ETV Bharat / state

'ଓଡ଼ିଆ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'; ବର୍ଣ୍ଣବୋଧ ଧରି ନବୀନ ନିବାସ ପହଞ୍ଚିଲେ ଯୁବକ - Youth attempt to enter Naveen Niwas

Barnabodha for CM Naveen Patnaik: ଛବିଳ ମଧୁ ବର୍ଣ୍ଣବୋଧ ଧରି ନବୀନ ନିବାସ ଭିତରକୁ ପଶିବାକୁ କିଛି ଯୁବକଙ୍କ ଉଦ୍ୟମ । ପୋଲିସ ସେମାନଙ୍କୁ କାବୁ କରିବା ସମୟରେ ନବୀନ ନିବାସ ଭିତରକୁ ବର୍ଣ୍ଣବୋଧ ବହି ଫିଙ୍ଗିବା ସହ 'ମୁଖ୍ୟମନ୍ତ୍ରୀ ତୁମେ ଓଡ଼ିଆ କୁହ' ନାରା ଦେଲେ ଯୁବକ । ଅଧିକ ପଢ଼ନ୍ତୁ

'ଓଡ଼ିଆ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'
'ଓଡ଼ିଆ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'
author img

By ETV Bharat Odisha Team

Published : Feb 2, 2024, 4:55 PM IST

'ଓଡ଼ିଆ କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ'

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପାଇଁ ବର୍ଣ୍ଣବୋଧ । ହାତରେ ଛବିଳ ମଧୁ ବର୍ଣ୍ଣବୋଧ ଧରି ନବୀନ ନିବାସରେ ପହଞ୍ଚିଥିଲେ କିଛି ଯୁବକ । ନବୀନଙ୍କୁ ବର୍ଣ୍ଣବୋଧ ଦେବାକୁ ଆସିଛୁ ବୋଲି କହିଥିଲେ ଯୁବକମାନେ । ତେବେ ଭିତରକୁ ପଶିବାକୁ ବାରଣ କରାଯିବାରୁ ନବୀନ ନିବାସ ଭିତରକୁ ବର୍ଣ୍ଣବୋଧ ଫୋପାଡି 'ମୁଖ୍ୟମନ୍ତ୍ରୀ ତୁମେ ଓଡ଼ିଆ କୁହ' ନାରା ଦେଇଥିଲେ । ଯଦିଓ ଯୁବକମାନଙ୍କୁ ପୋଲିସ ତୁରନ୍ତ ସେଠାରୁ ଉଠାଇ ନେଇଥିଲା, ହେଲେ ବର୍ତ୍ତମାନ ନବୀନ ନିବାସ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ୩ ଦିନ ବ୍ୟାପୀ ରାଜ୍ୟରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ଏଥିପାଇଁ ଗାଁଠୁ ସହର ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେବ । ଓଡ଼ିଆ ଭାଷାକୁ ନେଇ ବିଶ୍ବସ୍ତରୀୟ ସମ୍ମିଳନୀ ଆୟୋଜିତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନିଜେ ଆଜି ଯାଏଁ ଭଲ ଭାବେ ଓଡ଼ିଆ କହିପାରୁନଥିବା ଅଭିଯୋଗ ହେଉଛି । ଏନେଇ କିଛି ଯୁବକ ଆଜି (ଶୁକ୍ରବାର) କିଛି ଛବିଳ ମଧୁ ବର୍ଣ୍ଣବୋଧ ବହି ଧରି ନବୀନ ନିବାସରେ ପହଞ୍ଚିଥିଲେ । ଏଠାରେ ନବୀନ ନିବାସ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ସେଠାରେ ସମସ୍ତେ 'ମୁଖ୍ୟମନ୍ତ୍ରୀ ତୁମେ ଓଡ଼ିଆ କୁହ' ନାରା ଦେବା ସହ ଆଣିଥିବା ବର୍ଣ୍ଣବୋଧ ବହିକୁ ନବୀନ ନିବାସ ଭିତରକୁ ଫିଙ୍ଗିଥିଲେ । ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସହରରେ ବୁଲୁଛି ଶିକ୍ଷା ରଥ, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ରାଜଧାନୀ ପ୍ରସ୍ତୁତ

ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ଭିନ୍ନ ଭିନ୍ନ ଉପାୟରେ ରାଜନୀତି କରୁଛନ୍ତି । ଏହାରି ଭିତରେ ଶାସକ ବିଜେଡି ଓଡ଼ିଆଙ୍କ ଭାବାବେଗକୁ ନେଇ ରାଜନୀତି କରୁଥିବା ବିଭିନ୍ନ ସମୟରେ ବିରୋଧୀମାନେ ଅଭିଯୋଗ କରୁଛନ୍ତି । ପ୍ରଥମେ ମଠ ଓ ମନ୍ଦିରର ଉନ୍ନତିକରଣ କରି ଏହାର ପ୍ରଚାର ପ୍ରସାର କରିବା ପରେ ଏବେ ଓଡ଼ିଆ ଭାଷାର ପ୍ରସାର ପାଇଁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ଆୟୋଜନ ହେଉଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟରେ ଅଣଓଡ଼ିଆ ଶାସନ ଅଭିଯୋଗର କଳଙ୍କ ଲୁଚାଇବାକୁ ଯାଇ ଏହି ଭାଷା ସମ୍ମିଳନୀ ହେଉଥିବା ବିରୋଧୀ ଅଭିଯୋଗ କରୁଥିବାବେଳେ ଏତେ ବିଳମ୍ବରେ ଭାଷା ସମ୍ମିଳନୀ ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାଷାବିତ୍‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.