ETV Bharat / state

ଅସହାୟଙ୍କୁ ସହାୟ ହେଉଥିବା ମହିଳା ମାଗୁଛନ୍ତି ସହାୟତା, କର୍କଟ ରୋଗରେ ପୀଡ଼ିତ ସମାଜସେବୀ ମମତା - Cancer Patient Seeking Help

author img

By ETV Bharat Odisha Team

Published : Aug 11, 2024, 8:15 PM IST

CANCER PATIENT SEEKING HELP: ଅନ୍ୟକୁ ସାହାଯ୍ୟ କରୁଥିବା ମହିଳା ଆଜି ମାଗୁଛନ୍ତି ସାହାଯ୍ୟ । କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ହେଉଛନ୍ତି ସମାଜସେବୀ ମମତା ଦାସ । ତାଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ସେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

CANCER PATIENT SEEKING HELP
CANCER PATIENT SEEKING HELP (ETV Bharat Odisha)

ବାଲେଶ୍ବର: ଦିନ ଥିଲା ଅସହାୟମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସେ ଆଗକୁ ବାହାରି ଆସୁଥିଲେ । ସହଯୋଗର ହାତ ବଢ଼ାଇ ଅନେକ ଦୁଃଖିଙ୍କ ମୁହଁରେ ହସ ଆଉ ଭୋକିଲା ମୁହଁରେ ଦାନା ଯୋଗାଇ ସେ ପ୍ରଶଂସିତ ହୋଇଛନ୍ତି । ଯେଉଁ ସଙ୍ଗଠନରେ ରହି ଏମିତି ସେବା କାର୍ଯ୍ୟ କରୁଥିଲେ ସଂଗଠନର ସଦସ୍ୟ ସଦସ୍ୟାମାନଙ୍କ ପାଇଁ ସେ ମାଆର ଆଖ୍ୟା ପାଇଥିଲେ । ହେଲେ ଭାଗ୍ୟର ଖେଳ ଆଗରେ କିଏ ବା ଜିତି ପାରିଛି । ଯିଏ ଅସହାୟମାନଙ୍କ ପାଇଁ ଦିନ ରାତି ସେବା କରୁଥିଲେ, ଆଜି ସେ ନିଜେ ଅସହାୟ ହୋଇ ଯାଇଛନ୍ତି । ବେସାହାରଙ୍କ ପାଇଁ ଜଣେ ମାଆ ଭଳି ସହଯୋଗର ହାତ ବଢ଼ାଇଥିବା ମଣିଷ ଆଜି ନିଜେ ବେସାହାରା ପାଲଟି ଯାଇଛନ୍ତି । ସେମିତି ଜଣେ ମହିଳା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମମତା ଦାସ ।

ସମାଜ ସେବା କରୁଥିଲେ ମମତା:

ମମତା ସୋର ପୌରପାଳିକାରେ ଚାକିରି କରୁଥିବାବେଳେ ସମାଜସେବା ପ୍ରତି ତାଙ୍କର ମନ ବଳିଥିଲା । ଏଥିପାଇଁ ସେ ସୋରର ସାମାଜିକ ସଂଗଠନ ଆଦର୍ଶ ଯୁବ ପରିଷଦରେ ଜଣେ ସଦସ୍ୟା ଭାବେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ସେ ସଂଗଠନ ସହ ଜଡ଼ିତ ହୋଇ ବିଭିନ୍ନ ପ୍ରକାର ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । କେଉଁଠି କିଏ ସହାୟତା ପାଇ ପାରିବ, କେଉଁଠି ରାସ୍ତାରେ ନିଜେ ବାଲିଗୁଡ଼ି ପକାଇବା ପୁଣି କେଉଁଠି ରୋଗ ଶଯ୍ୟାରେ ପଡ଼ିଥିବା ଲୋକଙ୍କୁ ସହଯୋଗ କରିବା ଭଳି କାର୍ଯ୍ୟ କରି ମମତା ବେଶ ପ୍ରଶଂସା ସାଉଁଟିଥିଲେ । ଆଦର୍ଶ ଯୁବ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ମମତା ଏତେ ମମତା ଲଗାଇଥିଲେ ଯେ ସେମାନେ ତାଙ୍କୁ ମାଆ ବୋଲି ସମ୍ବୋଧନ କରୁଥିଲେ । ହେଲେ ଭଗବାନଙ୍କ ନିଷ୍ପତ୍ତି କିଛି ଥିଲା ଅଲଗା ।

