର ଅନେକ ଭୁଲ କାମ କରିଛି । ତାହା ଆମେ ଦୋହରାଇବୁ ନାହିଁ । ସେ ଭୁଲ ସୁଧାରିବା ଆମର ଲକ୍ଷ୍ୟ । ସେଥିପାଇଁ ମୋହନ ସରକାର ଇ-କେୱାଇସି ବ୍ୟବସ୍ଥା ହୋଇଛି । ଇ - କେୱାଇସି କାର୍ଯ୍ୟକ୍ରମ ଶେଷ ହେବା ଉପରେ ରହିଛି ।"

Ration Card
Ration Card (Odisha Govt)

ଏହା ବି ପଢନ୍ତୁ- Bangladeshi infiltrators: ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Identify Bangladeshi infiltrators

ଏହା ବି ପଢନ୍ତୁ...EXCLUSIVE Report; ରାଜ୍ୟରେ କିପରି ଚିହ୍ନଟ ହେବେ ବାଂଲା ଅନୁପ୍ରବେଶକାରୀ ? ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ପରେ ଜିଲ୍ଲାଓ୍ବାରୀ ହଲଚଲ୍, ଜଳପଥରେ ଜଗିଛି କୋଷ୍ଟଗାର୍ଡ - Bangladeshi infiltration tension

ଏହା ବି ପଢନ୍ତୁ...ଷ୍ଟାଡିୟମରେ ବାଂଲାଦେଶୀ ପ୍ରଶଂସକଙ୍କୁ ମାଡ଼ ! ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ; ଦେଖନ୍ତୁ ଭିଡିଓ, - IND vs BAN 2nd Test

ରାଜ୍ୟରେ ବାଲାଂଦେଶୀଙ୍କ ସଂଖ୍ୟା:

ବିଧାନସଭାର ତଥ୍ୟ ଅନୁସାରେ ଓଡ଼ିଶାରେ 1 ଲକ୍ଷ 57 ହଜାରରୁ ଅଧିକ ବାଂଲାଦେଶୀ ରହୁଛନ୍ତି । ମାଲକାନଗିରିରେ ସର୍ବାଧିକ 1 ଲକ୍ଷରୁ ଅଧିକ ବାଂଲାଦେଶୀ ଅଛନ୍ତି । ନବରଙ୍ଗପୁରରେ 46 ହଜାରରୁ ଅଧିକ ବାଙ୍ଗଲାଦେଶୀ ରହୁଛନ୍ତି । ସେହିପରି ସରକାରଙ୍କ 2021 ତଥ୍ୟ ଅନୁସାରେ ରାଜ୍ୟରେ 3740ରୁ ଅଧିକ ରୋହିଙ୍ଗ୍ୟା ଓଡିଶାରେ ରହୁଛନ୍ତି । କେନ୍ଦ୍ରାପଡାରେ 1649, ବରଗଡରେ 2, ଭଦ୍ରକରେ 199, ଭୁବନେଶ୍ଵରରେ 17, ଜଗତସିଂପୁରରେ 1112, ମାଲକାନଗିରିରେ 655 ଓ ନବରଙ୍ଗପୁର ଜିଲ୍ଲାରେ 106 ଜଣ ବସବାସ କରୁଛନ୍ତି ।

Ration Card
Ration Card (ETV Bharat)

ଇଟିଭି ଭାରତ, ଭୁବନେଶ୍ୱର

Last Updated : Oct 29, 2024, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.