ETV Bharat / state

ସୌରଶକ୍ତିରେ ଚାଲିବ ଡାକ୍ତରଖାନା; ପ୍ରଥମ ପର୍ଯ୍ୟାୟରେ ୧୫୦ ହସ୍ପିଟାଲ ସାମିଲ - Solar Panel to install in Hospitals

author img

By ETV Bharat Odisha Team

Published : Jun 22, 2024, 9:04 PM IST

Solar Panel to install in Hospitals: ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ଚଳାଇବା ପାଇଁ ଆଉ ବିଜୁଳି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ସୌରଶକ୍ତିରେ ଚାଲିବ । ଅଧିକ ପଢ଼ନ୍ତୁ

Solar Panel to install in Hospitals
Solar Panel to install in Hospitals (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ସୌରଶକ୍ତିରେ ଚାଲିବ । ସୌରଶକ୍ତିରୁ ଉତ୍ପାଦିତ ବିଜୁଳିରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ କାର୍ଯ୍ୟ କରିବ । ତେବେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି । ରାଜ୍ୟରେ ୧୦୦ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ଓ ୫୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଲାଗିବ ସୌର ପ୍ୟାନେଲ । ଯାହାଫଳରେ ଆଉ ବିଜୁଳି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ସୌର ପ୍ୟାନେଲ ମଧ୍ୟରେ ବିଜୁଳି ଉତ୍ପାଦନ କରି ସ୍ବାସ୍ଥ୍ୟକ୍ଷେତ୍ରରେ ଲାଗିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହା ଫଳରେ OREDA (Odisha Renewable Energy Development Agency)କୁ ତାଲିକା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ଖୁବଶୀଘ୍ର ମଧ୍ୟ କାର୍ଯ୍ୟ ଆରମ୍ଭ କରାଯିବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୫୦ ସ୍ବାସ୍ଥ୍ୟକେନ୍ଦ୍ରର ତାଲିକା ଓରେଡାକୁ ପ୍ରଦାନ କରାଯାଇଛି । ତେବେ ତାଲିକାରେ ଥିବା ହସ୍ପିଟାଲ ଗୁଡ଼ିକ ମଧ୍ୟରେ କଟକ ଜିଲ୍ଲାରେ ୪, ଗଜପତିରେ ୧୬, କନ୍ଧମାଳରେ ୨୫, କୋରାପୁଟରେ ୧୫, ମାଲକାନଗିରିରେ ୨୨, ମୟୂରଭଞ୍ଜରେ ଗୋଟିଏ, ନବରଙ୍ଗପୁର ଜିଲ୍ଲାରେ ୪୯, ନୂଆପଡ଼ାରେ ଗୋଟିଏ ଏବଂ ରାୟଗଡ଼ାରେ ୧୭ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି, ଯେଉଁଠାରେ ଲାଗିବ ସୌର ପ୍ୟାନେଲ । ଯାହାଫଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ବିଜୁଳିର ବ୍ୟବହାର କମିବା ସହ ସୌର ପ୍ୟାନେଲର ଚାହିଦା ବଢିବ ।

ସେହିପରି ଆଗକୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସମେତ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସୌରଶକ୍ତି ଦ୍ବାରା ପରିଚାଳିତ ହେବ । ଏପଟେ ଖୁବଶୀଘ୍ର ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ପକ୍ଷରୁ କାମ ଆରମ୍ଭ ହେବ । ଆଗାମୀ ଦିନରେ ରାଜ୍ୟର ୪୦୫ଟି ପିଏଚ୍‌ସି ଓ ୧୩୩ଟି ସିଏଚ୍‌ସି ଗୁଡିକରେ ମଧ୍ୟ ସୌରଶକ୍ତି ଚାଲିବ ବୋଲି ଯୋଜନା କରାଯାଇଛି । ଅନେକ ସମସ୍ୟାରେ ହସ୍ପିଟାଲ ଗୁଡିକରେ ବିଜୁଳି ନଥିବା ନେଇ ଅନେକ ସମୟରେ ସମସ୍ୟା ରହିଥିଲା । ଏହାଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ ବଜେଟ ପାଇଁ କେନ୍ଦ୍ର ଆଗରେ ୯ ଦାବି ରଖିଲା ଓଡିଶା - Odisha proposals for Union Budget

ପ୍ରକାଶ ଥାଉ, ରାଜ୍ୟରେ ସୌରଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ବହୁ ପୂର୍ବରୁ ରାଜ୍ୟ ସରକାର ଯୋଜନା କରିଥିଲେ । ଯାହା ଫଳରେ ସୌରଶକ୍ତିରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଚାଲିବ । ଏପରିକି ବିଧାନସଭା ସମେତ ବଡ଼ ବଡ଼ ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସୌରଶକ୍ତିରେ ଚାଲିବା ନେଇ ଯୋଜନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.