ହଠାତ୍‌ ରୋଗରେ ପୀଡିତ ହେଲେ:

ଦିନେ ହଠାତ୍ ମମତାଙ୍କ ଦେହ ଖରାପ ହୋଇଥିଲା । ଜ୍ୱର ସାଙ୍ଗକୁ ମୁଣ୍ଡବିନ୍ଧା କମିବାର ନାଁ ନେଉ ନଥିଲା । ଏକାଧିକ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଲେ ତଥାପି ପରିସ୍ଥିତିରେ ସୁଧାର ନ ଆସିବାରୁ ଶେଷରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମମତା । ସେଠାରେ ତାଙ୍କର ରକ୍ତ ନମୁନା ପରୀକ୍ଷା ପରେ ଜଣା ପଡିଥିଲା ଯେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ସେହିଠାରେ ରହି ସେ ଚିକିତ୍ସିତ ହେବାର କିଛିଦିନ ପରେ ଘରକୁ ଫେରି ଆସିଥିଲେ । ପୁଣିଥରେ ଦେହ ଖରାପ ହେବାରୁ ଏବେ ସେ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲର ଆଇସିୟୁରେ ରହିଛନ୍ତି ।

କର୍କଟ ରୋଗରେ ପୀଡିତ ମମତା:

କର୍କଟ ରୋଗ ଚିକିତ୍ସା ବ୍ୟୟ ବହୁଳ ହୋଇଥିବାରୁ ମମତାଙ୍କ ପାଖରେ ଏବେ ଅର୍ଥାଭାବ ଦେଖା ଦେଇଛି । ଏଥିପାଇଁ ସେ ଓଡିଶାବାସୀଙ୍କ ସହାୟତା ଲୋଡିଛନ୍ତି । ମମତା କହିଛନ୍ତି,"ଏ ରୋଗ କଣ ପାଇଁ ହେଲା ମୁଁ ଜାଣି ପାରୁନାହାନ୍ତି । ମୁଁ କୌଣସି ନିଶା ଦ୍ରବ୍ୟ ସେବନ କରେନାହିଁ । କେବଳ ଅଧିକାଂଶ ଦିନ ଜ୍ୱର ଆସେ ଓ ଏଥିପାଇଁ ଆଣ୍ଟି ବାଇଓଟିକ ଖାଇ ଭଲ ହୋଇଯାଉଥିଲି । କିଛି ଦିନ ପୂର୍ବରୁ ଜ୍ୱର ହେଲା ଆଣ୍ଟିବାଇଓଟିକ ଖାଇଲେ ବି ଛାଡିଲା ନାହିଁ । ଦୀର୍ଘ ଦିନ ବେଡ଼ରେ ପଡି ରହି ଯନ୍ତ୍ରଣା ପାଇବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିଲି । ପରୀକ୍ଷା କରିବାରୁ ରକ୍ତ କର୍କଟ ହୋଇଛି ବୋଲି ଜାଣି ପାରିଥିଲି । ତେଣୁ ଦୀର୍ଘ ଦିନ ଦେହ ରେ ଜ୍ୱର ରହିଲେ ସଠିକ ରୂପେ ଚିକିତ୍ସା କରନ୍ତୁ । ନହେଲେ ଏମିତି ରୋଗ ହୋଇପାରେ । ବୋଧହୁଏ ଅଧିକ ଆଣ୍ଟିବାଇଓଟିକ ଖାଇବା ଯୋଗୁଁ ଏମିତି ମୋ ଅବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା 7ଟି କେମୋ ନେଇ ସାରିଛି । ଆହୁରି କେମୋ ଲାଗିବ । ଏଥିପାଇଁ ଆଦର୍ଶ ଯୁବ ପରିଷଦ ମୋତେ ସହଯୋଗ କରିଛି । ହେଲେ ଆହୁରି ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ମୁଁ ଓଡିଶାବାସୀଙ୍କୁ ଅନୁରୋଧ କରୁଛି ମୋତେ ସହଯୋଗର ହାତ ବଢ଼ାନ୍ତୁ । ଯେମିତି ମୁଁ ପୁଣିଥରେ ଭଲ ହୋଇ ସମାଜର ସେବା କାର୍ଯ୍ୟରେ ଲାଗିପାରେ । "

