ETV Bharat / state

ଉଗ୍ରରୂପ ନେଲା ଝଗଡ଼ା, ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ନାବାଳକ ପୁଅ - Son Killed Father

author img

By ETV Bharat Odisha Team

Published : Jun 27, 2024, 8:42 PM IST

Son Killed Father over Family dispute: ପାରିବାରିକ କଳହର କରୁଣ ପରିଣତି । ବାପାଙ୍କୁ ପିଟି ପିଟି ହତ୍ୟା କଲା ନାବାଳକ ପୁଅ । ଅଧିକ ପଢ଼ନ୍ତୁ

Son Killed Father over Family dispute
Son Killed Father over Family dispute (ETV Bharat Odisha)

ରାଉରକେଲା: ଶାବଳରେ ପିଟି ବାପାଙ୍କୁ ହତ୍ୟା କରିଛି ନାବାଳକ ପୁଅ । ଘରୋଇ କଳିକୁ କେନ୍ଦ୍ରକରି ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହି ଘଟଣା ଜଣାପଡ଼ିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ମୃତକ ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ହାତୀବାରି ଥାନା କୋକେରମା ପଞ୍ଚାୟତ ଅନ୍ତର୍ଗତ ସାହୁ ବସ୍ତିର କବରା କୁଲୁ । ତାଙ୍କ ବୟସ ୫୫ ବର୍ଷ । ତେବେ ଟଙ୍କା ଉଠାଣକୁ ନେଇ ବାପ, ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ନାବାଳକ ପୁଅ ଉତ୍ତେଜିତ ହୋଇ ତାର ବାପା କବରାଙ୍କୁ ଶାବଳରେ ଆକ୍ରମଣ କରିଥିଲା । ଶାବଳ ମାଡ଼ରେ କବରା ତଳେ ବେହୋସ ହୋଇ ପଡିଯିବା ପରେ ନାବାଳକ ପୁଅ ତାଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଛେଚି ହତ୍ୟା କରିଥିବା ସୂଚନା ମିଳିଛି ।

ଖବର ପାଇ ହାତୀବାରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହାତୀବାରି ଡାକ୍ତରଖାନାକୁ ପଠାଇଥିଲା । ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ମୃତକଙ୍କ ଭାଇ ଜନ୍ କୁଲୁ ଥାନାରେ ଦେଇଥିବା ଏତଲା ଅନୁଯାୟୀ, କବରା ଗୁଜୁରାଟକୁ କାମ ପାଇଁ ଯାଇଥିଲେ । ସେ ସେଠାରୁ ରୋଜଗାର କରିଥିବା ଲକ୍ଷେ ଟଙ୍କା ନିଜ ସ୍ତ୍ରୀ ଗୁମୁଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏହାପରେ ନିଜେ ଗାଁକୁ ଫେରି ଆସିଥିଲେ । ଏଠାରେ ଶ୍ରମିକ କାମ କରି ପରିବାର ପୋଷଣ କରୁଥିଲେ । କିଛିଦିନ ପରେ ସେ ତାଙ୍କ ସ୍ତ୍ରୀଙ୍କୁ ପଠାଇଥିବା ଟଙ୍କା ମାଗିଥିଲେ । ପତ୍ନୀ ଟଙ୍କା ଦେଉ ନଥିବାରୁ ପ୍ରତିଦିନ ରାତିରେ ଘରେ ଗଣ୍ଡଗୋଳ ହେଉଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଜମିବାଡ଼ି ବିବାଦରୁ ନୃଶଂସ କାଣ୍ଡ, ଥାନାରୁ ଫେରିବା ପରେ ମହିଳାଙ୍କୁ ପିଟିପିଟି ହତ୍ୟା - Woman Beaten To Death

ବୁଧବାର ରାତିରେ ସ୍ତ୍ରୀ ସହ ଝଗଡ଼ା ପରେ କବରା ନଖାଇ ଘରେ ଶୋଇଥିଲେ । ପତ୍ନୀ ଖାଇବା ପାଇଁ ଡାକିବାରୁ ଶୁଣିନଥିଲେ । ଓଲଟି ଗାଳିଗୁଲଜ କରିଥିଲେ । ପରେ ପୁଣି ତାଙ୍କ ପୁଅ ବାପାଙ୍କୁ ଖାଇବାକୁ ଡାକିଥିଲେ, କିନ୍ତୁ କବରା ନଆସି ପୁଅକୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏହାପରେ ପୁଅ ନିଜେ ଖାଇବାକୁ ବସିଥିଲେ । ସେହି ସମୟରେ କ୍ରୋଧିତ କବରା ନାବାଳକ ପୁଅର ଭାତଥାଳି ଫିଙ୍ଗି ଦେଇଥିଲେ । ଏହାପରେ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କବରା ପତ୍ନୀଙ୍କୁ ମାଡ଼ ମାରିବାରୁ କ୍ରୋଧିତ ପୁଅ ଏକ ଶାବଳ ଆଣି ଆକ୍ରମଣ କରିଥିଲେ । କବରା ତଳେ ପଡ଼ିଯିବାରୁ ପଥର ଆଣି ଛେଚି ଦେଇଥିଲା ତାଙ୍କ ପୁଅ । ଏଥିରେ କବରାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ଏବଂ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳ ଯାଇ କବରାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.