ETV Bharat / state

କଳାହାଣ୍ଡି ନିର୍ବାଚନରେ ଆଉ ଏକ ନାଁ, ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିପାରନ୍ତି ମଧୁ ମହାନ୍ତି - Madhu Mohanty - MADHU MOHANTY

Social worker Madhu Mohanty: ନିର୍ବାଚନ ଲଢିପାରନ୍ତି କଳାହାଣ୍ଡି ଜିଲ୍ଲାର ସମାଜସେବୀ । ଜିଲ୍ଲା ଓ ଲୋକମାନଙ୍କ ସ୍ୱାର୍ଥ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଉଥିବା ସୂଚନା । ଅଧିକ ପଢନ୍ତୁ

Social worker Madhu Mohanty
Social worker Madhu Mohanty
author img

By ETV Bharat Odisha Team

Published : Mar 30, 2024, 8:13 AM IST

Social worker Madhu Mohanty

ଭବାନୀପାଟଣା: ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢି ପାରନ୍ତି କଳାହାଣ୍ଡି ଜିଲ୍ଲାର ସମାଜ ସେବୀ ତଥା କେଏଲ୍ଏଫ୍ ସଂଗଠନର ଅଧ୍ୟକ୍ଷ ମଧୁ ମହାନ୍ତି । ଜିଲ୍ଲା ଓ ଜିଲ୍ଲାବାସୀଙ୍କ ପାଇଁ କାମ କରିବା ଓ ଜିଲ୍ଲାର ସେବା କରିବା ପାଇଁ ସେ ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି କହିଛନ୍ତି ସମାଜସେବୀ । ତେବେ ସାଧାରଣ ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ପ୍ରମୁଖ ଦଳମାନଙ୍କର ଅଙ୍କକଷା ଜାରି ରହିଛି । ଏହାମଧ୍ୟରେ ମଧୁ ମହାନ୍ତିଙ୍କ ବୟାନ ରାଜନୈତିକ ମାହୋଲକୁ ଆହୁରୀ ସରଗରମ କରିଛି ।

ଆସିଛି ନିର୍ବାଚନୀ ଋତୁ । ବିଭିନ୍ନ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ଆରମ୍ଭ କରିଦେଇଥିବା ବେଳେ ଏବେ ନିର୍ବାଚନ ମୈଦାନରେ ଲଢିପାରନ୍ତି କଳାହାଣ୍ଡି ଜିଲ୍ଲାର ସମାଜସେବୀ ତଥା ଡିଫାଇନ କଳାହାଣ୍ଡିର ଅଧ୍ୟକ୍ଷ ମଧୁ ମହାନ୍ତି । ଏକ ପ୍ରେସମିଟରେ ସେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ରାଜନୀତି ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ମୁଁ ଜିଲ୍ଲାକୁ ଫେରିଛି । ସମର୍ଥକ ଓ ନିଜ ସଂଗଠନର କର୍ମକର୍ତ୍ତା ମାନଙ୍କ ମତରେ ହିଁ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରିବି ।

ସ୍ଵାଧୀନ ପ୍ରାର୍ଥୀ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, " ସଂଗଠନର କର୍ମକର୍ତ୍ତାଙ୍କ ଯାହା ନିର୍ଦ୍ଦେଶ ଆସିବ ଓ ଜିଲ୍ଲାର ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଦି କାର୍ଯ୍ୟକର୍ତ୍ତା କହିବେ ତେବେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଲୋକ ସଭାରେ ଲଢେ଼ଇ କରିବି ।"

ଏହାମଧ୍ୟ ପଢନ୍ତୁ.. ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ମର୍ଯ୍ୟାଦାର ସହ ହେବ ଉତ୍କଳ ଦିବସ - Utkal Divas 2024

ସୂଚନାଯୋଗ୍ୟ, ନିଜ ଛାତ୍ର ଜୀବନରୁ କେଏଲଏଫ ସଂଗଠନ କରି ସେହି ସମୟରୁ ଲୋକଙ୍କ ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେ଼ଇ ଆରମ୍ଭ କରିଥିଲେ ମଧୁ ମହାନ୍ତି । ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଯୁବକଙ୍କୁ ନେଇ ସେ ଆରମ୍ଭ କରିଥିଲେ କେଏଲଏଫ ସଂଗଠନ । ଏହି ସଂଗଠନର ଉଦ୍ଦେଶ୍ୟ ଥିଲା ଜିଲ୍ଲାକୁ ଶୋଷଣକାରୀଙ୍କ କବଳରୁ ଉଦ୍ଧାର କରି ଏକ ସୁସ୍ଥ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା । ହେଲେ ଅର୍ଥ ବାଧକ ସାଜିବାରୁ ସେ କଳାହାଣ୍ଡିରୁ କିଛି ବର୍ଷ ପାଇଁ ଭୁବନେଶ୍ବର ଚାଲିଯାଇଥିଲେ ।

ହେଲେ ଜିଲ୍ଲାବାସୀଙ୍କ ପାଇଁ ରାଜଧାନୀରେ ଥାଇ ମଧ୍ୟ କାମ କରି ଆସୁଥିବା ବେଳେ ୨୦୨୩ ମସିହାରେ ପୁଣି କଳାହାଣ୍ଡି ମାଟିକୁ ଫେରିଥିଲେ । ଅଞ୍ଚଳବାସୀଙ୍କୁ ନେଇ ଅନେକ ଆଲୋଚନା କରିବା ସହ ନିଜ ଲୋକଙ୍କୁ ନେଇ ସମାବେଶ ଆୟୋଜନ କରିଥିଲେ । ସମାବେଶର ଉଦ୍ଦେଶ୍ୟ ଥିଲା ଠିକ ଲୋକଙ୍କୁ ଓ ବିକାଶବାଦୀ ବ୍ୟକ୍ତିତ୍ବକୁ ନିଜ ବହୁ ମୂଲ୍ୟ ଭୋଟ ଦେଇ ବିଜୟ କରାଇବା । ବିଭିନ୍ନ ଦଳ ପକ୍ଷରୁ ରାଜନୀତି ରଣନୀତି ଆରମ୍ଭ ହୋଇଯାଇଥିବା ବେଳେ ଏବେ କଳାହାଣ୍ଡି ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ସମାଜସେବୀ । ଯାହାକୁ ନେଇ ସରଗରମ ଜିଲ୍ଲା ରାଜନୀତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.