ଏହା ମଧ୍ୟ ପଢନ୍ତୁ .....ରୋଗ ଶଯ୍ୟାରେ ଘରର ଏକମାତ୍ର ପୁଅ: ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ, ସରକାରଙ୍କୁ ମା’ର ଆକୁଳ ନିବେଦନ - Santosh Panda Seeks government help

ଆଦର୍ଶ ଯୁବ ପରିଷଦର ସମ୍ପାଦକ ସଞ୍ଜୟ ନାୟକ କହିଛନ୍ତି," ମମତା ଦିଦି ପ୍ରତ୍ୟକ କାମରେ ନିଜ ତରଫରୁ ଆଗଭର ହୋଇ ସେବା ପାଇଁ ଆସିଥାନ୍ତି । ପ୍ରତ୍ୟକ କାର୍ଯ୍ୟରେ ନିଜେ ସଙ୍ଗଠନକୁ ଫୋନ କରି ଜଣାଇବା ସହ କେମିତି ଅସହାୟଙ୍କୁ ସହଯୋଗ କରିହେବ ସେନେଇ ଅଣ୍ଟା ଭିଡୁଥିଲେ । ସେମିତି ଜଣେ ମହାନ ମହିଳା ଆଜି ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଏମିତି ଅବସ୍ଥାରେ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ମୁଁ ଅନୁରୋଧ କରୁଛି । "

ସାହାଯ୍ୟ ହାତ ବଢାଇବାକୁ ଅନୁରୋଧ:

ସଂଗଠନର ସଦସ୍ୟ ଅଞ୍ଜନ ଦାସ କହିଛନ୍ତି," ମମତାଙ୍କୁ ଆମେ ମାଆ ବୋଲି ସମ୍ବୋଧିତ କରିଥାଉ । ଯେତେବେଳେ ଆମେ ଶୁଣିଲୁ ତାଙ୍କୁ କର୍କଟ ରୋଗ ହୋଇଛି ଆମେ ବିଶ୍ୱାସ କରି ପାରିଲୁନି । ତାଙ୍କର ଅବଦାନ ସମାଜ ପ୍ରତି ଯେତେ କହିଲେ ବି କମ ପଡ଼ିବ । ଅନେକ କର୍କଟ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇବା ସହ ସେମାନଙ୍କ ସେବା କାର୍ଯ୍ୟରେ ନିଜକୁ ସେ ସାମିଲ କରିଥିଲେ । ଆପଣ ମାନଙ୍କୁ ଅନୁରୋଧ କରୁଛି ଯେ କର୍କଟ ରୋଗରେ ବହୁତ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ସେ ସୁସ୍ଥ ହୋଇ ପୁଣିଥରେ ଫେରି ପାରିବେ ।"

ଏମିତି କରିପାରିବେ ସାହାଯ୍ୟ:

ମମତାଙ୍କ ଚିକିତ୍ସା ପାଇଁ ଆଦର୍ଶ ଯୁବ ପରିଷଦ ପକ୍ଷରୁ ସଂଗ୍ରହ କରି ଟଙ୍କା ପଠାଯାଇଛି । ହେଲେ ଏମିତି ବ୍ୟୟବହୁଳ ରୋଗ ପାଇଁ ଅର୍ଥର ଅଭାବ ରହିଛି । ଏଥିପାଇଁ ଯଦି କୌଣସି ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ସମାଜସେବୀ ମମତା ଦାସଙ୍କୁ ସହଯୋଗ କରିବାକୁ ଚାହୁଁଥାନ୍ତି । ତେବେ ତାଙ୍କର ଫୋନେ ପେ ନମ୍ବର 9853920803ରେ ଆର୍ଥିକ ସହାୟତା ପଠାଇ ପାରିବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.